ପ୍ରତିପକ୍ଷ କଳିଗୋଳ ଶେଷରେ
ବିଜେତାଙ୍କୁ କରିଥିଲା ଆମନ୍ତ୍ରଣ
ପ୍ରତିଥର ସମାଧାନ ବାହାରେ
ଦିଶୁଥିଲା ନିୟନ୍ତ୍ରଣ
ଏହି ହିଂସା ସ୍ମରଣ କରିଥିଲା
ମହାଭାରତର କାହାଣୀ
ଗୋଟିଏ ସ୍ୱର କହିଥିଲା ଏହି ଯୁଦ୍ଧ
ମୂର୍ଖ ମାନଙ୍କର ବିବାଦୀୟ ଟିପ୍ପଣୀ ।।
ଦୁଇ ପକ୍ଷ ବଛିଲେ ସମରସଜ୍ଜା
ପାଇଁ ଜାଗାଟିଏ
ଯୁଦ୍ଧ ପୂର୍ବରୁ ଈର୍ଷା କ୍ରୋଧ ଜର୍ଜରିତ
ହୋଇ ପରେ ମାଂସ ଝଡିଯାଏ
ସତେ ଯେମିତି ନିର୍ଦ୍ଦୟ ତାର ଶେଷ ଦର୍ଶନ
ପାଇଁ ଜଗିଥିବା ଜହ୍ନ ଲୁଚିଯାଏ
ଗୋଟିଏ ସ୍ୱର କହୁଥାଏ ଜୀବନ୍ତ ଶରୀରରୁ
ତାଜା ରକ୍ତ ନିଗିଡ଼ି ଜମାଟ
ବାନ୍ଧିବାକୁ ପ୍ରସ୍ତୁତ ହେଉଥାଏ ।।
ଯୁଦ୍ଧ ଭିତରେ ପ୍ରକୃତ କାରଣ
ଖୋଜୁଥିଲା ପ୍ରତିପକ୍ଷ
ଶୋକ ସନ୍ତାପ୍ତିତ ଭିତରେ
ରାତ୍ରିଯାପନ କରୁଥିଲେ ବିପକ୍ଷ
କେହି ଜଣେ ପୁରୁଣା ଚିଠିକୁ
ପଢି ଚିତ୍କାର କରି କହୁଥିଲା
ଆମେ ଯୁଦ୍ଧ ପାଇଁ ସମକକ୍ଷ
ଯୁଦ୍ଧ ସରିବା ପରେ ଶତ୍ରୁତା ଆଣିଥିଲା
ମାନବକୃତ ଦୃଭିକ୍ଷ ।।
ଗୋଟିଏ ସ୍ୱର ଶତ୍ରୁ ମିତ୍ରଙ୍କୁ
ପଚାରୁଥିଲା ମୃତ୍ୟୁ ପରେ
ସଂସାର କଣ କହୁଥିଲା
ମୋତେ କଷ୍ଟ ଦେଇଥିବା ଲୋକଟା
କଣ ଖୁସିରେ ଥିଲା
ମୋର ମୃତ୍ୟୁ ପରେ କେଉଁମାନେ
ମନେପକାଇ କାନ୍ଦିଥିଲା
ମୁଁ ଅପେକ୍ଷା କରିଥିବା ଲୋକଟି
କେତେବେଳେ ଆସିଥିଲା ।।
ଗୋଟିଏ ସ୍ୱର ପଚାରୁଥିଲା
ଏହି ମେଘର ମାନଚିତ୍ର ପ୍ରତିପକ୍ଷ
ଭୂମିରେ ଦିଶେ କିପରି
ଏପଟ ପବନ ସେପଟକୁ ଗଲେ
ଶତ୍ରୁକୁ ଛୁଏଁ କିପରି
ଏପଟ ନଦୀର ଜଳ
ସେପଟେ ଦିଶେ କିପରି
ଗୋଟିଏ ସ୍ୱର ଉତ୍ତରରେ କହୁଥିଲା
ସ୍ବାର୍ଥ ପାଇଁ ମଣିଷ ଭୂଳିଥିଲା ସବୁକିଛି ।।
ସିଆଚିନ୍ ଲାଦଖ୍ ର ସୀମାରେଖା
ଦେଖୁଥିଲା ଦୁଇପକ୍ଷ ର ରକ୍ତର ରଙ୍ଗକୁ
ନିଜର ସ୍ବାର୍ଥ ସିଦ୍ଧି ପାଇଁ ପ୍ରସ୍ତୁତ ଥିଲା
ଦେଖେଇବା ବଡପଣିଆକୁ
ଇଚ୍ଛା ନ ଥିଲା କାହାର ବୁଝିବାକୁ
ରକ୍ତପାତ ଆଜି ଯାଏଁ କଣ ଦେଇଛି କାହାକୁ
ଗୋଟିଏ ସ୍ୱର ଶାନ୍ତି ଚାହୁଁ ଥିଲା ,
ଆଉ ଗୋଟିଏ ସ୍ୱର ଚାହୁଁଥିଲା
ନିଜ ଆଧିପତ୍ୟ ବିସ୍ତାର କରିବାକୁ ।।
No comments:
Post a Comment