ହେ ଘାତକ, ମାରିଦେବା ଆଗରୁ ଟିକେ ଭଲ ପାଅ ନା
କୋଠାରାଘାତ କରିବା ଆଗରୁ ଟିକେ ଆପଣାଅ ନା ।।
ହେ ଘାତକ, ନିଷ୍ଠୁର ସାଜିଲା ପୂର୍ବରୁ ଟିକେ କୋଳେଇ ନିଅ ନା
ବାହୁ ଯୁଗୋଳରେ ବାନ୍ଧି ମତେ ଟିକେ ପ୍ରେମ କର ନା ।।
ହେ ଘାତକ, ତୁମ ନାମରେ ଅଛି କେତେ ଯେ ଯାତନା
କହି ହୁଏନା କି ସହି ହୁଏନା ଆଉ ମିଳେନା କିଛି ବାହାନା ।।
ହେ ଘାତକ, ଆସିତ ଗଲଣି ଅତି ନିକଟକୁ ମୋର
ପଛଘୁଞ୍ଚା ଟିକେ ଦେଇ,ଦେବକି ବଞ୍ଚିବାର ଅଧିକାର ।।
ହେ ଘାତକ, ତୁମ ନାମରେ ଭୟଭିତ ଏହି ଧାରା ପୃଷ୍ଠ
କରାୟତ କରିବା ପୂର୍ବରୁ କର ଟିକେ ଆକୃଷ୍ଟ ।।
ହେ ଘାତକ, ପଞ୍ଚ ମହାଭୂତରେ ଦିନେ ଲିନ ହେବି ତ ମୁହିଁ
ଜାଣିବି ଅଜଣା ହେଉଛି ତୁମ ଭୟକୁ ପାଇ ।।
ହେ ଘାତକ, ତୁମ ଆଲିଙ୍ଗନବି ମୋ ପାଇଁ ଅଟଇ ବିପଦ
ସେଥିପାଇଁ ତୁମେ ପାଉଅଛ ଅପବାଦ ।।
ହେ ଘାତକ, ଥରୁଟିଏ ତୁମେ, ମୋ ଜାଗାରେ ଆସି ଛିଡା ହୁଅ
ଜାଣିବ ଯାଇ, ତୁମ ପ୍ରକୋପରେ ମୁଁ କାହିଁକି ହୁଏ ଅଥୟ ।।
ହେ ଘାତକ, ତୁମେ ଘାତ ଦେବକି ନଦେବ ତାହା ତୁମ ନିର୍ଦ୍ଧାରିତ
ଯଦି ତୁମେ ପଣ କର ତେବେ ମୋ ମୃତ୍ୟୁ ସୁନିଶ୍ଚିତ ।।
ହେ ଘାତକ, ଦୟାକର,କ୍ଷମାକର ଅପରାଧି ଅଟେ ମୁଁ ତୁମର
ଘାତ ପ୍ରତିଘାତରେ କିଛି ମିଳେନାହିଁ,ଥରୁଟିଏ କର ବିଚାର ।।
ହେ ଘାତକ, ଚଣ୍ଡାଶୋକରୁ ଧର୍ମାଶୋକ ହେବାରେ ମିଳେ ଯେଉଁ ସୁଖ
କୋଟି କୋଟି ଘାତରେ ମିଳେନାହିଁ ସେହି ସୁଖ ।।
ହେ ଘାତକ, ପଛଘୁଞ୍ଚା ଦେଇ ଚାଲିଯାଅ ତୁମେ
ଅସ୍ତ୍ର ବିରତି ବୋଲି ଭାବ ନାହିଁ ମନେ ।।
ହେ ଘାତକ, କରୋନା ନାମରେ ତୁମେ କାୟା ବିସ୍ତାରିଛ
ବାରମ୍ବାର ଏହି ନାମକୁ ବଦନାମ କରୁଛ ।।
ହେ ଘାତକ, ତୁମେ ଚାଲିଯାଅ ତୁମ ରାଇଜକୁ
କରାୟତ କର ଯାଇ ଉହାନ ସହରକୁ ।।
ହେ ଘାତକ, ତୁମକୁ ଦୂରୁ ଜୁହାର କରୁଛି
ସଂଘରୋଧ ରହି ବିଦାୟ ଜଣାଉଛି ।।
ହିଞ୍ଜଳିକାଟୁ, ଗଞ୍ଜାମ
No comments:
Post a Comment