Wednesday, September 16, 2020

ବିଶ୍ଵକର୍ମା ପୂଜା

ଅଛନ୍ତି କେତେ ଯେ ବିନ୍ଧାଣୀ

ଗଢ଼ନ୍ତି ସେ କେତେ ଇମାରତ

ଖୋଳନ୍ତି ପଥର

ଆବିର୍ଭାବ ହୁଏ କାହିଁ କେତେ ପ୍ରତିମୂର୍ତ୍ତି

କିନ୍ତୁ ନାହାନ୍ତି କେହି ସେ ସମ

ଗଢିଛି ଯେ 

ଇନ୍ଦ୍ରପୁରୀ ଅବା ଲକ୍ଷ୍ମୀଙ୍କ ଉଆସ

ହୁଅନ୍ତୁ ସେ ଯନ୍ତ୍ରୀ ଅବା ମିସ୍ତ୍ରୀ

ହାତ ହତିଆର ତାଙ୍କ 

ଚଳେ ନାହିଁ

ନ ପୂଜୀ ସେ ମହାନ ବିନ୍ଧାଣୀ ।

ଅଟନ୍ତି ସେ ବିଶ୍ଵକର୍ମା

ନାମ ଅଟେ ଯେହୁଁ ଗଢ଼ିଛନ୍ତି

ହୁଏତ ପୃଥିବୀ।

ପାର୍ବଣ ମୁଖର ପରିସର ଏବେ

ପୁଜନ୍ତି ତାହାଙ୍କୁ ଆଦରରେ କେତେ

ସବୁ କର୍ମୀ 

ଧରିଛନ୍ତି ହତିଆର ହାତେ । 


ଅରୁଣ କୁମାର ମହାପାତ୍ର
ବୈଜ୍ଞାନିକ ଅଧିକାରୀ
ଅଶ୍ୱପରମ୍, ତେଲେଙ୍ଗାନା
(ପ୍ରତାପ ପୁର, ଗଞ୍ଜାମ)

 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy