ସୁରଭି ନାଆଁଟି ଯେମିିତି ସୁଗନ୍ଧରେ ଭରା ପରି ଅନୁଭବ ହୁଏ ବାସ୍ତବିକ ସେମିତି ନୁହଁ।ଦେଖିବାକୁ ସୁନ୍ଦରୀ ତନୁପାତଳି ମଧୁଭାଷି ଆଧୁନିକା ଦେଖି ମନୋଜ ପସନ୍ଦ କରିଥିଲା ତାକୁ।ଏକା ଅଫିସରେ ସହଯୋଗି ରୂପେ କାମ କରୁଥିଲା ସୁରଭି।ଏକା ସାଥିରେ ରହିରହି ପରସ୍ପର ନିର୍ଭରଶୀଳ ହେଇପଡିଥିଲେ।ଜଣକ ଅସୁବିଧାରେ ଅନ୍ୟ ଜଣେ ସହଯୋଗ କରୁଥିଲା।ଏମିତି କରୁକରୁ ଭିତରେ ଭିତରେ ପ୍ରେମର ଲତାଟେ ବି ଲଟେଇ ଚାଲିଥିଲା ଉଭୟଙ୍କ ଅସ୍ତିତ୍ବକୁ ଛନ୍ଦାୟିତ କରି।ଏବେ ପରଷ୍ପରଠୁ ଅଲଗା ହେଇ ବଞ୍ଚିବା ସମ୍ଭବପର ଲାଗୁ ନ ଥିଲା।ହେଲେ ସେମାନଙ୍କ ଭିତରେ ଗୋଟିଏ ବାଧକ ଥିଲେ ମନୋଜର ବୃଦ୍ଧା ମାଆ ମାଳତୀ। ସୁରଭି କିଛି ଦାୟିତ୍ବ ମୁଣ୍ଡାଇବାକୁ ଚାହୁଁନଥିଲା।ଆଜାଦ୍ ଜୀବନରେ ଅଭ୍ୟସ୍ତଥିବା ସୁରଭିକୁ ଶାଶୁର ଆଦେଶ ମାନିଚଳିବା ଆଦୌ ପସନ୍ଦ ନଥିଲା।ଅଫିସ କାମସାରି ଘରେ ପହଞ୍ଚିବା ପରେ ତାକୁ କିଏ ରୋକ ଟୋକ କରୁ।ଚାଜଳଖିଆ ଦେବାକୁ ପଡୁ। ତାଙ୍କ ସମୟ ଅନୁସାରେ ଖାଦ୍ୟ ତିଆରିକର ପୁଣି ତାଙ୍କ ପସନ୍ଦର ଖାଦ୍ୟ ଏସବୁ ତା ଦେଇ ହବନି।ସେ ଦେଖିଛି ତା ଦିଦିର ଶାଶୁ କେମିତି ତା ଦିଦିକୁ ହଇରାଣ କରନ୍ତି।ସକାାଳ ଛଅରୁ ଉଠି ଚା ଦିଅ।ତା ଅଧଘଣ୍ଟାପରେ ଜଳଖିଆ।ବାରଟା ହେଉହେଉ ଭାତ ପୁଣି ତିନିଟା ବେଳକୁ ଚା ଜଳଖିଆ କିଛି।ରାତିରେ ସାତଟା ବେଳୁ ପୁଣି ତାଙ୍କପାଇଁ ରୁଟି କର।ସେ ଏସବୁ ଦେଖି ଦିଦିକୁ କୁହେ ତୁ ଏମିତି ଝାମେଲା କେମିତି ତୁଲାଉଛୁ?ମୁଁଁ ତ ଶାଶୁ ନଥିବା ଘରେ ବାହାହେବି।ହେଲେ ଜଣେ ଯାହାଭାବେ ତା ସବୁବେଳେ ହୁଏନି।ଯାହାକୁ ଭଲ ପାଇଲା ତାର ବି ମାଆଟିଏ ଅଛି ମନୋଜ ବିବାହ ପ୍ରସ୍ତାବ ଦେବାଦିନ ସେ ରୋକଠୋକ ସର୍ତ୍ତ ରଖିଲା ଯଦି ମାଆକୁ ସାଂଗରେ ରଖିବ ସେ ବାହାହେବନି।ଏବେତ ସୁରଭି ତାର ନିଶା ବନି ସାରିଲାଣି।ତାବିନା ବଞ୍ଚିବା ଅସମ୍ଭବ ତାପାଇଁ।ଏପଟେ ମାଆକୁ ଛାଡିବ କିପରି?ବାପାତ ଅନେକ ବର୍ଷ ହେଲାଣି ଚାଲିଗଲେଣି।ମାଆ ହିଁ ବାପାଙ୍କ ସବୁ କର୍ତ୍ତବ୍ୟ କୁ ତୁଲାଇଛି।ବାପାଙ୍କ ମିଳୁଥିବା ପେନ୍ସନ ଖର୍ଚ୍ଚରେ କଷ୍ଟମଷ୍ଟେ ଚଳିଛନ୍ତି ସେମାନେ।ତା ମାଆ ବଡ ସରଳ ମଣିଷ।କମ୍ ଖର୍ଚ୍ଚରେ କେମିତି ଚଳିହେବ ତାକୁ ବେଶ୍ ଜଣା।ଘରେ ଅନେକ ପ୍ରକାର ଛୋଟମୋଟ କାମକରି କିଛି ରୋଜଗାର ପନ୍ଥା ବାହାର କରିନିଏ।ସିଲେଇ କରି ବଡି ପାମ୍ପଡ କରି।ବାଡିରେ କିଛି ଶାଗ ସବ୍ଜି ଲଗାଇ ଗଜୁରାଣ ହୁଏ।ଏବେ ମନୋଜ ଚାକରିି କରିବା ପରେ ବି ତାର ପୂର୍ବ ଅଭ୍ୟାସକୁ ଛାଡି ପାରେନି।ଭନୋଜ ଅନେକଥର ମନା କରିଛି ଏତେ
ସବୁ କାମ ନ କରିବା ପାଇଁ।ହେଲେ ସେ ହସି ଦିଏ।କୁହେ ଘରେ ବସି କଣ କରିବି?ସମୟ କାଟିବାକୁ କିଛିତ କରିବାକୁ ପଡିବ।ଟିଭି ପ୍ରଭୃତି ଦେଖିବାର ସେ ଅଭ୍ୟାସ କରି ନାହାଁନ୍ତି।ତେଣୁ କାମ ହିଁ ତାଙ୍କୁ ଖୁସିଦିଏ।
ସୁରଭିର ସର୍ତ୍ତ କଥା ସେ ମାଆକୁ ଜଣାଇଲା।ମାଆ ମନଦୁଃଖ କରିବା ବଦଳରେ କହିଲା ଠିକ୍ ଅଛି ତୋରି ଖୁସିରେ ମୁଁ ଖୁସି।ମୁ ପାଚିଲା ଫଳ କେତେବେଳେ ଝଡି ପଡିବି।ତୁ ତୋର ସଂସାର ଗଢ।ଖୁସିରେ ରହ।ତୁ କୂୂଳରେ ଲାଗିଗଲେ କିଏ ଜଣେ ତୋର ସେବା କରିବାକୁ ଆସିଗଲେ ମୁଁ ମୋ ଦାୟିତ୍ବରୁ ମୁକ୍ତି ପାଇବି।
ମତେ ଆଶ୍ରମରେ ଛାଡିଦେ।ମୋର ମୋଟେ ମନଦୁଃଖ ହେବନି ବରଂ ମୋପରି ଅନେକ ସାଂଗ ମିଳିଯିବେ ସେଠି।ଏଠି ଯାହା କରୁଛି ସେଠିବି ସେହି କାମ କରିବି ଅନ୍ୟକୁ ଶିଖାଇବି।ସେଇଆ ହିଁ ହେଲା।ମାଆକୁ ଆଶ୍ରମରେ ଛାଡି ଆସିଲା।ତାପରେସୁରଭିକୁ ବାହା ହେଲା।ଏଭିତରେ ସେମାନଙ୍କର ପୁଅ ମୁନା ଆସିଲା।ମୁନା ପାଇଁ ଚାକରାଣୀ ଝିଅଟିଏ ରଖିଲେ।ଦୁଇଜଣ ଚାକିରିକୁ ଯାଆନ୍ତି।ଦିନେ ଚାକରାଣୀ ଟିଭି ଦେଖୁଥିବା ବେଳେ ତିନିବର୍ଷର ମୁନା ବାହାରକୁ ବାହାରି ରାସ୍ତାକୁ ଚାଲିଗଲା।ଗାଡିଟିଏ ଦ୍ରୁତଗତିରେ ଆଗପଟୁ ଆସୁଥାଏ।କୁନା ନିଜ ମସ୍ତିରେ ଆଗକୁ ଆଗଉଥାଏ।ଗାଡି ଠିକ୍ ସାମନାକୁ ଆସିଲାବେଳେ ବୁଢୀଟିଏ ଦଉଡି ଆସି ପିଲାଟିକୁ ଟାଣିନେଲା ନିଜ କୋଳକୁ।ତଥାପି ଦୁଇଜଣ ବାଲାନ୍ସ ହରାଇ ପଡିଗଲେ ରସ୍ତାରେ।ଟିକିଏ ଟିକଏ ଆଞ୍ଚୁଡି ଯାଇଥିଲା ଚମଡା। କ୍ଷତରୁ ରକ୍ତ ବାହାରୁଥିଲା।ବୁଢୀଓ ପୁଅକୁ ନେଇ କେତେଜଣ ସ୍ବୟଂସେବକ ଯୁବକ ହସ୍ପିଟାଲ ନେଇକି ଗଲେ।ସେଠି ତାଙ୍କ ଚିକିତ୍ସା କଲେ।ସେମାନେ ରହୁଥିବା ଏପାଟମେଣ୍ଟର ଗାର୍ଡଠାରୁ ସୁରଭିର ନମ୍ବର ଆଣି ଫୋନକଲେ।ସୁରଭି ଖବର ପାଇ ଶିଘ୍ର ପହଞ୍ଚିଲା।ପୁଅକୁ ଖଣ୍ଡିଆ ଦେଖି ବହୁତ ଡରିଗଲା।ସେ ବୁଢୀ ଲୋକଠାରେ କୃତଜ୍ଞତା ଜଣାଇଲା।ସେ ବୁଝୁଥିଲା ଆଜିକାଲିକା ଯୁବତୀ ଚାକରାଣୀ କିଛି କାମର ନୁହଁନ୍ତି।ଫୋନରେ ନହେଲେ ଟିଭି ରେ ବ୍ୟସ୍ତଥିବେ ସବୁବେଳେ।ସେ ବୁଢୀକୁ ପଚାରିଲା ତୁମେ ମୋ ପୁଅ ଯତ୍ଳ ପାଇଁ ମୋ ଘରେ ରିହିବକି?ମୁଁ ତମକୁ ଭଲରେ ରଖିବି ଓ ଭଲ ଦରମା ବି ଦେବି।ବୁଢୀ ଲୋକଟିସହଜରେ ରାଜିହେଇଗଲା ତାକୁତ ଏମିତି କୁନୀ ନାତିଟେ ଦରକାର ଥିଲା।ତା ସାଥିରେ ରହିବାକୁ ଆଶ୍ରୟଟେ ବି ମିଳୁଥିଲା ସହଜରେ।ନିଜ ପୁଅ ଘରୁ ବାହାର କରିଦେଲାବେଳେ କିଏ ଜଣେ ପାଖକୁ ଡାକୁଛି ସେ ଏମିତି ସୁଯୋଗ ଛାଡନ୍ତା କିପରି।ସମସ୍ତେ ଘରକୁ ଆସି ପ୍ରଥମେ ସେ ଚାକରାଣୀକୁ ବାହାରକରି ସେ ବୁଢୀକୁ ରହିବାର ବ୍ୟବସ୍ଥା କଲେ।ରାତିରେ ମନୋଜ ଘରକୁ ଫେରି ମାଆକୁ ଦେଖି ଆଶ୍ଚର୍ଯ୍ୟ ହେଇଗଲା।ହେଲେ ମାଆ ତାକୁ ଠାରରେ ତା ପରିଚୟ ଦେବାକୁ ମନାକଲା।ସୁରଭି ନିଯେ ଡାକି ଆଣିଥିବାରୁ ବୁଢୀକୁ ଭଲ ଆଦର ଦେଇ ରଖିଲା।ବୁଢୀ ବି ନାତିରଭଲ ଯତ୍ନ ନେବା ସଂଗସଂଗେ ସୁରଭିର ଅଧା କାମ କରି ଦେଉଥିଲେ।ଅଫିସରୁ ଫେରିଲେ ଚା ନେଇ ପହଞ୍ଚି ଯାଉଥିଲେ।ରୋଷେଇ ବାସ ପିିଠାପଣା ସବୁ ଶିଖାଉଥିଲେ।ସୁରଭି ବି ଖୁସିରେ ସବୁ ଶିଖୁଥିଲା।
ଭାବୁଥିଲା ତା ଶାଶୁ ଥିଲେ ବି ବୋଧହୁଏ ଏ ସବୁ କରୁଥାନ୍ତେ।ହେଲେ ସେ ସର୍ତ୍ତ ରଖି ତାଙ୍କୁ ଅଲଗା କରିଦେଲା।ଘରେ ଜଣେ ବୟସ୍କ ଅନୁଭବି ମଣିଷ ରହିବା ନିହାତି ଜରୁରୀ। ଯିଏ ନିଜ ଅନୁଭବର ଜ୍ଞାନରେ ଘରକୁ ସୁସଂଚାଳିତ କରିନିଏ।ସେ ମନେମନେ ଏବେ ମନସ୍ତାପ କରୁଥିଲା।ଆଉ ତାର ମନସ୍ତାପ ଜାଣି ମନୋଜ ଓ ବୁଢୀ ମନେମନେ ହସୁଥିଲେ।
ଶବ୍ଦରୁ ସୃଜନ ପାଇଁ ସର୍ତ୍ତ ଶବ୍ଦକୁ ନେଇ ଏ ଗପ।
No comments:
Post a Comment