Sunday, September 20, 2020

ମାୟାର ମଦିରା

ପ୍ରିୟ! ଦିଅ ମୋତେ ଭାବ ବଇଭବ,

ଭାବେ ନରହୁ ଅଭାବ,

ଜନମ ଜନମ ଦୁଃଖ ହରିନିଅ

ଦିଅ ନାହିଁ ପରାଭବ । ।

ଦୁଃଖର ଜୁଆର,ଭବ ପାରବାରେ

ପ୍ରାଣ ମୋ ନିତି ଅଧିର ।

ସ୍ନେହାଶ୍ରୁରେ ଧାର,ହୃଦ ଯମୁନାରେ

ବହେ ଲୋତକର ଧାର । ।

ଜୀବନର ସଙ୍ଗ,ଭାବ ଭବ ରଙ୍ଗ

ନ ଇଚ୍ଛଇ ଆନ ପ୍ରେମ ।

ହୃଦୟ ବୀଣାରେ ଗୁଂଜରିତ ହେଉ

ଅନାହତ ବଂଶୀ ସ୍ବନ । ।

ମାୟାର ମଦିରା,କରେ ଦିଗହରା

ରଚୁଛ ନଶ୍ୱର ଲୀଳା ।

ପାପାନଳେ ସଦା ହୃଦୟ ଅଧିର

ଦିଅ ତବ ସୁଧା ଧାରା । ।

ହୃଦୟ ମନ୍ଦିରେ ଜାଳି ଦିଅ ପ୍ରଭୋ!

ପ୍ରେମର ଦୀପାଳୀ ଧାରା ।

ତବ ପ୍ରେମାଲୋକେ,ପ୍ରାଣ ପୁଲକିତ,

ବିଶ୍ୱ ହେଉ ମଧୁକ୍ଷରା । ।

ନ ଲୋଡେ ସମ୍ପତି,ଚାହେଁ ତବ ପ୍ରିତୀ

ଝରୁ ତବ ମଧୁ ଗୀତି ।

ହୃଦ ସିଂହାସନେ,ବିଜେ କର ଥରେ;

ଦାସୀର ଘେନ ପ୍ରଣତି । ।

ମାଧବାନନ୍ଦ ଭୋଇ
ସଂପାଦକ:ଉଦୟ ଭାନୁ, 
ସା:ଭୋଦଳ,ପୋ:ପାଟସୁନ୍ଦରପୁର,କଟକ-୦୪୮


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy