କବୟିତ୍ରୀ--- ତାପ୍ତିମୟୀ ପଣ୍ଡାମିଶ୍ର, ମେଲଛାମୁଣ୍ଡା ବରଗଡ ।।
ଛାତି ତଳ ଯେତେ ଅକୁହା ବେଦନା
ଛାତି ତଳେ ଚାପି ରହେନା
ସାଇତି ରଖିଲେ ଯନ୍ତ୍ରଣା ଅସହ୍ୟ
ନରଖି ବଞ୍ଚି ପାରେନା ।।
ନିକଟେ ଥାଇ ବି ଅପହଞ୍ଚ ଦୂରେ
ଛୁଇଁ ପାରେ ନାହିଁ କିଆଁ
ପିଣ୍ଡରେ ଜୀବନ ଲାଗେ ମୂଲ୍ୟହୀନ
ମରମେ ଲଗାଇ ନିଆଁ ।।
ଦେଇକି ପାରିବ ପ୍ରତିଶୃତି ମତେ
ନାହିଁ ହୃଦେ ପ୍ରତିଛବି
ଆତ୍ମ ବଡିମାକୁ ଫିଙ୍ଗି ଦିଅ ଏବେ
ଅଙ୍ଗେ ନିତି ଅନୁଭବି ।।
ଜୀବନ ଜିଇଁବା ଅଭିପ୍ସାକୁ ନେଇ
ସ୍ମୃତି ସଂଗଠିତ କରେ
ବାଟ ଚାଲୁ ଚାଲୁ ଝୁଣ୍ଟି ପଡୁ ପଡୁ
ବିଭୁ ହାତଟିକୁ ଧରେ ।।
ଉଜ୍ଜୀବିତ ହୁଏ ଇଚ୍ଛା ଅସୁମାରୀ
କ୍ଷୁଦ୍ର ପାଦପ ପାଇଁ
ହଜିଯାଇଥିବା ସ୍ମୃତିକୁ ସାଉଁଟି
ଭରସା ସହିତ ଜିଇଁ ।।
ହସକୁ ସଜେଇ ମନକୁ ମଜେଇ
ବଞ୍ଚିବା ଶିଖୁଛି ଏବେ
ନୀତି,ନିୟମର ସଂସ୍କାର ସହିତ
ଅଣ୍ଟାଭିଡି ଚାଲେ ଯେବେ ।।
ଦୁଃଖର ପାହାଡ ମୁଣ୍ଡରେ ଲଦିଣ
ନୀରବି ଯାଉଛି ନିତି
ବିତୃଷ୍ଣା ଜୀବନେ ଜାଗ୍ରତ ହୁଏ
ଦେଖି ଅନ୍ୟାୟ ଅନୀତି ।।
ମୁହଁ ଖୋଲି କିଛି କହି ହୁଏ ନାହିଁ
ସହିବା ହୁଏ ଦୁଃସହ
ଛାତିର ଯନ୍ତ୍ରଣା ହୃଦୟ ବେଦନା
ଅନ୍ତଚିରି ଉଠେ କୋହ ।।
ସତେକି ପାଷାଣ ହୋଇଛ ଆପଣ
ଆଖି ଥାଇ ଅନ୍ଧ ସାଜ
ହୃଦୟ ହୀନଟି ତୁମେ ଅଟ ପରା
କରୁଛ ନିଜେ ମଉଜ ।।
ସମୟ କହିବ ଠିକ ଭୁଲ ସବୁ
ପଡିବ ଧର୍ମର ବାଡି
ତଥାପି କାହିଁକି ହୃଦୟ ଚାହୁଁଛି
ସର୍ବସ୍ବ ଦେବି ଅଜାଡି ।।
ଛାତି ତଳେ ଚାପି ରହେନା
ସାଇତି ରଖିଲେ ଯନ୍ତ୍ରଣା ଅସହ୍ୟ
ନରଖି ବଞ୍ଚି ପାରେନା ।।
ନିକଟେ ଥାଇ ବି ଅପହଞ୍ଚ ଦୂରେ
ଛୁଇଁ ପାରେ ନାହିଁ କିଆଁ
ପିଣ୍ଡରେ ଜୀବନ ଲାଗେ ମୂଲ୍ୟହୀନ
ମରମେ ଲଗାଇ ନିଆଁ ।।
ଦେଇକି ପାରିବ ପ୍ରତିଶୃତି ମତେ
ନାହିଁ ହୃଦେ ପ୍ରତିଛବି
ଆତ୍ମ ବଡିମାକୁ ଫିଙ୍ଗି ଦିଅ ଏବେ
ଅଙ୍ଗେ ନିତି ଅନୁଭବି ।।
ଜୀବନ ଜିଇଁବା ଅଭିପ୍ସାକୁ ନେଇ
ସ୍ମୃତି ସଂଗଠିତ କରେ
ବାଟ ଚାଲୁ ଚାଲୁ ଝୁଣ୍ଟି ପଡୁ ପଡୁ
ବିଭୁ ହାତଟିକୁ ଧରେ ।।
ଉଜ୍ଜୀବିତ ହୁଏ ଇଚ୍ଛା ଅସୁମାରୀ
କ୍ଷୁଦ୍ର ପାଦପ ପାଇଁ
ହଜିଯାଇଥିବା ସ୍ମୃତିକୁ ସାଉଁଟି
ଭରସା ସହିତ ଜିଇଁ ।।
ହସକୁ ସଜେଇ ମନକୁ ମଜେଇ
ବଞ୍ଚିବା ଶିଖୁଛି ଏବେ
ନୀତି,ନିୟମର ସଂସ୍କାର ସହିତ
ଅଣ୍ଟାଭିଡି ଚାଲେ ଯେବେ ।।
ଦୁଃଖର ପାହାଡ ମୁଣ୍ଡରେ ଲଦିଣ
ନୀରବି ଯାଉଛି ନିତି
ବିତୃଷ୍ଣା ଜୀବନେ ଜାଗ୍ରତ ହୁଏ
ଦେଖି ଅନ୍ୟାୟ ଅନୀତି ।।
ମୁହଁ ଖୋଲି କିଛି କହି ହୁଏ ନାହିଁ
ସହିବା ହୁଏ ଦୁଃସହ
ଛାତିର ଯନ୍ତ୍ରଣା ହୃଦୟ ବେଦନା
ଅନ୍ତଚିରି ଉଠେ କୋହ ।।
ସତେକି ପାଷାଣ ହୋଇଛ ଆପଣ
ଆଖି ଥାଇ ଅନ୍ଧ ସାଜ
ହୃଦୟ ହୀନଟି ତୁମେ ଅଟ ପରା
କରୁଛ ନିଜେ ମଉଜ ।।
ସମୟ କହିବ ଠିକ ଭୁଲ ସବୁ
ପଡିବ ଧର୍ମର ବାଡି
ତଥାପି କାହିଁକି ହୃଦୟ ଚାହୁଁଛି
ସର୍ବସ୍ବ ଦେବି ଅଜାଡି ।।
No comments:
Post a Comment