ସ୍ୱପ୍ନ ଏକ ମଲା ଜହ୍ନ
କେବେ ବଢ଼ହୁଥାଏ କେବେ ଛିଡି ଯାଏ ନେଇ ତାର ଚାପଳାମି ମନ।
କେତେବେଳେ ସେତ ଝରାଫୁଲ ହୋଇ, ସୁଗନ୍ଧ ରେ ତାର ତନୁମହ କାଇ,ଜୀବନରେ ଭରେ ଅମିତ କାମନା,ଭୂମିରୁ ଭୁମାକୁ ଦିଏସେ ପ୍ରେରଣା।
ସ୍ବପ୍ନ ଏକ ପାଗଳ ନଈ
କେବେ ଶୁଖିଯାଏ,କେବେକରେ ପ୍ଲାବନ।
ଅନୁଢ଼।କୁମାରୀ ଚପଳ ଛନ୍ଦ ଆ କି
ଆଖିରେ ତାହାର ଅକୁହା କାହାଣୀ
ପ୍ରେମୀଙ୍କର ଆଶା ଅୟୁତ ଭରଷା
କେବେ ସେତ ପାପ କେବେ ସେ ପବନୀ
ସ୍ୱପ୍ନ ସେତ ଭସା ବାଦଲ
କେବେ ବରଷଇ କେବେ ରହେ ମଉନ।
ଶୀତୁଆ ସକାଳ କଅଁଳ ଖରା ସେ
କୋମଳ ଶିଶୁ ର ଦ ରୋଟି ଭାଷା
ଆକା ଶେ ବିହଙ୍ଗ ସାଗରେ ତରଙ୍ଗ
କେବେ ପୁଣି ବାଇ ଚଢେଇ ବସା
ସ୍ବପ୍ନ ସେତ ପ୍ରହେଳିକା
କେବେ ସାଜେ ମରି ଚିକା କେବେ ମରୁଦ୍ୟାନ।
ଡ. ନଳିନୀ ପ୍ରଭା ଦାସ
ଭଂଜନଗର,
ଭଂଜନଗର,
No comments:
Post a Comment