ସଖୀରେ,,,,
କହିଦେ ଏ ରାତିକୁ
ଆଉ ନ ଆସୁ ସେ ରାଧା କତିକୁ
ଫେଡିଲେ ନୟନ
କରେ ମୁଁ ଦର୍ଶନ
ସେହି ଘନଶ୍ୟାମ ରୂପ କୁ,,,,
ସଖୀ ରେ,,,,,
କହିଦେ ଏ ରାତି କୁ,,,,,
ବୁଜିଲେ ନୟନ
ସେ ମଧୁସୂଦନ
ଆବୋରି ଥାଆନ୍ତି ମନ କୁ
ସଖୀରେ,,,
କହିଦେ ଏ ରାତି କୁ,,,,
ଅଳସୀ ରାତ୍ରୀ ସେ
ପ୍ରେମର ଆବେଶେ
ବାନ୍ଧେ ପରା ସାରା ଜଗତ କୁ
ସଖୀରେ,,,,,
କହିଦେ ଏ ରାତି କୁ,,,,,
ନିରୋଳା ରାତିରେ
ଆଶଙ୍କା ଛାତି ରେ
ଆଣିଦେବକି ମୋ ବେଣୁପାଣିକୁ
ସଖୀ ରେ,,,,
କହିଦେ ଏ ରାତି କୁ,,,,,
ରାଧା ସାଜିଣ ରଜନୀଗନ୍ଧା
ପ୍ରିୟପ୍ରୀତିରେ ହେଲାତ ବନ୍ଧା
ଆଖି କଜ୍ଜଳ କରିଛି କଳଙ୍କ କୁ
ସଖୀରେ,,
କହିଦେ ଏ ରାତି କୁ,,,,
ଆଉ ନ ଆସୁ ସେ ରାଧା କତି କୁ,,,,
✍ରଂଜିତା ପତି
ଜଗନ୍ନାଥ ପ୍ରସାଦ
ଗଂଜାମ
ଜଗନ୍ନାଥ ପ୍ରସାଦ
ଗଂଜାମ
No comments:
Post a Comment