Thursday, September 17, 2020

ମହାଳୟା

   ✍ବାସନ୍ତୀ ଲତା ଜେନା 


ଆଶ୍ଵିନ ମାସର ପ୍ରଥମ ପକ୍ଷକୁ 

       ପିତୃ ପକ୍ଷ କୁହା ଯାଏ 

ଏ ପକ୍ଷରେ ଅମାବାସ୍ୟା ତିଥି ପଡେ 

       ମହାଳୟା କୁହାଯାଏ  l୧l

ଭଦ୍ର କୃଷ୍ଣ ପକ୍ଷ ପ୍ରତିପଦା ଠାରୁ 

        ପନ୍ଦର ଦିନ ପର୍ଯ୍ୟନ୍ତ 

ପିତୃପକ୍ଷ ହୁଏ ପିଣ୍ଡ ଦାନ ପାଇଁ 

       ତର୍ପଣରେ ଅପ୍ୟାୟିତ    l୨l

ପ୍ରତି ପଦା ଠାରୁ ଅମାବାସ୍ୟା ଯାଏ 

        ଅପର ପକ୍ଷ  ହୁଅଇ 

ଘର ବଡ଼ ପୁଅ ବାହାରେ ନ ଖାଏ

       ପରମ୍ପରା ପାଳୁ ଥାଇ      l୩l

ଏହି ଦିନlଙ୍କରେ ଯେ କୌଣସି ଦିନ 

        କରା ଯାଏ ପିଣ୍ଡ ଦାନ 

ବ୍ରାହ୍ମଣ ଭୋଜନ ପଡିଶା ଭୋଜନ 

         ଦେଇ ଥାନ୍ତି ପୁତ୍ର ଗଣ    l୪l

ନୂଆ ମାଟି ହାଣ୍ଡି ବସାଇ ଚୁଲିରେ 

       ଅନ୍ନ ଡାଲି ରାନ୍ଧି ଥାନ୍ତି 

ସୁମିଷ୍ଟ  ବ୍ୟଞ୍ଜନ ଘିଅରେ ରାନ୍ଧନ୍ତି 

      ପିତୃ ପୁରୁଷେ ଅର୍ପନ୍ତି        l୫l

ତିଥି ଅନୁଯାଇ ଯେଉଁ ମlନେ ଶ୍ରାଦ୍ଧ 

          କରି ପରି ତ ନ ଥାନ୍ତି 

ମହାଳୟା ଦିନ ପିଣ୍ଡ ଦାନ ଦେଇ 

       ନିଜ କର୍ମ କରି ଥାନ୍ତି      l୬l

ବଡ଼ ଦେଉଳର ବାଇଶି ପାହାଚେ 

        ପିଣ୍ଡ ଦାନ ହୋଇଥାଏ 

ଶ୍ରଦ୍ଧାରେ ତ ଯାହା ଦାନ କରା ଯାଏ 

        ଅର୍ପଣ ତ କୁହା ଯାଏ     l୭l

ମହାଳୟା ଶ୍ରାଦ୍ଧ  ସପ୍ତ ପୁରୁଷଙ୍କୁ 

       ଡକା ଯେ ହୋଇଣ ଥାଏ 

ବ୍ରାହଣ ନନା ତ ଶ୍ରାଦ୍ଧ କରିଥାନ୍ତି 

       ମନ୍ତ୍ର ପାଠ ବୋଲା ଯାଏ   l୮ l

ପିତୃ ପୁରୁଷ ଯେ ସନ୍ତୁଷ୍ଟ ହୋଇଣ 

      ଆଶିଷ ବରଷି ଥାନ୍ତି 

ବରଷକୁ ଥରେ ମର୍ତ୍ତ୍ୟ ଧାମେ ଆସି

     ସନ୍ତୁଷ୍ଟ ହୋଇ ଫେରନ୍ତି   l୯l

ସନାତନ ଧର୍ମେ ମହାଳୟା ଶ୍ରାଦ୍ଧ 

     ପରମ୍ପରା ନିଦର୍ଶନ 

ପିଢ଼ି ପରେ ପିଢ଼ି ପାଳିତ ହୁଅଇ 

    ଉତ୍କଳୀୟଙ୍କର ଦାନ     l୧୦l


ଗାନ୍ଧିନଗର, ନବରଙ୍ଗପୁର  l

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy