ଶ୍ରୀ ସୁଦାମ ଦଳବରା
ପେଟ ପାଇଁ କେତେ ନାଟ ଲାଗିଅଛି ,
ଭୋକର ତାଡନା ନିତି କଷ୍ଟ ଦେଉଛି।
ଲାଜ,ମହତ୍ତ୍ୱକୁ ଖାତିରୀ କରେନି,
ଘର ଘର ବୁଲି ଭିକ୍ଷା ମାଗୁଅଛି ।।
ସମୟ ସୁଅରେ କିଏ ଭିକାରୀ ସାଜିଛି,
ଭିକ୍ଷା ବୃତ୍ତିକୁ ଯେ ଆପଣାଇ ଅଛି ।
ବିଧାତା ଯେ ପଙ୍ଗୁ ଅଥର୍ବ କରିଛି,
ପେଟ ପୋଷିବାକୁ ଭିକ୍ଷା ମାଗୁଅଛି ।।
ପରିସ୍ଥିତି ଆଉ ସମୟ ସୁଅରେ,
କିଏ କେତେବେଳେ ଭିକ୍ଷା ଯେ ମାଗୁଛି ।
ମାନ ସମ୍ମାନକୁ ପଛରେ ପକାଇ,
ଜୀବନ ଯୁଦ୍ଧରେ ସିଏ ଲଢ଼ୁଅଛି ।।
ବୃଦ୍ଧା ଅବସ୍ତାରେ ଭିକ୍ଷା କେ ମାଗୁଛି ,
ପରିବାର ତାଙ୍କୁ ଦୂରେଇ ଦେଇଛି ।
ପୁଅ ଝିଅଙ୍କୁ ସେ ଅଲୋଡା ହୋଇଛି,
ଭିକ୍ଷାଥାଳି ଶେଷ ସାହାରା ଦେଇଛି।।
କେତେ ଧନ ଦୌଲତ ଯିଏ ଅର୍ଜିଥିଲା,
ଶେଷବେଳେ ତାକୁ ଭୋଗ କରିଲା।
କେତେ ଦାନ ଧର୍ମ ଯିଏ କରିଥାଲା,
ସମୟ ସୁଅରେ ଭିକ୍ଷା ସେ ମାଗିଲା।।
ଭିକାରୀକୁ କେହି ଘୃଣା ହେ କରନି,
ଖୁସିରେ ଭିକାରୀ ଭିକ୍ଷା ଯେ ମାଗୁନି ।
ପେଟ ପାଇଁ ସିଏ ଆଜି ଭିକ୍ଷା ମାଗୁଛି,
ସମୟର ଦାସ ସିଏ ସାଜି ଅଛି ।।
ସମାଜରେ ଆଜି ଯେ ପଙ୍ଗୁ ହୋଇଛି,
ଭିକ୍ଷା ବୃତ୍ତିଟିକୁ ଆପଣାଇ ଅଛି ।
ଜୀବନ ଯୁଦ୍ଧରେ ହାରି ସେ ଯାଇଛି,
ପେଟ ପୋଷିବାକୁ ଭିକ୍ଷା ମାଗୁଅଛି ।।
ଏଭଳି ଅନେକ ଅସାହାୟ ଅଛନ୍ତି,
ଜନ୍ମରୁ ଅନ୍ଧ ମୁକ ବନ୍ଧିର ଥାଆନ୍ତି ।
ସମୟ ସ୍ରୋତରେ ସେ ଭାଙ୍ଗି ପଡନ୍ତି,
ପରିସ୍ଥିତିରେ ସେ ଭିକ୍ଷା ବୃତ୍ତି କରନ୍ତି ।।
ସମାଜର କିଛି କଲ୍ୟାଣ ପାଇଁ,
ଭିକାରୀଙ୍କୁ ଘୃଣା ନକର ଭାଇ।
ପେଟ ପାଇଁ ଏଠି ଲାଗିଅଛି ନାଟ,
ନିଜ ସକ୍ଷମରେ ଦିଅ ତାଙ୍କୁ ଭିକ ।।
ଭିକାରୀର ବି ଗୋଟେ ଛୋଟ ସଂସାର ରହିଛି,
ଭିକ୍ଷା ନପାଇ ସେ ଚଳିବ କେମିତି ।
କିଏ କେତେବେଳେ କେଉଁ ଦଷା ଯେ ଭୋଗିବ,
ଏ ବିଚିତ୍ର ସଂସାରରେ କିଏବା କହିବ ।।
ତୁରୁମୁ, ଭଞ୍ଜନଗର, ଗଞ୍ଜାମ
No comments:
Post a Comment