Monday, September 21, 2020

ବ୍ୟସ୍ତତା ଭିତରେ

ପରିକଳ୍ପନା - ସଂଗ୍ରାମ କେଶରୀ ସାମନ୍ତରାୟ ।
ଓଡ଼ିଶା ଅର୍ଥ ସେବା ,ଭୁବନେଶ୍ୱର ।


ଜଗତେ କେବଳ କର୍ମମୟ 

ଜୀବନର ବଢ଼ିଛି ମାହାତ୍ମ୍ୟ 

କର୍ମ ମଧ୍ୟେ ମିଳିପାରେ 

ଭୋଗର ପ୍ରଚୂର୍ଯ୍ୟ 

କର୍ମ ବଳେ କରିପାର 

ଅନେକ ସାହାଯ୍ୟ 

ସତ୍ କର୍ମ ବଳେ ପ୍ରାପ୍ତ ହେଲା 

ଅତିଥି ବରେଣ୍ୟ ।।


ମରଣ ତୁମ ଦୁଆରକୁ ଆସିଥିଲା 

ବ୍ୟସ୍ତତା ଭିତରେ 

କଣ ଦେଇ ତାଙ୍କୁ ବୁଝେଇ 

କହିଥିଲୁ ଆସିବାକୁ ପରେ 

ଜୀବନର ପ୍ରତି ମୁହୂର୍ତ୍ତ କଟିଥିଲା 

କାର୍ଯ୍ୟ ବ୍ୟସ୍ତତା ଭିତରେ 

ମୃତ୍ୟୁ ଗୋଟେ ପିଛା କରୁଥିଲା 

ବୋଲି ଭୁଲିଗଲୁ ଆଜିର ଦିନରେ ।।


ସଂଜୀବନୀ ମନ୍ତ୍ର କି ସଂଜୀବନୀ 

ଲଡୁ ର ସନ୍ଧାନ କରିନୁ କେବେ 

ଠାକୁର ଘର କମଣ୍ଡୁଳ ଲୋଟାରୁ ପାଣି 

ଟିକେ କାଢି ମନ ବୁଝାଉ ମନ୍ତ୍ର ପଢି କେତେ 

ମନେ ମନେ ଭାବୁଥିଲି ମୃତ୍ୟୁ ଆସିଲେ ,

ଜୀବନ ଛାଡ଼ିଲେ ,କେହି କେହି 

ଚିତ୍କାର କରନ୍ତି ବୋଧେ 

ନିଜେ ନ ମରିବା ଯାଏ କଷ୍ଟ 

ବୁଝା ପଡେନି ମୋଟେ ।।


ବ୍ୟସ୍ତତା ଭିତରେ ଶରତ ଦିନର 

ଫଗୁଣ ରାତିକୁ ଭୁଲିଛୁ

ସ୍ମୃତି ସବୁ ଅବେଳରେ ବାଟ 

ଭାଙ୍ଗି ଲୁଚି ଯାଇଛି 

ମନର ମାଦକତା ଛାଇ ଆଲୁଅ 

ଖେଳ ଭିତରେ କେଉଁ 

ଗୋଟେ ଜାଗାରେ ଅଟକିଛି 

ବ୍ୟସ୍ତତା ଭିତରେ ଜୀବନର ଭାବର 

ବର୍ଣିବୋଧ ପୃଷ୍ଟା ସବୁ ଲଗାଲଗି ହୋଇ ଶୋଇଛି ।।


ବ୍ୟସ୍ତତା ଭିତରେ ସବୁ ସଞ୍ଚିତ 

ଧନ କହୁଥିଲା ମନକୁ ମନ 

ଜୀବନ ସରିଯିବ ଦେଖି ଦେଖି 

ଏତେ ସାରା ଧନ 

ଧନ ଅର୍ଜନ ଭିତରେ କେବେ 

ଚେଷ୍ଟା କରିନଥିଲା ପାଇବାକୁ ମାନ ସମ୍ମାନ 

ଏତେ ଦିନ ବଞ୍ଚିଲା ଭିତରେ କେହି 

କହିନଥିଲେ ବିଦ୍ୱାନ ।।


ବ୍ୟସ୍ତତା ଭିତରେ ସୁଖ ଦୁଃଖ 

ଲାଗୁଥିଲା ଏକା ପରି 

ଦିନର ଶେଷରେ ମୃତ୍ୟୁ ଆସୁଥିବ 

ଘରର ସବୁ ଦ୍ଵାର ଖୋଲି 

ବ୍ୟସ୍ତତା ଭିତରେ କିଛି ଆଶା ପୂରଣ 

ହୋଇନଥିଲା ଯେମିତି 

ଶେଷ ଇଛା ଥିଲା ସବୁ ଧନସମ୍ପତି 

ଛାଡ଼ି ସ୍ୱର୍ଗପୁର ଯିବି ଚାଲି ।।

 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy