Tuesday, September 15, 2020

ବିଶ୍ୱକର୍ମା

✍ବାସନ୍ତୀ ଲତା ଜେନା


କନ୍ୟା ସଂକ୍ରାନ୍ତିରେ ମର୍ତ୍ତେ ଆବିର୍ଭାବ 

        ବିଶ୍ୱକର୍ମା ସୃଷ୍ଟି କର୍ତ୍ତା 

ଶିଳ୍ପ ଶିଳ୍ପୀଙ୍କର କୁଳ ଦେବତା ସେ 

       ନବ ନିର୍ମାଣ ଦେବତା   l୧l


ପ୍ରଜାପତି ବ୍ରହ୍ମା ନାଭି କମଳରୁ 

        ବିଶ୍ୱକର୍ମା ହେଲେ ଜନ୍ମ 

ଚତୁର୍ଭୁଜ ସେତ ଦିବ୍ୟ ସୁପୁରୁଷ 

       ପାଳନ୍ତି ସତ୍ୟ ଧରମ       l୨l


ବାମ ଉପର ହସ୍ତେ ବଟାଲି ଧରନ୍ତି 

       ମାର୍ତ୍ତୁଳି ତଳ ହସ୍ତରେ 

ଦକ୍ଷିଣ ହସ୍ତରେ ଚକ୍ର ଧରିଥାନ୍ତି 

       ଆଶିଷ ତଳ ହସ୍ତରେ       l୩l


ଦିବ୍ୟ ଅଳଙ୍କାର ଧାରଣ କରନ୍ତି 

      ଦିଶୁ ଥାନ୍ତି ଝଲମଲ 

ମଣ୍ଡପରେ ଶୋଭା ବିଜେ ବିଶ୍ଵକର୍ମା 

       ରୂପ ତାଙ୍କ ଅନମୂଲ         l୪l


 ହାତୁର୍ଦ୍ଧା ମୂରତି ଦାରୁ ବ୍ରହ୍ମ ଜ୍ୟୋତି 

      ବିଶ୍ଵକର୍ମା ଗଢି ଥିଲେ 

ଏକୋଇଶି ଦିନ ସମୟ ମାଗିଣ 

       ଉପବାସେ କାର୍ଯ୍ୟ କଲେ   l୫l


ନିହାଣର ଶବ୍ଦ ନ ଶୁଭିବl ହେତୁ 

       ଗୁଣ୍ଡିଚା ରାଣୀ ଅଧୀର 

ଇନ୍ଦ୍ରଦ୍ୟୁମ୍ନ ରାଜା ଦ୍ୱାର ଖୋଲି ଦେଲେ 

       ଅନ୍ତର୍ନ୍ଧlନ ବଢେଇର        l୬l


ରାଜା ରାଣୀ ଦୁହେଁ ମନ ଦୁଃଖ କଲେ 

         ଦୈବ୍ୟବାଣୀ ଶୁଣା ଗଲା 

ନିଜ ଇଛାରେ ମୁଁ ଏପରି ହୋଇଛି 

        ଶିଳ୍ପୀ ବିଶ୍ଵକର୍ମା ଥିଲା       l୭l


ଚଣ୍ଡାଳୁଣୀ ବୋଲି ଜାଗା ଗାଳି ଦେଲେ 

       ଘରୁ ତଡି ଦେଇ ଥିଲେ 

ବୃକ୍ଷ ମୂଳେ ବସି ଲକ୍ଷ୍ମୀ ଚିନ୍ତା କଲେ 

        ବିଶ୍ଵକର୍ମା ଆସି ଗଲେ       l୮l


ଲକ୍ଷ୍ମୀଙ୍କ ଇଛାରେ ସମୁଦ୍ର କୂଳରେ 

       ଗୃହ ନିର୍ମାଣ କରିଲେ 

ସେ ଗୃହକୁ ଦେଖି ଲକ୍ଷ୍ମୀ ଖୁସି ହେଲେ 

      ଆଶୀର୍ବାଦ କେତେ ଦେଲେ  l୯l


ପୁରାଣ ବର୍ଣ୍ଣିତ  ଯନ୍ତ୍ରୀ ଦେବ ଶିଳ୍ପୀ 

        ମର୍ତ୍ତେ ଆସନ୍ତି   ଉହ୍ଲlଇ 

ଶରତ ଆକାଶେ ଭାଦ୍ରବ ମାସରେ 

       ଆଶୀର୍ବାଦ ଦେବା ପାଇଁ   l୧୦l


ପ୍ରଭୁଙ୍କର କୃପା ଶିଳ୍ପୀପରେ ପଡ଼ୁ 

       କରେ ଏତିକି କାମନା 

ତୁମ ଆଶୀର୍ବାଦ ସବୁ ବେଳେ ଥାଉ 

       ପ୍ରଣାମ କରନ୍ତୁ ଘେନା     l୧୧l


ଗାନ୍ଧିନଗର, ନବରଙ୍ଗପୁର

 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy