Saturday, September 19, 2020

ମହାତ୍ମା ଗାନ୍ଧୀ

ମହାତ୍ମା ଗାନ୍ଧୀ ହେ ମହାତ୍ମା ଗାନ୍ଧୀ,

ଦେଶ ପାଇଁ, ଜାତି ପାଇଁ ମଲ କାନ୍ଦି କାନ୍ଦି ।


ଭାରତ ମାତାର ସୁଯୋଗ୍ୟ ସନ୍ତାନ 

ବୁଝିଲ ମାଆର   ଦୁଃଖ,

ରଖିଗଲ ଯଶ ମହୀ ମଣ୍ଡଳରେ

ଝୁରୁଛି ଜନତା ଦେଖ ।


ଅହିଂସା ପୁରୋଧା ସତ୍ୟ ପ୍ରେମ ନ୍ୟାୟ

ପୂଜାରୀ ଥିଲ ହେ ତୁମେ,

ତୁମରି ପଥର ପଥିକ ସାଜିଲେ

ସାଧୁ ଜନେ ଧରା ଧାମେ ।


ଶିଖାଇଲ ତୁମେ ଅସହଯୋଗ ଓ

ଆଇନ ଅମାନ୍ୟ ଶକ୍ତି,

ଭାରତ ଛାଡିଲା ଫିରିଙ୍ଗି ଶାସନ

ଜନତା ପାଇଲେ ମୁକ୍ତି ।


ହେ ପୂଜ୍ୟ ବାପୁଜୀ  ଘେନ ମୋ ପ୍ରଣାମ

ଆସ ତୁମେ ଆଉ ଥରେ,

ରାମ ରାଜ୍ୟ ତୁମ ଅଧୁରା ସପନ

ପୂରଣ କରିବ ବାରେ ।


        *****

ସୂର୍ଯ୍ୟ ନାରାୟଣ ସାବତ
ସହକାରୀ ଶିକ୍ଷକ,
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆଗାଁ
ବୋରିଗୁମ୍ମା ବ୍ଲକ, କୋରାପୁଟ ଜିଲ୍ଲା

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy