✍ଏଲିନା ଶତପଥୀ
କାଶତଣ୍ଡୀ ଚୁପୀ ଚୁପୀ
ଧରା କାନେ କହିଲାଣି
ଶରତବି ଧୀରେ ଧୀରେ
ମଳତେ ପାଦ ଥପିଲାଣି
ଦୁର୍ଗାଙ୍କର ଆଗମନ
ଏଵେ ହେଵଲେ ସଜନୀ
କାଶତଣ୍ଡୀ ଚୁପୀ ଚୁପି
ଧରା କନେ କହିଲାଣି।
ଧାନଗଛ କ୍ଷେତରେ ଦେଖ
ଲହଡ଼ି ଦେଲାଣି
କାକର ବିନ୍ଦୁପରା
ମୁକ୍ତା ପାଲଟିଲାଣି
ଧର୍ମଓଠେ ହସଦେଖ
ପାପ ଲୁଚିଲାଣି
ଦୁର୍ଗାଙ୍କର ଆଗମନ
ଏବେ ହେଵଲୋ ସଜନୀ
କାଶତଣ୍ଡୀ ଚୁପୀ ଚୁପୀ
ଧରା କନେ କହିଲାଣି।
ଚତୃଦିଗେ ପୂଜାମଣ୍ଡପ
ସଜଲୋ ହେଲାଣି
ଵ୍ରାହ୍ମଣର ମନ୍ତ୍ରଧ୍ୱନି
ମନକୁ ଉଚାଟ କଲାଣି
ପଣାହାଣ୍ଡ ପାଇଁ ସବୁ
ଯୋଗାଡ଼ ହେଲାଣି
ଦୁର୍ଗାଙ୍କର ଆଗମନ
ଏଵେ ହେଵଲୋ ସଜନୀ
କାଶତଣ୍ଡୀ ଚୁପୀ ଚୁପୀ
ଧରା କାନେ କହିଲାଣି।
ସଂହାର ମୂରତୀ ଧରି
ଆସିଵେ ଦୁର୍ଗତି ନାସିନୀ
ଧର୍ମ ପ୍ରତିଷ୍ଠା କରିଵେ
ପାପକୁ ରଖିଵେନି
ସେହିପରା ଯୋଗମାୟା
ସେହି କାତ୍ୟାୟନୀ
କାଶତଣ୍ଡୀ ଚୂପି ଚୁପୀ
ଧରା କାନେ କହିଲାଣି।
ଆକାଶରେ ଖରା ଵାଦଲ
ଖେଳଲୋ କଲେଣି
କଳାଵାଦଲ ଧରାକୁ
ବାରତା ଦେଲାଣି
ପୂଜାପାଇଁ ସଜକର
ଆସିବେ ଦୁର୍ଗତି ନାଶିନୀ
କାଶତଣ୍ଡୀ ଚୁପୀ ଚୁପି
ଧରା କନେ କହିଲାଣି।
ମାଲକାନଗିରି
No comments:
Post a Comment