✍ସନ୍ତୋଷ କୁମାର ସାହୁ
ହେ ବାବୁ ହେମାଆ
ଭୋକରେ ମୁଁ ଡହଳ ବିକଳ
ଦୟାକର ମୁଠାଏ ପଖାଳ
ଚାଲିବାର ଶକ୍ତି ନାହିଁ
ଖାଇନାହିଁ କେତେ ବେଳୁ
ପାଦ ମୋ ଦୁର୍ବଳ l
ସମୟର କଷାଘାତେ
ହରାଇଛି ଅତୀତ
ଜୀର୍ଣ୍ଣ ବିବର୍ଣ୍ଣ ହୋଇ
ଦାଣ୍ଡରେ ପତିତ l
ଧୂସରିତ ଭବିଷ୍ୟତ
ଅସ୍ପଷ୍ଟ ଦିଶୁଛି
ତଥାପି କାହିଁକି କିଜାଣି
ବଂଚିବାର ମୋହ l
କଙ୍କାଳ ଶରୀର ମୋର
ମୁଖେ ଶ୍ମଶ୍ରୁରାଜି
ଦୀନହୀନ ହୋଇ ମୁହିଁ
ଭିକାରି ସାଜିଛି l
ଦିଅ ମୋତେ କେହି ଆଜି
ମୁଠାଏ ପଖାଳ
ଭୋକରେ ପରାଣ ଆକୁଳ l
ଭିକାରୀର ଡାକ
ଶୁଭେନାକି କାନେ
ହେଉନ ଟିକିଏ ବିକଳ l
ଟେକି ଦେବ କି କିଏ
ଗଣ୍ଡାଏ ପଖାଳ
ଜାଣେନା ମୁଁ ବଞ୍ଚିବି
ଆଉ କେତେ କାଳ
ଦେଖିବା ସନ୍ଦେହ ଏବେ
ଆଉ ଏକ ସକାଳ l
ଅସମ୍ଭାଳ ଭୋକ ମତେ
ପାଦ ମୋର ଟଳମଳ
ଦିଅ ବାଢି କେହି ଆଜି
ମୁଠାଏ ପଖାଳ l
ଯଦି ନପାରିବ ଦେଇ
ଦିଅ ଢ଼ାଳି ବୁନ୍ଦାଏ ଗରଳ
ଜୀର୍ଣ୍ଣ ଅତୀତର ଅଟକଳ
କରିବାକୁ ଦୁର୍ବଳ
ଉପନୀତ ବାହୁଡ଼ିବା ବେଳ l
ଶେଷ ଇଛା ହେବି ମୁଁ ନିଶ୍ଚଳ
କେଉଁ ଏକ ଗଛ ତଳ
ପହଁଚିବା ପାଇଁ
ଲୋଡ଼ା ମୋର
ମୁଠାଏ ପଖାଳ l
ଚି଼ର୍ମl, ନବରଙ୍ଗପୁର
No comments:
Post a Comment