Sunday, September 20, 2020

ମନ୍ଦିରର ମୋହ

ପରିକଳ୍ପନା - ସଂଗ୍ରାମ କେଶରୀ ସାମନ୍ତରାୟ ।
ଓଡ଼ିଶା ଅର୍ଥ ସେବା ,ଭୁବନେଶ୍ୱର ।



କାଳ କାଳରୁ ଦେବତାଙ୍କ ପୂଜାର୍ଚ୍ଚନା 

ଚାଲିଥିଲା ମନ୍ଦିର ଭିତରେ 

ମନ୍ଦିର ସୃଷ୍ଟି ର ବିବରଣୀ ଲିପିବଦ୍ଧ 

ହୋଇଛି ଇତିହାସ ପୃଷ୍ଠରେ 

ପ୍ରଳୟର ପ୍ରହେଳିକା ପରେ 

ମନ୍ଦିର ଦୃଶ୍ୟମାନ ସୁରକ୍ଷିତ ଭାବରେ 

ବିଚିତ୍ର ଲାଗୁଥିଲା ସବୁଦିନ ମନ୍ଦିରରେ 

ପୂଜାର୍ଚ୍ଚନା ଚାଲିଥିଲା ବିଦ୍ଧି ବଧାନରେ ।।


ମନ୍ଦିର ବେଢ଼ାରେ ଅପସରାଙ୍କ 

ଚିତ୍ରରେ ହୋଇଥିଲା ଚିତ୍ରିତ 

ଏହାର ପୃଷ୍ଠଭୂମି ଆଜି ଯାଏଁ 

ହୋଇନି ଉଜ୍ଜୀବିତ 

କାରିଗରୀ କୁଶଳତା ପଥର 

ଖୋଦିତ ମୃତିକୁ କରିଛି ଜୀବନ୍ତ 

ମନ୍ଦିର ଚତୃପର୍ଶ୍ୱରେ ବୁଲିବାକୁ 

ଲାଗୁଥିଲା ଶାନ୍ତ ।।


ମନ୍ଦିର ନିକଟ ପୋଖରୀ ତୁଠ 

ଦେଖିଥିଲା ଭଙ୍ଗା ଗଢା ଇତିହାସ ଅନେକ 

ଜହ୍ନ ଆଲୁଅରେ ମନ୍ଦିର ଛାଇ  

ନିକଟରେ ଥିବା ପୋଖରୀ ଜଳରେ 

ପଡି ସାଜିଥିଲା ସଂଯୋଜକ 

ପୂଜା ପର୍ବ ପର୍ବାଣୀରେ ମନ୍ଦିରରେ 

ଧର୍ମୀୟ ଭାବର ଆଲୋଚନା କେହିଜଣେ 

କରି ସାଜିଥିଲା ବିଶ୍ଲେଷକ 

ଏହା ଶୁଣି ଶୁଣି ଗାଁ ର ଯୁବକ ସାଜିଥିଲା 

ଜୀବନ୍ତ ଠାକୁରଙ୍କ ଲୀଳା ଖେଳର ପ୍ରଚାରକ ।।


ମନ୍ଦିର ଗତ୍ରରେ କେଉଁ  କାଳୁ ଥିବା 

ଚେମେଣିଆ ବାଦୁଡି ପର ଝାଡି 

ଉଡି ଯାଆନ୍ତି ଆକାଶକୁ 

ଦେଖଣାହାରୀ ମାୟାର ପେଡ଼ି 

ସହ ଯୋଡେ ଏହି କାହାଣୀକୁ 

ସ୍ଥିତପ୍ରଜ୍ଞ ଗୁଣୀଜନ ଆସିଥିଲା 

ହାତ ଯୋଡ଼ି ପୂଜା କରିବାକୁ 

ଭକ୍ତି ବଳେ ଦୁଃଖର ଭାବସାଗର ରୁ 

ପାରି ହୋଇଯିବ କାଳ କାଳକୁ ।।


ଦିନର ଅପରାହନରେ ବଳଦଗାଡି 

ଅଟକିଥିଲା ମନ୍ଦିର ନିକଟରେ 

ମୁହଁ ସଂଜ ବେଳରେ ଅପେକ୍ଷା କରିଥାଏ 

ପାଇବାକୁ ପ୍ରଭୁଙ୍କ ଦର୍ଶନ ସତରେ 

ଜୀବନରେ କରିଥିବା ପାପର ଦଣ୍ଡ 

ମିଳିଛି ଏତେବେଳେ 

ସେ ଲୋକର ଅଶ୍ରୁ ସବୁ ନିଗିଡ଼ି 

ପଡ଼ିଥିଲା ସଂଜର ଅନ୍ଧାରରେ ।।


ମନ୍ଦିରର ମୋହ ବଳେ କୁଷ୍ଟ ରୋଗୀ 

ଭିକ୍ଷା ବୃତ୍ତି କରୁଥାଏ ମନ୍ଦିର ସାମ୍ନାରେ  

ସତରେ ଭଗବାନଙ୍କ ପ୍ରତି ଭକ୍ତି 

ବୁଝୁଥିଲା ସହଜରେ 

ପ୍ରତିଦିନ ମନ୍ଦିର ଗଢା ହୁଏ 

ଭାବ ବିଚାରରେ 

ଜାତିର ଇତିହାସର ମୁକ ସାକ୍ଷୀ 

ସାଜିଥାଏ ମନ୍ଦିର ସମୟ ଆଗରେ ।।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy