✍ସୂର୍ଯ୍ୟ ନାରାୟଣ ସାବତ
ମାତା ହେଉ କି ବିମାତା ହେଉ
ପ୍ରଥମେ ସେ ଜଣେ ନାରୀ,
ନାରୀ ଅନ୍ତରର ଶୋଭା ବୃଦ୍ଧି କରେ
ସ୍ନେହ ମମତାର ଡୋରି ।
ଥିଲେ ଜଣେ ନାରୀ କୈକେୟୀ ରାଣୀ
ରାଜା ଦଶରଥ ପତ୍ନୀ,
ପ୍ରଭୁ ରାମଚନ୍ଦ୍ର ବାଲ୍ୟ କାଳେ ତାଙ୍କ
ପାରିନଥିଲେଟି ଜାଣି ।
ଖୋଇଲେ ଖାଆନ୍ତି,ଖେଳ ଖେଳୁଥାନ୍ତି ଶୁଆଇଲେ ଶୋଉଥିଲେ,
ଦୈବୀକୁଟ ମାୟା ଜାଣିନପାରି ସେ
ମାୟା ଜାଲେ ପଡିଗଲେ ।
ମନ୍ଥରା ଦାସୀର ମନ୍ତ୍ରଣା ସାଜିଲା ଅଯୋଧ୍ୟା ରାଜ୍ୟର ଦୁଃଖ,
ରାଣୀ କୈକେୟୀ ମାଗିନେଲେ ବର
ରାମ ଯିବେ ବନବାସ ।
ପ୍ରଥମ ବରରେ ଭରତ ରାଜନ
ନଥିଲା କାହାରି ଖେଦ,
ଦ୍ଵିତୀୟ ବରରେ ରାମ ବନବାସ
ବର୍ଷବରଷ ମାତ୍ର ଚଉଦ ।
ଚିର ବନ୍ଦନୀୟା ଜନନୀ ସାଜିଲା
ଲୌକିକ ଜଗତେ ଖଳ,
ଘଟିଗଲା ଯାହା ଜଗତ ଦେଖିଲା
ବିଶ୍ୱ ଵିଧାତାଙ୍କ ଖେଳ ।
ସାବତ ମାଆର ଭୂମିକାରେ ରହି
କାନ୍ଦି ଗଡ଼ାଇଲେ ଲୁହ,
ଦୁନିଆ କହିଲା ଖଳ ଚରିତ୍ରଟେ
କେହି ବୁଝିଲେନି କୋହ ।
ସାବତ ମାଆର ଦାୟିତ୍ବ ଅଧିକ
କର୍ତ୍ତବ୍ୟ ଆଉରି ବେଶି,
ତେଣୁ ହେ ଜନନୀ ବେଳ ହୁଁ ଅଧିକ
ହୁସିଆର ହୁଅ ବେଶୀ ।
ସହକାରୀ ଶିକ୍ଷକ,
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆଗାଁ
ବୋରିଗୁମ୍ମା ବ୍ଲକ, କୋରାପୁଟ ଜିଲ୍ଲା
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆଗାଁ
ବୋରିଗୁମ୍ମା ବ୍ଲକ, କୋରାପୁଟ ଜିଲ୍ଲା
No comments:
Post a Comment