✍ଏଲିନା ଶତପଥୀ
ମୁଁଚାହେଁ ରାମଙ୍କଭଳି ହେଉ
ସଭିଙ୍କ ଦାମ୍ପତ୍ୟ ଜୀଵନ
ସ୍ୱଳ୍ପସମୟ ହେଉ ପଛେ
ପରସ୍ପର ପ୍ରତି ପ୍ରେମ
ରହୀଥାଉ ସାରା ଜୀବନ।
ସଂସାର ଭିତରେ ରହି
କର୍ତ୍ତବ୍ୟରୁ ହେଲେ ଵିମୁଖ
ଦାମ୍ଫତ୍ୟ ଜୀବନେ କେଵେ
ମିଳିନଥାଏ ସୁଖ
ଏହିଶିକ୍ଷା ଆମକୁ
ଦେଇଥାଏ ରାମାୟଣ
ମୁଁଚାହେଁ ରାମଙ୍କଭଳି
ହେଉ ସଭିଙ୍କ ଦାମ୍ଫତ୍ୟ ଜୀଵନ।
ସଂସାରରେ କଲେ ଘର
ଆସିଥାଏ ପରା ଝଡ
ଧର୍ଯ୍ୟର ପ୍ରାଚୀର
କରିଲେ ଦୃଢ଼
ଝଡ଼ନେଇଥାଏ ମୋଡ଼
ପରସ୍ପର ପ୍ରତି ଵିଶ୍ୱ।ସ
ଦାମ୍ପତ୍ୟ ଜୀବନକୁ କରେ ଶକ୍ତ
ରାମାୟଣ ଆମକୁ ପରା
ଦେଇଥାଏ ଏ ସନ୍ଦେଶ
ଅଧର୍ଯ୍ୟ ଅଵିଶ୍ୱ।ସ
ଚହଲାଇ ଦିଏ ମନ
ମୁଁଚାହେଁ ରାମଙ୍କଭଳି ହେଉ
ସଭିଙ୍କ ଦାମ୍ଫତ୍ୟ ଜୀବନ।
ପରିବାରର ସେବା
କର୍ତ୍ତବ୍ୟ ବଳରେ
ଦାମ୍ପତ୍ୟ ଜୀବନ ସଵୁରି
ଦୃଢ଼ ଯେ ହୋଇପାରେ
ପରସ୍ପର ପ୍ରତି
ରହେଯଦି ସମ୍ମାନ
ପ୍ରୀତିମୟ ହୁଏ
ସବୁରି ଦାମ୍ଫତ୍ୟ ଜୀଵନ
ଏଇକଥା ଶିକ୍ଷା ଦିଏ
ରାମାୟଣ
ମୁଁଚାହେଁ ରାମଙ୍କଭଳି ହେଉ
ସଭିଙ୍କ ଦାମ୍ପତ୍ୟ ଜୀଵନ।
ମାଲକାନଗିରି
No comments:
Post a Comment