କେତେ ପ୍ରତୀକ୍ଷାର ଅନ୍ତ ଘଟାଇ
ଜନମ ଦେଇଛି ମାଆ l
କେତେ ସପନକୁ ମନେ ବାନ୍ଧି
ପାଳନ କରୁଛି ମାଆ ll
ଶରୀର ତୋହର ପ୍ରତି ମୁହୂର୍ତ୍ତେ
ଡାକେ ମୋତେ ସ୍ନେହେ ଆ ଆ ll
ଚରଣ ଠାରୁ ମସ୍ତକ ତୋହର
ଗାଉଥାଏ ମୋର ନାଆଁ l
କଥାରେ କଥାରେ ଚିଂତାରେ ଥାଉ
କେମନ୍ତ ରହିବି ମୁହିଁ l
ବିଶାଳ ବିଶ୍ୱେ କିପରି ବଞ୍ଚିବି
ପ୍ରଭୁପାଦେ ଥାଉ ଧାଈ ll
ମୁହଁ ସଦା ତାର ଗାଏ ପ୍ରଶଂସା
ଯେତେ କଲେକ ଗଳତି l
ସାହିପଡିଶା ଟାହିଆ ଟାପରା
ମନରୁ ଆଡଉ ନିତି ll
ଜିନିଷ ମୁହିଁ ଖୋଜେ ଇତସ୍ତତଃ
ନପାଇଲେ ଦିଏ ଦୋଷ l
ଦୋଷ ଆଡେଇ ମନ ତୋଷକରି
ଦିଏ ସେ ସବୁ ଜିନିଷ ll
ଛଳନା ମୋହର ସୁବୁ ସେ ଜାଣି
ଲୁଚାଉ ମୋ କଥା ନିତି l
ଛଳନା ପୁରଣ କରିବାକୁ ତୁ
ବାପା ଆଗେ ହେଉ ସାକ୍ଷୀ ll
ବିଲମ୍ବେ ଫେରିଲେ ହେଉ ବ୍ୟଥିତ
ଅନାଇ ଥାଉ ତୁ ବାଟ l
ଉଦରେ ତୋହି ପାକ ନେବାଦୂରେ
ମୋ ପାଇଁ ତୁ ହେଉ ବ୍ୟସ୍ତ ll
ଛୋଟବେଳେ ତୁହି କୂଳରେ ଶୁଆଇ
କରୁଥିଲୁ କେତେ ଗେଲ l
ନଖାଇଲେ ମୁହିଁ ଗେଧଉ ତୁହି
ଗୋଡ଼ାଇ ଥାଉ ମୋ ପଛ ll
ସଂକଟେ ଥିଲେ ଚରଣ ଅସ୍ଥିର
ଏଣେ ତେଣେ ଘୋରି ବୁଲେ l
ଦେଵିଦେବତା ମନାସିକ କରେ
ନାନା ପୂଜାପାଠ ବ୍ରତେ ll
ମାଆର ମମତା ବିଶ୍ୱେ ବନ୍ଦିତା
ତାପରି ହେବ କେ ସରି l
ଘୋଡାଇ ନିତ୍ୟ ତାହାରି ପଣତେ
ଢାଳେ ଆଶୀର୍ବାଦ ସତ ll
🙏କାମାକ୍ଷା ପ୍ରସାଦ ସାମଲ 🙏
No comments:
Post a Comment