✍ସନ୍ତୋଷ କୁମାର ସାହୁ
ହେ କବିବନ୍ଧୁ
ପାରିବିନି ତୁମସାଥେ
ଆସିଛି ମୁଁ ଖାଲି ହାତେ
ଅନୁସରି ତୁମ ପଥେ l
ସତ୍ୟରୁ ତ୍ରେତୟା
ତ୍ରେତୟୁ ଦ୍ୱାପର
ଆହେ ମର୍ତ୍ତ୍ୟ ରୂପକାର
ବିନା ଆହୁଲାରେ ସତେ
ତୁମ୍ଭେ ପାରିକର l
ଯଦି ପାରିବ ହେ କବି
ଆଞ୍ଜୁଳାଏ ଶବ୍ଦ ମୋତେ ଦିଅ
ଗଢିବି ମୁଁ ଶବ୍ଦ ଘର l
ତୁମେ ଯେ ଆଲୋକ ବର୍ତ୍ତିକା
ଯଉବନ ବତୀଘର
ତଵ ସ୍ନେହାଶିଷେ
ଆଲୋକିବ ଶବ୍ଦର ସହର l
ହେ କବି
ପାରିବିନି ତୁମ ସାଥେ
ସୂର୍ଯ୍ୟ ତୁମେ,
ଆହେ ଦୀନବନ୍ଧୁ
ଅଟ ତୁମ୍ଭେ ଶବ୍ଦଘର ସିନ୍ଧୁ
ଆଞ୍ଜୁଳାଏ ଶବ୍ଦ ମୋତେ ଦିଅ
ଯୋଡିବି ମୁଁ ପ୍ରତି ଶବ୍ଦ ବିନ୍ଦୁ l
ପୂରିଯିବ ମୋ ଖାଲି ଅଞ୍ଚଳ
ତୁମ ବଳେ ଲଙ୍ଘିଯିବି
ନଦୀ ଗିରି ନାଳ l
ହେ କବି ଧନ୍ୟ ହେ ପାଣ୍ଡିତ୍ୟ
ତୁମ କରଣୀ ଧାରରେ
ଶବ୍ଦ ଗ୍ରନ୍ଥି ହେବ ମୋ ଶାଣିତ
ଅଧାଗଢ଼ା ଶବ୍ଦ ସଜାଡ଼ିବ
ତୁମରି ନିହାଣ ମୁନରେ l
ହେ ଦରଦୀ ବନ୍ଧୁ
ପୋଛିଦିଅ ମୋ ଆଖି ଅଳନ୍ଧୁ
ଦେଖିବି ଦୁନିଆ
ଭିନ୍ନ ଏକ ନେତ୍ରେ
ଶବ୍ଦ ଶବ୍ଦରେ ପୁଲକ
ଆଖି ପଲକରେ l
ହେ କବି ପାରିବିନି ତୁମ ସାଥେ
ବଳିଯିବିନି ତୁମକୁ
ଖାଲି ମାଗୁଣି ଏତିକି
ଆଞ୍ଜୁଳାଏ ଶବ୍ଦ ମୋତେ ଦିଅ
ଗଢିବି ମୁଁ ଶବ୍ଦର ପ୍ରାଚୀର
ଯେଉଁଥିରେ ଥିବ ସଦା
ଅତ୍ମୀୟତା ବୋଳା ରଙ୍ଗର
ତୁମରି ସ୍ଵାକ୍ଷର l
**----*****
ଚି଼ର୍ମl, ନବରଙ୍ଗପୁର
No comments:
Post a Comment