ସେ ଥିଲା ରମାର ପିଲାଟିଏ ଭଳି।ଅନେକ ବର୍ଷର ଆପଣାର ସଂପର୍କ ତାସହ ଯୋଡିହୋଇ ରହିଥିଲା।ପ୍ରତି ସୁଖ ଦୁଃଖର ସାଥିଟିଏ ସେ।ଜୀିବନର ଉଠାଣି ଗଡାଣି ବିବାହ ଉତ୍ସବଠୁ ଶବସଂସ୍କାର ସବୁ ଯାଗାରେ ହାଜର ହେଇଯାଏ ତାସହ।ତାବିନା କୁଆଡେ ଯିବା ସମ୍ଭବ ନୁହେଁ।ଦୀର୍ଘ ତେର ବର୍ଷର ସଂପର୍କ ତାସହ ଗୁନ୍ଥିହେଇ ରହିଛି।ତାରି ପାଇଁ ତା ପରିବାରରେ ଖୁସିର ଫୁଲ ଫୁଟିଛି।ପିଲାଙ୍କ ମନର ସବୁ ଇଛା ପୁରଣ ହେଇଛି।ଦିନ ଥିଲା ବଡ ପରିବାର ହେତୁ ଅଭାବ ଅନାଟନ ଲାଗି ରହିଥିଲା।ସ୍କୁଟର ରେ କାମ ଚଳୁଥିଲା।ପରିବାର ବଢିବା ପରେ ଆଉ ସ୍କୁଟରରେ ଏକାସଂଗେ ଯାଇ ହେଲାନି।ତାପରେ ରମାର ସ୍ବାମୀ ଜିପ୍ ଟେ କିଣିଲେ।ତାହା ଦିଅରଙ୍କ ନାଁରେ କିଣାହେଲା ଯଦିଓ ଟଙ୍କା ସେମାନେ ଦେଇଥିଲେ।ଗାଡିଟା ଡବଲ ପର୍ପସ ପାଇଁ କିଣା ହେଇଥିଲା।ସପ୍ତାହର ଛଅଦିନ ଗୋଟେ କମ୍ପାନି ଭଡାରେ ନେବ।ରବିବାର ଦିନ ଘରେ ରହିବ ନିଜ ବ୍ୟବହାର ପାଇଁ।ସେଦିନ ଘରଲୋକେ ଯୁଆଡେ ଚାହିଁବେ ଯାଇପାରିବେ।ଗାଡିର ଯାହା ଭଡା ମିଳୁଥିଲା ତାର ବାକି ଇନ୍ଷ୍ଟଲମେଣ୍ଟ ସୁଝା ହେଉଥିଲା।ଏପରି ବର୍ଷେ ଦୁଇବର୍ଷ ଭଡା ଲାଗିବା ପରେ ଇନ୍ଷ୍ଟଲମେଣ୍ଟ ବି ଦେବା ପୂରା ହେଇଗଲା।ଏଭିତରେ ଦିଅରଙ୍କ ବାହାଘର ହେଇଗଲା।ଦିନେ ରମାର ସ୍ବାମୀ ଇଂ ଅନିମେଶ ଜିପ୍ ନେଇ ଚାକିରି ଯାଗାକୁ ଯାଇଥିଲେ।ମଝିମଝିରେ ଚାକିରି ଜାଗାରେ କିଛିଦିନ ରାତିରେ ବି ରହିଯାଉଥିଲେ।ସେଥରବି ତିିନିଦିନ ପରେ ଫେରିଲେ।ତାଙ୍କ ଭାଇ କହିଲେ ଏବେ ମୋର ବି ବାହାଘର ହେଲାଣି ମୋରବି ଗାଡି ଦରକାର ପଡିପାରେ।ଏତିକି କଥା ବୁଝିବା ଲୋକକୁ ବହୁତ ଥିଲା।ଲୋକେ କୁହନ୍ତି ସମଝଦାର୍ କୋ ଇସାରା କାଫି।
ସେ ଅଭିମାନ ଭରା ରାଗରେ ଗାଡିର ଚାବିଟା ଭାଇଆଡେ ଫିଙ୍ଗିଦେଲେ।ନେଇଯା ତୋ ଗାଡି ତାଙ୍କ ପାଟିରୁ ସ୍ବତଃ ବାହାରି ପଡିଲା।ଭାଇ ବୋଧହୁଏ ସେଇଟା ଚାହୁଁଥିଲା ।ଏବେ ସେମାନଙ୍କୁ ଜିପ୍ ର ଦରକାର ନଥିଲା।ନୂଆ ସ୍ତ୍ରୀ ଜିପରେ ଶଶୁର ଘର ନେବା ଅସୁନ୍ଦର ଲାଗୁଥିଲା ତାଙ୍କୁ ସେ ତାକୁ ବିକ୍ରି କରିଦେଇ କାର୍ ଟେ ଆଣିଲେ।ନିଜ ନାଆଁରେ ଗାଡିଟା ଥିଲା ସେ ଯାହା ଇଛା କରିପାରିବେ।ଏବେ ଅନିମେଶ ପୁଣି ସ୍କୁଟରରେ ଯିବା ଆସିବା କଲେ।ନହେଲେ ଚାକିରି ଯାଗାରେ ଏକା ରହିଯାଉଥିଲେ।ନିଯେ କିଛିକିଛି ରୋଷେଇ କରି ଚଳିଯାଉଥିଲେ।ତାଙ୍କ ପରିବାର ଯୌଥ ହେତୁ ସେମାନେ ଅଲଗା ରହୁଥିଲେ।ହେଲେ ଏବେ ସଂପର୍କର ମହକ ହଜି ସାରିଥିଲା।ସେ ଏପରି ଅସ୍ବସ୍ତିକର ପରିବେଶରୁ ମୁକ୍ତି ଚାହୁଁଥିଲେ।ତେଣୁ ଟ୍ରାନ୍ସଫର କରି ଅନ୍ୟ ଜାଗା ବ୍ରଜରାଜ ନଗର ଚାଲିଗଲେ।ସେଠି ଯିବାପରେ ଘର ଜଞ୍ଜାଳରୁ ଟିକେ ମୁକ୍ତି ମିଳିଲା।ଏକତ୍ର ଥିଲାବେଳେ ଘରର ସବୁ ଦାୟିତ୍ବ ତାଙ୍କ ମୁଣ୍ଡରେ।ପଇସାଟିଏ ସଂଚୟ କରି ପାରୁନଥିଲେ।ଥରେ ପଞ୍ଚପଡା ଗାଁରେ ବଏଲ ଯାତରା ହେଲା।ଅନିମେଶଙ୍କ ବଡଭାଇ ଜଣେ ସେଠି ରୁହନ୍ତି।ସେ ଯାତ୍ରା ରେ ଆସ ବୋଲି ନିଜ କାର୍ ପଠାଇ ଦେଇଥିଲେ।ଅନ୍ୟର କାରରେ ଯିବା ଏମାନଙ୍କୁ ଖରାପ ଲାଗୁଥିଲା।ହେଲେ ଯେତେ ଚେଷ୍ଟା କଲେବି କାରଟେ କିଣିବାର ସଂଚୟ କରି ପାରୁନଥିଲେ।ଦୁଇଜଣ ପିଲା କଲେଜରେ ବାହାରେ ରହି ପଢୁଥିଲେ।ଖର୍ଚ୍ଚ ହେଇ ଯାଉଥିଲା।ବଏଲ୍ ରେ ଯେତେବେଳେ ବରୁଆ ଭରି ଦେବୀ ଆସିଲେ ରମା ଦେଖି ଆଚମ୍ବିତ ହେଇଗଲା।ଏଦେବୀ ସ୍ବତନ୍ତ୍ର ଥିଲେ ଦେଖିବାକୁ।ହନୁମାନ ପରି ଲାଲ ସିନ୍ଦୁର ଲଗା ମୁହଁ ଓ ଲାଙ୍ଗୁଡ ଟିଏ।ସେଅନ୍ୟ ଜାଗାରେ ଦେଗିଛି ମଣିଷ ବେଶରେ ଦେବୀ ଥାଆନ୍ତି।ଜଣେ ଝାଁକରର ଦେହରେ ଦେବୀ ଆସିଥାନ୍ତି।ରମା ସେ ରୂପ ଦେଖି ମନେମନେ ହସି କହିଲା ଏ କେମିତିକା ଦେବୀ।ଏତ ହନୁମାନପରି ଉଦଣ୍ଡନାଚ କରୁଛି।ଯଦି ଦେବୀ ହେଇଥିବେ ମୋ ମନକଥା ଜାଣି ଭକ୍ତି ଗ୍ରହଣ କରିବେ ଓ ଆମକୁ କାରଟେ କିଣିବାରେ ସାହାଯ୍ୟ କରିବେ।ସେ ତା ମନକଥା ଜାଣିପାରି ସ୍ତ୍ରୀ ମାନଙ୍କ ଆଡକୁ ମାଡିଆସିଲେ।ରମାକୁ ଦେଖି କହିଲେ ତୁ ମତେ ଦେବୀ ଆଏ କି ନୁହେ କହି ବିଡୁଛୁ ନାଇଁ? ଯାଃ ତୋର ମନ ଇଛା ପୁୂରାହେବା।ରମାର ଜେଠାନି ଦେବୀଙ୍କୁ ଉତ୍ତେଜିତହେବା ଦେଖି ଡରିଗଲେ।ସେ ଜୁହାର କରି କହିଲେ ମାଆ ସେ ମୋ ଘରର କୁଣିଆ ତାକୁ କ୍ଷମା କରିଦେ ଯଦିକିଛି ଭୂଲ୍ କରିଦେଇଛି ସେ।ତାପରେ ଦେବୀ ଅନ୍ୟପଟେ ମୁହଁ ବୁଲେଇ ଚାଲିଗଲେ।ଏବେ ରମାର ପୂର୍ଣ ବିଶ୍ବାସ ହେଇ ସାରିଥିଲା ଦେବୀ ୟାର ଭିତରେ ନିଶ୍ଚିତ ଆବିର୍ଭୂତା ଅଛନ୍ତି।ନହେଲେ ତାର ମନର ଚିନ୍ତନକୁ ସେ ଜାଣନ୍ତା କିପରି।ଏହାରଗୋଟେ ମାସପରେ କାର୍ତ୍ତକ ପୂର୍ଣମା ବେଳକୁ ତାଙ୍କ ନୂଆ କାର୍ ଆସିଗଲା।ଏଥିରେ ନିଶ୍ଚୟ ଦେବୀଙ୍କ କୃପାରହିଥିଲା ଯାହା ରମା ଅନୁଭବ କରିଥିଲା।ପରେ ଦେବୀଙ୍କ ପାଇଁ ପୂଜାସାମଗ୍ରୀ ସେ ପଠାଇ ଦେଇଥିଲା।ନୂଆ ଗାଡିନେଇ ପ୍ରଥମେ ତା ମାଆ ଭଉଣୀ ଓ ପିଲାମାନଙ୍କୁଧରି ଶିବମନ୍ଦିର ଯାଇଥିଲେ ପୂଜା କରିବାକୁ।ସେ ରୋଷେଇ ବାହାନା କରି ଘରେ ରହି ଯାଇଥିଲା।ସମସ୍ତେ ଏକାସଂଗେ ଗାଡିରେ ବସିବାକୁ ଜାଗା ହେଇନଥାନ୍ତା।ମାଆ ଭଉଣୀଙ୍କୁ ସେ ପ୍ରଥମେ ନୂଆଗାଡିରେ ବସିବାର ଖୁସି ଦେବାକୁ ଚାହୁଥିଲା।
ଉପରବେଳା ଲଞ୍ଚ୍ ପରେ ପୁଣି ସେମାନେ ଚଣ୍ଡୀମନ୍ଦିର ଯାଇଥିଲେ ସେତେବେଳେ ସେନିଜ ପିଲାଙ୍କ ସହ ଯାଇଥିଲା।ମାଆ ଭଉଣୀଘର ଜଗି
ଥିଲେ।ଏଗାଡି ଆସିବା ପରେ ସେମାନେ ଏକାଠି କେତେ ବିବାହ ଉତ୍ସବ ଯାଇଛନ୍ତି।ପିକ୍ନିକ୍ ଯାଇଛନ୍ତି।
କିଏ ମରିଗଲେ ସ୍ମଶାନ ଯାଏ ବି ଏ ଗାଡି ସାଥିହେଇ ଯାଇଛି।ଥରେ ଏଗାଡି ନେଇ ସେଜଣେ ସଂପର୍କୀୟ ଘରକୁ ସ୍ବାମିସହ ଯାଉଥିଲା।ସେ ଗାଁ ଟି ଜଙ୍ଗଲ ଭିତରେ ମଫସଲ ଅଞ୍ଚଳରେ।କେବଳ ପଥର ଭର୍ତି ରାସ୍ତା।କେତେ ଜାଗାରେ ରାସ୍ତାକାମ ଚାଲୁଥିଲା କେବଳ ମେଟାଲ୍ ଦଶା ହେଇଥିଲା।ତାରି ଉପରେ ନୂଆଗାଡି ନେଇଗଲାବେଳେ ଅନିମେଶ କହିଲେ ମୋ ନୂଆ ଗାଡିର ଚକରେ ଏ ପଥରର ଚୋଟ ମୋ ଦେହରେ ଫୋଡିହେଲାପରି ଲାଗୁଛି।ଯଦି ମୋ ପକ୍ଷେ ସମ୍ଭବ ହୁଅନ୍ତା ମୁଁ ଗାଡିକୁମୋ ହାତରେ ଉଠାଇ ନେଇଯାନ୍ତି ।ତାକୁ କଷ୍ଟ ସହିବାକୁ ଦିଅନ୍ତିନାହିଁ।ରମାକୁ ବି ଗାଡିର ଘଡାସ୍ ଘଡାସ୍ ଶବ୍ଦ ଶୁଣି ବଡ କଷ୍ଟ ଲାଗୁଥିଲା।ସେଦିନୁ ସେମେନେ ସେ ଗାଁକୁ ଆଉ କେବେ ଯାଇ ନାହାଁନ୍ତି।
ଏ ଗାଡିରେ ତା ପିଲାମାନେ ପ୍ରଥମେ ଟ୍ରେନିଂ ନେଇଛନ୍ତି ଗାଡିଚଳାଇବା ପାଇଁ।ତା ଝିଅ ବାହା ଆଗରୁ ଯୋଇଁର କହିବା ଅନୁସାରେ ଏ ଗାଡିରେହିଁ ଶିଖିଥିଲା ଡ୍ରାଇଭିଂ।ଅନିମେଶ ନିଯେ ଗାଡିଚଳାଇବା ଶିଖାଇଥିଲେ।ହେଲେ ସେ ଗାଡିକୁ ନେଇ ଟିକେ ବେଶି ସତର୍କ ରହୁଥିଲେ।ସେଥିପାଇଁ ପିଲାମାନେ ଥରେଥରେ ତାଙ୍କ କଥାକୁ ମାଇଣ୍ଡ କରୁଥିଲେ।ଗାଡିରେ ଖରୋଚ୍ ଟିକେ ଆସୁଥିଲେ ସେ ସହି ପାରୁନଥିଲେ।ଥରେ ବଡପୁଅ ତା ଜଣେ ସାଂଗସହ
ଗାଣି ଶିଖିବାକୁ ଯାଇଥିଲା ଘରକୁ ଫେରି ଗେରେଜରେ ରଖିଲା ବେଳକୁ ଏକ ଖମ୍ବରେ ବାଜି ଆଞ୍ଚୁଡି ହେଇଗଲା ସେଦିିନ ବହୁ ଗାଳିକରିଥିଲେ।ପୁଅ ଅଭିମାନରେ ଆଉ ଗାଡି ଛୁଇଁଲାନି। ଚାକିରିକରିବା ପରେ ନିଜ ଗାଡି କିଣିବା ଆଗରୁ ପ୍ରଥମେ ଟ୍ରେନିଂ ସେଣ୍ଟରରୁ ଶିଖିଲା ଓ ନିଜ ଗାଡି କିଣିଲା।ଛୋଟପୁଅ କିନ୍ତୁ ଡ୍ରାଇଭର ସହ ଗୋଟେ ଦିନରେ ଶିଖିଗଲା ଗାଡି।ରମା ଥରେ ଗାଡି ଶିଖୁଥିଲା।ଟ୍ରେନିଂ ବାଲା ତା ସାଇଡରେ ବସିଥିଲା ଓପଛରେ ତା ଡ୍ରାଇଭର ଥିଲା।ସେ ନିଯେ ଡ୍ରାଇଭିଙ୍ଗ ସିଟରେ ବସି ଚଳାଉଥାଏ।ବକ୍ସିଛକରେ ଗାଡି ବୁଲାଇଲାବେଳେ ସାମନାପଟୁ ବଲେରୋ ଟିଏ ଠିକ୍ ଆସୁଥାଏ।ରମା ରାସ୍ତା ମଝିରେ ହେଲା ବେଳକୁ ଟ୍ରେନିଂ ବାଲା କହିଲା ଷ୍ଟପ୍ ଷ୍ଟପ୍।ରମା ସେଇଠାରେ ହିଁ କ୍ଲଚ୍ ମାଡିଦେଲା।
ଯା ହଉ ବଲେରୋଟା ନୂଆ ଶିଖାଳି ଜାଣି ସାଇଡ୍କରି ନେଇଗଲା।ତାର ଡ୍ରାଇଭର ଘରେ ଆସି ତା ସ୍ବାମୀକୁ କହିଲା ଆଜି ମେଡମ୍ ମଝି ରାସ୍ତାରେ ଗାଡି ରଖିଦେଲେ।ଆମେ ତ ଭାବୁଥିଲୁ ଆଜି ସମସ୍ତେ ଗଲୁ।ଯାହଉ ଆଗ ଆଡୁ ଆସୁଥିବା ଗାଡିଟା ସାଇଡ୍ ହେଇ ଚାଲିଗଲା।ସେଦିନଠୁ ରମାର ଗାଡିଚଲା ସେତିକିରେ ବନ୍ଦ ହେଇଗଲା।ଝିଅ ଯୋଇଁ ଛୁଟିରେ ଆସିଲେ ଏ ଗାଡିନେଇ ତା ଶଶୁର ଘରକୁ ଯାଆନ୍ତି।ସେଠି ଯେତେ ଦିନ ରହନ୍ତି ବୁଲାବୁଲି କାମରେ ଲାଗେ।ଏ ଭିତରେ ସେମାନେ ବଡ ପରିବାର ହେବାରୁ ଆର୍ଟିକା ଟେବି କଣି ଦେଇଛନ୍ତି।ସେଥିପାଇଁ ଗୋଟେ ଗାଡି ନେଲେବି ଅସୁବିଧା କିଛି ହୁଏନି।ଏ ଗାଡିରେ ଝିଅ ବାହାଘର ବେଳେ ସବୁ ଜିନିଷ ଅଣା ନେବା କାମ ହେଇଛି।ଝିଅକୁ ବନ୍ଧ ନେବା ଦେମୁଲରେ ଯାଇ ଗ୍ରାମଦେବତୀ ପୂଜା ସବୁକାମ ଏଗାଡି ତୁଲାଇଛି। ରମାର ବାପା ମାଆ ମଲାବେଳେ ଶାଶୁ ମଲାବେଳେ ଶ୍ମଶାନ ଯାଏ ବି ଯାଇ ଦୁଃଖରେ ସାଂଗ ହେଇଛି।ଝିଅକୁ ବିଦା କଲାବେଳେ ତା ପଛପଛେ ସାଂଗ ହେଇ ଯାଇଛି।
ତାର ପ୍ରତିଟି କର୍ତ୍ତବ୍ୟ ସେ ନିଖୁଣ ଭାବରେ ନିଭେଇଛି।ହେଲେ ଆଜି ପୁରୁଣା ହେଇ ଯାଇଛି।ସରକାର ଆଇନ କରିଦେଲେ ବାରବର୍ଷ ପରେ ଗାଡି ଅକାମି ହେଇଯେବ।ପୁଅ ତାର ପୁରୁଣା କାରକୁ ଘରକୁ ପଠାଇବାକୁ ଚାହିଁଲା।ଏବେ ତିନିଟା ଗାଡି ରଖିବାକୁ ଯାଗା ନାହିଁ ।ବାଧ୍ୟ ହୋଇ ପ୍ରଥମ ସନ୍ତକଟିକୁ ଅଲଗା କରିବାକୁ ପଡିଲା।ତାଙ୍କଘରେ କାମକରୁଥିବା ପିଲାଟିଏ କିଣିବାକୁ ଚାହିଲା।ଏବେ ଗାଡି ପୁରାଭଲ ଚାଲୁଛି।ତାକୁ ମାତ୍ର ପଚାଶହଜାରରେ ଦେଇଦେଲେ।ପିଲାଟି ପୂଜାପାଇଁ ନେଉଛି କହି ଚାଲିଗଲା ଯେ ଆଉ ଫେରିଲାନି।ବିଚରା ଆଲ୍ଟୋ ଜାଣିବି ପାରିଲାନି ସେ ବିକ୍ରି ହେଇ ଯାଉଛିବୋଲି।ସେ ଆଗରୁ ଏମିତି ଯୋଇଁ ଘରକୁ କିଛିଦିନ ପାଇଁ କୁଣିଆ ହେଇ ଯାଉଥାଲା।ଏବେ ବି ଭାବୁଥିବ କୁଣିଆ ହଇେ ଯାଇଛି।ହେଲେ ଏବେ ଆଠ ଦଶ ଦିନ ହେଇଗଲାଣି ସେ ଜାଣିିସାରିଥିବଣି ତା ମାଲିକ ଆଉ କାହା ହାତରେ ତାକୁ ସମର୍ପି ଦେଇଛନ୍ତି।ବିଚରା ବଡ ମନଦୁଃଖ କରୁଥିବ।ଏଠି ରମା ଓ ତା ସ୍ବାମୀ ବି ତାର ବିଛେଦର ଦୁଃଖ ଭୋଗୁଛନ୍ତି।ସେମାନେ ଚାହୁଁଥିଲେ ସବୁଦିନ ତାଙ୍କପାଖେ ରହି ଏଇଠି ତାର ଅନ୍ତେଷ୍ଟି ହେଉ ବୋଲି।ହେଲେ ବାଧ୍ୟ ହେଇ ଦେବାକୁ ପଡିଲା।ହେଲେ ଭଲ ହାତରେ ଯାଇଛି ସେ ନେଇଥିବା ପିଲାଟି ତାଙ୍କର ପୁଅପରି। ବହୁବର୍ଷ ହେଲାଣି ଘରେ ରହି କାମ କରୁଛି।ସେ ଗାଡିର ନିଶ୍ଚୟ ଭଲ ଯତ୍ଳନେବ।ସେଥିପାଇଁ ନିଶ୍ଚିତ ଅଛନ୍ତି।ତଥାପି।ଗାଡି ଭାବୁଥିବ ମାଆ ମୋ ପାଇଁ ଦିପଦ ବି କିଛି କହିଲେନି ବୋଲି।ସେଥିପାଇଁ ରମା ତାପାଇଁ କିଛି ଲେଖିବାକୁ ମନସ୍ଥ କଲା।ଏହା ତା ପାଇଁ ଶ୍ରଦ୍ଧରନିଦର୍ଶନ।
ମାଧବୀ ପଟେଲ।
No comments:
Post a Comment