✍ସନ୍ତୋଷ କୁମାର ସାହୁ
ମହମବତୀଟି
ଦୂର କରୁଥିଲା
ଅମା ଅନ୍ଧକାର
ଆଲୋକର ଶିଖା ଧରି
ଅଚାନକେ କାହୁଁ
ସମୀର ଆସିଲା
ଗୁଂଜରିତ ହୋଇ
ଉଆଁସରେ ଶିରିଶିରି l
ସାହସର ସହ
ଲଢ଼ିଲା ବିଚରା
ପୁରବୁ ପଶ୍ଚିମ
ଉତ୍ତରୁ ଦକ୍ଷିଣ
ଏପଟ ସେପଟ ହୋଇ
ଗୁହାରି କରିଲା,
ପ୍ରଣିପାତ କଲା
କେତେଯେ କାହାକୁ
ନବୁଝିଲେ ତାକୁ କେହି l
କରି ପାରିଲାନି
ଲଢେଇ ସେ ଆଉ
ପାରିଲାନି ବାଧା ସହି
ବାକି ଜୀବନର
କାହାଣୀ ତାହାର
ଅଧବାଟେ ଗଲା ରହି l
ଝରି ଆସୁଥିଲା
ଆଖିରୁ ତାହାର
ଶେଷ ଜୀବନର
ତତଲା ଲୁହର ଧାର
ସଂଗ୍ରାମ କରିକରି ଶେଷେ
ମହମବତୀ ଟି
ହୋଇଗଲା ନିର୍ବିକାର l
ଚି଼ର୍ମl,
ନବରଙ୍ଗପୁର
ନବରଙ୍ଗପୁର
No comments:
Post a Comment