କଦମ୍ବ ମୂଳରେ ବସିଛି କହ୍ନାଇ
ଦେଖୁଛି ବାଟ ମୁଁ ତୋରି
ଆସିଯା ଥରୁଟେ ଦେଉଛି ମୋ ରାଣ
ଶୁଣି ଡାକ ଟିକୁ ମୋରି ।।
ଉଦାସୀ ମନର ପିୟୁଷ ତୁହି ମୋ
ଚାହେଁ କଳା ମୁହଁ ନିତି
ଉଆଁସ ରାତ୍ରିର ଚନ୍ଦ୍ରମା ଇନ୍ଦୁ ମୋ
ତୁମ ସାଥେ ଯୋଡେ ପ୍ରୀତି ।।
ଅବୁଝା ଅନ୍ତର ବୁଝାଇ ଦେବକି
ବୁଝୁନି ଜମା ମୋ କଥା
ବଂଶୀ ସ୍ବନ ତୁମ ଶୁଣାଇ ଦେବକି
ଘୁଞ୍ଚିଯିବ ମନ ବ୍ୟଥା ।।
ଅଦୃଶ୍ୟେ ଥାଇ ମୋ ହାତଟିକୁ ଧରି
କଢାଇବ ତୁମେ ପଥ
ଝୁଣ୍ଟି ପଡିବିନି ସାଥେ ତୁମେ ଥିଲେ
ଗଡିବ ଜୀବନ ରଥ ।।
ଅଭିଳାଷା ମୋର କରିବ ପୂରଣ
ହାତ ଯୋଡି ମାଗେ ଆଜ
ମୋ ମନ ମୋହନ ଆସିବ ତକ୍ଷଣ
କରିଛି ହୃଦୟ ସଜ ।।
ତାପ୍ତିମୟୀ ପଣ୍ଡା ମିଶ୍ର ,
ମେଲଛାମୁଣ୍ଡା ବରଗଡ ।।
ମେଲଛାମୁଣ୍ଡା ବରଗଡ ।।
No comments:
Post a Comment