Saturday, September 19, 2020

ପ୍ରକୃତ କୃଷକ …….

     କେ ତ୍ରିମୂଲା  ଅlଚାରୀ 
    ପାଢ଼ୀ ସାହି, ଶେରଗଡ଼, ଗଞ୍ଜାମ 

  

ଆସିଲାଣି ଏବେ କୃଷି ଯନ୍ତ୍ରପାତି, 

ନାହିଁ ଆଊ ବଳଦ ଯୋଡିର ଦେଖା…. l

ଲଙ୍ଗଳ ଜୁଆଳି ଉଇ ଖାଇଲାଣି, 

ଟ୍ରାକଟର ଏବେ ବିଲେ ବୁଲିଲାଣି.. l

ଫଟ ଫଟ କରି ଚାଷ ଯେ କଲାଣି, 

ଚାଷୀ ଭାଇର ବିଲରେ ଯେ ଦେଖା ନାଇଁ…….. l

ହରି କୁ କହିଲା ଟ୍ରାକଟର ନେଇ, 

ବିଲ ମୋର ସମତୁଲ କରିବୁ ଯାଇ……. l

ମାର୍ଗଶିର ମାସ ଗୁରୁବାର ହେଲେ, 

ଗାଁ ର ବୋହୁ ସାହି ସାହି ବୁଲେ ଗୋବର ଟିକକ ପାଇଁ….. l

ନାଇଁ ଆଊ ସେହି ଜୈବିକ ଖତ, 

ଚାଳ ଛପର ର ଘର ଦେଖିବାକୁ ନ ମିଳଇ……. l

ଚାଷ ପାଇଁ ଏବେ ଖର୍ଚ୍ଚ ତାଲିକା ବଢୁଅଛି ଘାଇଁ ଘାଇଁ  ….l

ଛୋଟ ଚଷା ଏବେ ମୁଣ୍ଡେ ହାତ ଦେଇ, 

ବିଜ୍ଞାନ ଯୁଗରେ କଣ କରିପାରେ ସେହି……. l

ଚଷା କାମ ଛାଡି କୃଷକ ଯେ ଏବେ, 

ସହରକୁ ଯାଏ ମୁଲ ଖଟିବା ପାଇଁ…..l

 ବୈଜ୍ଞାନିକ ଯୁଗେ କୃଷି କାର୍ଯ୍ୟ ଏବେ, 

ବଡ଼ ବଡିଆଂକ ପାଇଁ l

ସାଧାରଣ  କୃଷକ ଚାଷ କରି ଏବେ, 

ଋଣ ସୁଝି ନ ପାରଇ l

କୃଷକ ଟି ଆଜି ସମାଜ କୁ କହେ, 

କ୍ଷମା କରିଦେବ ଭାଇ l

ମୋ ପୂର୍ବ ପୁରୁଷ ଯୋଉ ସେବା କଲେ, 

ମୁଁ ତ ଏବେ ପାରୁ ନାହିଁ l

ମୋ ପୁତ୍ର ଦେଖି କହେ, 

ବାପା ମୁଁ କୃଷକ ହେବି ନାଇଁ l

କହୁଥିଲ କହୁଅଛ ଜୟ ଯବାନ ଜୟ କିସାନ, 

ଏ ନାରାଟି ଭୁଲିବ ନାଇଁ l

କ୍ଷମା କରିଦେବ…. କ୍ଷମା କରିଦେବ ଭାଇ…… l



No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy