Sunday, September 20, 2020

ସୁଖମୟ ଦାମ୍ପତ୍ୟ ଜୀବନ

ବିଶ୍ବାସର ମୂଳଦୁଆ ପକାଇ

ଆସ ଆମ ଦାମ୍ପତ୍ୟ ଗଢିବା।

ପ୍ରେମର ସିମେଣ୍ଟ ଓ 

ନିସ୍ବାର୍ଥପରତାର ବାଲିନେଇ

ବୁଝାମଣାର ଜଳ ସିଞ୍ଚିବା।

ପରିଶ୍ରମ ସନ୍ତୁଷ୍ଟି ସହନଶୀଳତା ଓ

ସହଯୋଗର ରଂଗରେ

ଚିତ୍ରିତ କରିବା ତାର କାନ୍ଥ।

କର୍ତ୍ତବ୍ୟ ଓ ଦାୟିତ୍ବକୁ ଧ୍ୟେୟକରି

ଚାଲିବା ହାତରେ ଧରି ହାତ।

ହସ ଲୁହର ଫୁଲରେ ଜୀବନକୁ ସଜାଇବା।

ସେବା ପୁଣ୍ୟ ଆଦର୍ଶତାର ମୂଲ୍ୟରେ

ସତ୍ୟର ପ୍ରଲେପରେ ଚମକାଇବା

ତାର ଅଭ୍ୟନ୍ତର କୋଣ ଅନୁକୋଣ।

ଆସ ଗଢିବା ଏକ ଅନନ୍ୟ ଦୁନିଆଁ।

ମାଟି ଗୋଡିର ପୃଥିବୀରେଏକ ସ୍ବର୍ଗର ସମାନ

ଯାହା ଅନ୍ୟପାଇଁ ହେବ ଏକ ଆଦର୍ଶ ଉଦାହରଣ।

ଆଉ ଆମେ ବଞ୍ଚିବା ଏକ ସୁଖମୟ  ଦାମ୍ପତ୍ୟ ଜୀବନ।

ମାଧବୀ ପଟେଲ।
ଝାରସୁଗୁଡା

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy