Tuesday, September 15, 2020

ଟୋପାଏ ସିନ୍ଦୁର

 

ମାଧବୀ ପଟେଲ

ଚୁଟ୍କି ଭର ସିନ୍ଦୁର୍ କା ମତଲବ୍ ତୁମ୍ କ୍ୟା ଜନୋଗେ ରମେଶ।ଏକ ସିନେମାର ଡାଏଲଗ୍ ହେଇପାରେ ହେଲେ ସିନ୍ଦୁର ନାରୀ ଜୀବନର ଅତ୍ୟନ୍ତ ମହତ୍ତ୍ବପୂର୍ଣ ସ୍ଥାନ ନେଇଥାଏ।ସିନ୍ଦୁର ନାରୀ ଜୀବନରେ ପୂର୍ଣତା ଆଣିଥାଏ।ତାକୁ ସୁରକ୍ଷା ଦେଇଥାଏ।ଯେତେ ପ୍ରକାର ସାଜଶୃଙ୍ଗାର ଅଳଙ୍କାରରେ ସଜ୍ଜିତ ହେଲେ ମଧ୍ୟ ଏକ ସିନ୍ଦୁର ଟିକା ବିନା ଅପୂର୍ଣ ଲାଗେ ଶୃଙ୍ଗାର।

ସିନ୍ଦୁର ସୁହାଗର ସନ୍ତକ।ସିନ୍ଦୁର ସ୍ବାମୀକୁ ବି ସୁରକ୍ଷା କରିଥାଏ।ସତୀତ୍ବ ର ଶକ୍ତିରେ ପରିପୂର୍ଣ ଏ ସିନ୍ଦୁର।

କିଛି ନ ନାଇଁ ବି ଟୋପାଏ ସିନ୍ଦୁର ଓ ଦିପଟ ଶଙ୍ଖାରେ ନାରୀଟିଏ ଦେବୀପରି ଶୋଭାମୟୀ ଦିଶିଥାଏ।ଯେ ଏ ସିନ୍ଦୁରର ଅପମାନ କରେ ସେପତି ସୁଖରୁ ବଞ୍ଚିତ ହୁଏ।ପ୍ରତି ସଧବା ଏହାକୁ ସମ୍ମାନସହ ଧାରଣ କରିଥାନ୍ତି।ହେଲେ ଅନେକ ଅଭାଗୀ ଏ ସୌଭାଗ୍ୟ ରୁ ବଂଚିତ ହେଇ ଯାନ୍ତି।ସେମିତି ଝିଅଟିଏ ଥିଲା ମିନାକ୍ଷୀ।ବାପା ମାଆଙ୍କର ଗୋଟିଏ ବୋଲି ଝିଅ।ସବୁ ସୁଖ ସୌଭାଗ୍ୟ ଭିତରେ ବଢିଥିଲା ସେ।ବାପା ମାଆ ତା ଦରକାର ଅନୁଯାୟି ସବୁ ଜିନିଷ ଯୋଗେଇ ଦେଉଥିଲେ।ପାଠପଢି ବିଏ ବିଇଡିପରେ ଶିକ୍ଷୟତ୍ରୀ ଚାକିରି ଟିଏବି ମିଳିଗଲା।ପ୍ରତିଦିନ ବସ୍ ରେ ଯିବା ଆସିବା କରେ ପାଖ ସହରକୁ।ଏମିତି ବସ ଯାତ୍ରା ସମୟରେ ସନ୍ତୋଷ ସହ ତାର ଭେଟ ହେଇଥିଲା।ତା ପାଖ ସିଟରେ ବସିଥିଲା ସନ୍ତୋଷ। ମିନାକ୍ଷୀ ଧରିଥିବା ମେଗେଜିନ୍କୁ ଦେଖି ସନ୍ତୋଷ ମାଗିଥିଲା ଟିକେ ଦେଖିବାପାଇଁ।ସେ ଖୁସିର ସହ ତାକୁ ଦେଇଥିଲା।ତାପରେ ସେ ସୂଚୀପତ୍ରରେ ତା ନିଜର ଗପଟେ ଥିବାର ଦେଖି ଖୁସିହେଇ ଯାଇଥିଲା।ସେ ମିନାକ୍ଷୀ କୁ ତାର ଗପ ପଢିବାକୁ ଅନୁରୋଧ କରିଥିଲା।ସେଦିନଠୁ ଦୁଇଜଣ ସାହିତ୍ୟ ପ୍ରେମୀଙ୍କ ଭିତରେ ଏକ ଭାବର ସଂପର୍କ ଗଢି ଉଠିଲା।ଏବେ ଦୁଇଜଣ ଏକାସାଂଗେ ଗୋଟିଏ ବସରେ ଯାଆନ୍ତି ଜଣେ ଅନ୍ୟପାଇଁ ସିଟଖଣ୍ଡେ ଯୋଗାଡକରି ରଖିଥାଏ।ସନ୍ତୋଷ ପାଖ ସହରରେ ଏକ ଅଫିସରେ କାମ କରୁଥିଲା।ଦୁଇଜଣ ଲେଖା ବାବଦରେ ଅନେକ କଥା ହୁଅନ୍ତି।ଏକା ପତ୍ରିକାକୁ ଲେଖା ପଠାନ୍ତି।କବିତା ପଢି ଶୁଣାନ୍ତି।ଏମିତି ସଂପର୍କର ମୂଳଦୁଆ ସୁଦୃଢ କରୁକରୁ ହୃଦୟଭିତରେ ପ୍ରେମର କଳିଟିଏ ବି ଫୁଟିବାକୁ ଲାଗିଲା।ଦୁଇଜଣ ରବିବାର ଦିନରେ ବହୁତ ମିସ୍ କରନ୍ତି ପରସ୍ପରକୁ।ଦିନେ ସନ୍ତୋଷ କହିଲା ଆମ ସଂପର୍କୁ ଏବେ ମାନ୍ୟତା ଦେବା।ମୁ ତୁମ ସିନ୍ଥିରେ ସିନ୍ଦୁର ଭରି ମୋ ଘରକୁ ବୋହୁ କରିନେବି।ମିନାକ୍ଷୀର ବି ମନାକରିବାର କିଛି କାରଣ ନ ଥିଲା।ଦୁଇପରିବାର ରାଜିଥିଲେ।ଧୁମ୍ଧାମରେ ବାହାଘର ସରିଗଲା।ଛଅମାସର ସୁଖର ସଂସାର ଭୋଗିଥିଲେ ସେମାନେ।ପ୍ରତିରାତି ମଧୁରାତି ପରି ଲାଗୁଥିଲା।ପ୍ରତିଦିନ ଏକାସାଂଗେ ମୋଟର ସାଇକେଲ୍ ରେ କାମକୁ ଯାଉଥିଲେ।ମିନାକ୍ଷୀକୁ ତା ସ୍କୁଲରେ ଛାଡି ସନ୍ତୋଷ ଅଫିସ ଯାଉଥିଲା।ଫେରିଲାବେଳେ ସାଂଗରେ ଧରି ଫେରୁଥିଲା।ହେଲେ ଭଗବାନ ଙ୍କ ପାଖରେ ବୋଧହୁଏ କିଛି ଅଭିଯୋଗଥିଲା କି ପୂର୍ବ ଜନ୍ମର କିଛି ପାପର ଦଣ୍ଡ ଭୋଗିବାକୁ ଥିଲା ଦିନେ ବିନା ହେଲ୍ମେଟ୍ ପିନ୍ଧି ବଜାର କରି ଫେରୁଥିଲା ବେଳେ ଟ୍ରକ ଆସି ପିଟି ଦେଇ ଚାଲିଗଲା।ସେ ସେଇଠି ପଡିଗଲା ମୁଣ୍ଡରେ ପଥରଟେ ବାଜି ପୁରା  ଚୂର୍ଣବିଚୂର୍ଣ ହେଇ ଯାଇଥିଲା ଗିଦି ସବୁ ବାହାରି ପଡିଥିଲା।ଚିହ୍ନି ହେଉନଥିଲା ତାର ଚେହେରା।ତାର ମୋବାଇଲରୁ ପୋଲିସ ଖବର କରିଥିଲା ମିନାକ୍ଷୀର ନମ୍ବର ଦେଖି।ଏକ୍ସିଡେଣ୍ଟ ଖବର ଶୁଣି ସ୍ତବ୍ଧ ପାଲଟି ଯାଇଥିଲା ମିନାକ୍ଷୀ।ବିଶ୍ବାସ ହେଉନଥିଲା ଏଇ କିଛିମିନିଟ୍ ଆଗରୁ ତାକୁ ଚୁମା ଦେଇ ବାହାରକୁ ବାହାରି ଯାଇଥିଲେ।ଚୂମ୍ବନ ଦାଗକୁ ସେ ଏବେଯାଏ ପୋଛିନି ଆଉ ପୋଛି ହେଇଗଲା ତାର ସିନ୍ଦୁରର ଦାଗ।ସେ ବାୟାଣୀ ହେଇ ଦଉଡିଲା ଦୁର୍ଘଟଣା ଜାଗାକୁ।ତା ଶାଶୁୁଶଶୁର ତା ଅବସ୍ତା ଦେଖି ତା ପଛରେ ଧାଇଁଲେ।ସଡକ ଉପରେ କ୍ଷତାକ୍ତ ହେଇ ସନ୍ତୋଷ ଶବ ପାଲଟି ସାରିଥିଲା।ଲୋକ ମାନେ ତାକୁ ବଡି ର ଆଖ୍ୟା ଦେଉଥିଲେ।କ୍ଷଣକ ଭିତରେ କାହାର  ପ୍ରିୟ ପତି ପ୍ରିୟ ସନ୍ତାନ ବୋଲାଉ ଥିବା ଯୁବକଟି କେମିତି ବଡି ପାଲଟି ଯାଇଥିଲା।ବହୁତ ଖରାପ ଲାଗୁଥିଲା ବଡି କହିବା ଶୁଣି।

ହେଲେ ତା ବିତ ସତ୍ୟଥିଲା ପ୍ରାଣ ଟିକକ ଚାଲିଗଲେ ମଣିଷ ବଡି ହେଇଯାଏ।କେବଳ ପବନ ଟିକକ ସବୁ ଶ୍ବାସ ଚାଲିବା ଯାଏ ସବୁ ଅଛି ଶ୍ବାସ ବନ୍ଦ ହେଲେସେ ଶବ।।ଲୁଟି ଯାଇଥିଲା ତାର ସୁଖ ସୌଭାଗ୍ୟ।ଏବେ ଆଉ ନା ବଞ୍ଚିବାର ସ୍ପୃହା ବଞ୍ଚିଥିଲା ନା ଖାଇବା ପିନ୍ଧିବାର ସଉକ।ମିନାକ୍ଷୀ ପଥରଟେ ପାଲଟି ଯାଇଥିଲା। ଆଖ ପାଖର ପୃଥିବୀ ଠିକ୍ ସେମିତିଥିଲା।ସୂର୍ଯ୍ୟ ଠିକ୍ ସମୟରେ ଉଦୟ ହେଉଥିଲେ ଅସ୍ତ ଯାଉଥିଲେ।ଗଛପତ୍ର ଫୁଲଫଳ ଧରୁଥିଲେ।ପକ୍ଷୀ କଳରବ କରୁଥିଲେ।ଧୁନିଆ ଯଔକ ଚଳଚଞ୍ଚଳ ଥିଲା।ହେଲେ ଅଟକି ଯାଇଥିଲା ତାର ଜୀବନ ଗୋଟିଏ ବିନ୍ଦୁରେ।ସବୁସେମିତି ଥାଇବି ଏବେ ସେ ପାଲଟି ଯାଇଥିଲା ଏକ ଅସହାୟା ନାରୀ।ସମସ୍ତେ ଚୁ ଚୁ କରୁଥିଲେ ସମ୍ବେଦନାରେ। କିଛିଦିନପରେ ସେ ଚୁ ଚୁ ବି ସରିଗଲା ଏବେ ଫାଇଦା ଉଠାଇବାର ବେଳ।ଘର ବାହାର ସମସ୍ତେ ଲୋଳୁପ ହେଇ ଅନାଇଁରହିଲେ ତାର ସେ ସୁଡୋଳ ଶରୀର ଖଣ୍ଡକୁ।ସାହାଯ୍ୟର ଆଳ ଦେଖାଇ ସମସ୍ତେ କିଛି ପାଇବାକୁ ଚାହୁଁଥିଲେ ତାଠାରୁ।ଏବେ ସେ ବୁଝୁଥିଲା ଚୁଟ୍କି ଭର୍ ସିନ୍ଦୁରର ମହତ୍ତ୍ବକୁ।ଏ ସିନ୍ଦୁର ଟିକାଟିଏ ସ୍ତ୍ରୀପାଇଁ କେତେ ଜରୁରୀ।ହେଉ ପଛେ ଲେଙ୍ଗେଡା କୁଜା ମୁକ କି ବଧିର  ସ୍ବାମୀର ସନ୍ତକ ସିନ୍ଦୁର ବିନ୍ଦୁଟେ ଥିଲେ କେହି ସାହସ କରନ୍ତିନି ତାସହ ଏମିତି ବାଜେ କଥା ହେବା ପାଇଁ।ସୁରକ୍ଷିତ ପାଚେରୀ ଟିଏ ହୋଇ ଘୋଡେଇ ରଖେ ଏ ଚିମୁଟାଏ ସିନ୍ଦୁର।


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy