Saturday, September 12, 2020

କ ଚମ୍ପୁ ବୃତ୍ତେ


✍️ସୁଧାଂଶୁ କୁମାର ତ୍ରିପାଠୀ


କାହିଁକି ରେ  କଥା ନହେଉ ବ୍ୟଥା ଦେଇକିରେ।


କଲି ଅବା କେଉଁ ଦୋଷ କରିଅଛୁ ମନେ ରୋଷ 

କାହାଗେ କହବି ଯାଇକିରେ।୧।


କୁହୁକଣ୍ଠୀ ଏ ତୋହର   କୋକିଳ କଣ୍ଠରେ ସ୍ଵର

କରଟ   କୁହାଟ  ପରିକିରେ।୨।


କୁନ୍ଦ ରଦନା  ଅଧର   କୁପିତ  ହୋଇ  ମୋପର

କୁହୁଣ୍ଡା ପକାଇ ଦେଲୁକିରେ।୩।


କୁଞ୍ଜର ଗତି ନବୀନା   କୁରଙ୍ଗୀ  ନୟନା  ଅନା

କୁଟିଳ ଚାହାଣି  ଚାହିଁକିରେ।୪।


କୁଞ୍ଚିତ କୁନ୍ତଳା  ବାଳା   କୁଣ୍ଡଳୀ  ପରି  ନପଳା

କୁଠାରେ ଆଘାତ କରିକିରେ।୫।


କୁନ୍ଦ ଫୁଲେ ଗଳା ହାର  କରେ  ଛନ୍ଦିଲୁ ମନ୍ଦର

କଟି ନିନ୍ଦେ ସିଂହ କଟିକିରେ।୬।


କୁଞ୍ଚ  ବସନେ  ମଦନ    କରୁଛି  ଲୁଚି  କିର୍ତ୍ତନ

କାମର କମାଣ ଯୋଖିକିରେ।୭।


କୁଣ୍ଠିତ  ନହୋଇ  ଧନ  କରିଲେ  ପିରତି ଦାନ

କିରତି  ନିଉନ  ହେବକିରେ।୮।


କୁମୁଦ  ବନ୍ଧୁ  ବଦନା    କହଇ  ଭୁବନ  ନନା

କିଙ୍କର  କରତୁ ରଖିକିରେ।୯।


କୃପାସିନ୍ଧୁପୁର
ଶେରଗଡ
ଗଞ୍ଜାମ


  ପ୍ରଥମ ଥର ପ୍ରୟାସ କରିଛି,ଚମ୍ପୁ ଲେଖିବା ପାଇଁ। ଆପଣଙ୍କ ଭଳି ଧୁରିଣ ସାଧକ ମାନଙ୍କ ସମ୍ମୁଖରେ ପ୍ରେରଣ କରିବା ମୋର ଧୃଷ୍ଟତା। ସମସ୍ତଙ୍କୁ ଅନୁରୋଧ ଯୋଉଠି ବି ଲେଖାରେ ତ୍ରୁଟି ରହିଯାଇଛି ମତେ ସଂଶୋଧନ କରିବା ପାଇଁ ପରାମର୍ଶ ଦେବେ ବୋଲି ମୋର ଗଭୀର ବିଶ୍ୱାସ। 

  ଆଧୁନିକତା ର ଢଙ୍ଗରେ ପୁରୁଣା ରାଗ, ରାଗିଣୀ, ଛାନ୍ଦ ,ଚମ୍ପୁ ର ଆଦର ଧୀରେ ଧୀରେ କମିବାରେ ଲାଗିଲାଣି। ତେଣୁ ଏମିତି ପ୍ରୟାସ ଟିଏ କରିବାର ଦୁଃସାହସ କରିଛି। 🙏🙏🙏

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy