Tuesday, September 15, 2020

🙏ବାପା🙏

          ✍ରଂଜିତା ପତି

ଅମୃତ ମୟ ଶବ୍ଦ ସେ ଏକ

     ବାପା ନାମେ ଉଚ୍ଚାରଣ

ଜୀବନ ତରୀର ଉତ୍ତମ ନାଉରୀ

     ବେଦନା ର ଉତ୍ତରଣ

ଯୋଉଦିିନୁବାପାପାଇଲିଜୀବନେ

     ମଧୁମୟ ତୁମ ପରଶ

ଜୀବନ କଳିକା ହେଲାପ୍ରସ୍ଫୁଟିତ

    ଭରିଗଲା ମନେ ହରଷ

କନ୍ୟା ବୋଲିନ୍ୟୁନ କରିନାହଁ

      କରିନାହଁ ହତାଦର

ଶିକ୍ଷା,ଦୀକ୍ଷା,ସଂସ୍କୃତି ରକ୍ଷାରେ

      ଦେଇଛ ଉତ୍ତମ ସଂସ୍କାର

ମାଗିବା ଆଗରୁମନକଥା ଜାଣି

     ଭରିଛ ସଭିଙ୍କ ହୃଦୟ

ନାହଁ ତୁମେ ଆଜି ଜୀବନରବାଜି

    ଲାଗେ ଭାରି ଦୁଃସହ

ନହୋଇକାତରଧୈର୍ଯ୍ୟ ଧରିବାକୁ

   ଦେଇଛ ସତ୍ ଉପଦେଶ

ତୁମେ ଗୁରୁତୁମେଜ୍ଞାନଦାତାପୁଣି

   ଭରିଛ ଅଦମ୍ୟ ସାହସ

ଗର୍ବିତ ମୁଁ ତୁମସନ୍ତାନ ବାପା

   ଢାଳୁଥାଅ. ଶୁଭ ଆଶିଷ

ମୋ ଜୀବନନାଟକେମହାନାୟକ

          ତୁମେ,,,,,, 

ମୋବାପା ହୋଇସବୁଜନ୍ମେଆସ

     🙏🙏🙏🙏🙏

ଜଗନ୍ନାଥ ପ୍ରସାଦ
ଗଂଜାମ

 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy