ହଁ ମୁଁ ଗରିବ
ରାସ୍ତା ରେ ବାବୁ ମାନଙ୍କ ର
ଜୋତା ପଲିସୀ କରେ
ସମୟ ଟା ଖେଣିକ ମାତ୍ରେ ବିତି ଯାଏ
ତାହା ମୁଁ ଜାଣି ପାରେନା l
ଜୋତା ପଲିସୀ କରି
ମୁଁ ଶହେ କି ଦେଢ଼ଶ ମୁଦ୍ରା ପାଏ
ମୋର ଚାରି କୁଟୁମ୍ବ ପ୍ରାଣୀ
ଦେଢ଼ଶ ଟଙ୍କା ରେ ଚଳିବା ଯେ କେତେ କଷ୍ଟ
ତାହା ମୁଁ ଜାଣେ l
ଦିନ ଖାଇଲେ
ଚାରି ଦିନ ଭୋକ ଉପାଶ ରେ ତାଟିଆ କାମୁଡୁ
ଏହି ଭୋକ ଉପାଶ ରେ
ପେଟ ର ଜ୍ୱାଳା ମୁଁ ସହି ପାରେନା l
ରାତି ରେ ନିଦ ମଧ୍ୟ
ଆଖି କୁ ଭଲ ଆସେନା
ଆଉ ସ୍ୱପ୍ନ ଦେଖିବା ଗୋଟେ ବାହୁଲ୍ୟ କଥା l
ଗରିବ କୁ ସ୍ୱପ୍ନ ଦେଖିବା ମନା
ସ୍ବପ୍ନ ତାକୁ ପଚାର ଯିଏ ସ୍ବପ୍ନ ରେ ଜଳୁଛି l
ବେଶ୍ୟା କୁ ପଚାର ସ୍ବପ୍ନ କଣ?
ବେଶ୍ୟା କଣ ଚାହେଁ
ଅନ୍ୟ ପୁରୁଷ ପାଖରେ ରାତ୍ରି ଜାପନ କରିବା ପାଇଁ l
ବେଶ୍ୟା କଣ ସ୍ବପ୍ନ ଦେଖେନା
ଘର ସଂସାର କରିବା ପାଇଁ l
ବେଶ୍ୟା କଣ ସ୍ୱପ୍ନ ଦେଖେନା
ତାର ସତ୍ୟବାନ ପାଇଁ ସାବିତ୍ରୀ ପାଳିବା ପାଇଁ
ବେଶ୍ୟା କଣ ଚାହେଁ
ଅନ୍ୟ ପୁରୁଷ ପାଖରେ ନିଜ ସ୍ୱାଭିମାନ ବଳି ଦେବା l
ନାଁରେ, ବେଶ୍ୟା ସ୍ୱପ୍ନ ଦେଖେ ସତ
କିନ୍ତୁ ସମୟ, ଆଉ ଅର୍ଥ ତାକୁ
ବେଶ୍ୟା ର ପରିଚୟ ଦେଇଛି l
ମୁଁ ଗରିବ ସତ
କିନ୍ତୁ ସ୍ୱାଭିମାନ l
ବଡ ବାବୁ ମାନଙ୍କ ପରି
ବେଈମାନ ନୁହେଁ l
ବଡ ବାବୁ ମାନଙ୍କ ପରି
ବଙ୍ଗଳା କି କୋଠା ନାହିଁ l
ରାସ୍ତା କଡରେ
ଅନାବାଦି ଯେଗା ରେ
ଖଣ୍ଡେ ଚାଳ, ଛପର କୁଡ଼ିଆ କରି ରୁହେ l
ଗରିବତା ଯୋଗୁ
ସେ ଚାଳ, ଛପର ଘର ରେ
ବଡ ବଡ କଣା ହେଇଗଲାଣି
ଦିନରେ ସୂଯ୍ୟ ମତେ ଦେଖି ହସୁଚି
ରାତ୍ରି ରେ ମୋ କୋହ ଦେଖି କାନ୍ଦୁଛି
ଆଉ ପ୍ରତି ଉତ୍ତର ଦଉଛି
ହେ ଗରିବ କାହଁ କାନ୍ଦୁଛ
କାନ୍ଦେନା ରେ କାନ୍ଦେନା
ତୋ ଦୁଃଖ ଦିନେ ଫେରିବ l
ଜୋତା ପଲିସୀ କରୁଥିବା
ଗରିବ ଲୋକ କଣ ସ୍ୱପ୍ନ ଦେଖେନା?
ହଁ ଅଭାବ ଦରିଦ୍ରତା ମଧ୍ୟ ରେ
ସେ ସ୍ୱପ୍ନ ଦେଖେ?
ମୋ ପୁଅ ବଡ ବାବୁ ହଉ
ଦେଶ, ବିଦେଶ ରେ ନାଁ କରୁ
ଆଉ ମୁଁ ଜୋତା ପଲିସୀ କରିବିନି
ବଡ ବାବୁର ବାପା ହିସାବରେ
ଜୀବନ କୁ ଜିନିବି,
ମନ ଭରି ଉପଭୋଗ କରିବି l
ତାହା କିନ୍ତୁ ହେଇ ପାରେନା
ଧନି ବାବୁଙ୍କ ଅଡୁଆଳ ରେ
ଗରିବ କେବେ ଉର୍ନତି କରିପାରେନା l
( +3 ଓଡ଼ିଆ ବିଭାଗ ର ଶେଷ ବର୍ଷ ର ଛାତ୍ର )
ନିଆଳୀ, କଳାପାଞ୍ଚଣ, ପୁରୀ
No comments:
Post a Comment