Monday, September 21, 2020

ଦା ଦ ନ .......

ଆସି ଥିଲି କେତେ 

ଅଭିଳାଷ ନେଇ

ଗାଁ ମୁହାଁ ହୋଇ

ଜୀବନ ଜୀବିକା

ପ୍ରତିଶ୍ରୁତି ପାଇ।


ସକାଳ ସୁରୁଜ

ସଂଧ୍ୟା ଆଳତି

ନଦୀ ପଠା ଆମ୍ବ

ତୋଟା ବନ୍ଧୁ ମେଳ

ସାଙ୍ଗ ଥିବେ ସାଥେ ରହି।


ହରଷ ଉଲ୍ହାସେ

ଜେ ଜେ ମା ପାଶେ ପରିବାର  ମିଶି

ସଂସାର ହୋଇବ ଖୁସି।


ପ୍ରତିଶ୍ରୁତି ମାନ

ହୁଏ ଭାସମାନ

 କଥାରେ ତୁଛା; ଖାଲି

ରୋଜଗାର ରାସ୍ତା

ଉଜୁଡି ଯାଇଛି ଗାଁ

 ଟାଉ ଟ ର ବସ୍ତା ବସ୍ତା ।


ଶିଳ୍ପ ସଂସ୍ଥା ସବୁ

ରଦି/ ତାଲା ପଡ଼ିଅଛି

ଚାକିରି ଏଠି ମରୁଡି

ଅଦିନ ବରଷା

ବନ୍ଧ ବାଡ଼ ହୁଡି

ଫସଲ ଯାଏ ଉଜୁଡ଼ି

ବେକାରୀ କରୁଛି

ଚୋରୀ ଲୁଟ୍ ପା ଟ୍

ସାଜି ନିଶା ବେପାରୀ।


ହା ହା କାର ଲାଗେ

ଜୀବନ ଏଠି ସବୁ

କଥା କାମ ସବୁ ଭିନ୍ନ

ଭାଗ୍ୟ ଅଛି ଲେଖା

ଖଟି ବଞ୍ଚି ବାକୁ ହେବ

ସିଧା ସାଧା ଦାଦନ।


ହା ହୁତାଶନ ଭୋକେ

ପରିବାର ଜନ

ରୋଜଗାର ନାହିଁ

ବଞ୍ଚିବା କେମିତି?

କେମିତି ବିତିବ ଦିନ?

ଫେରି ବାକୁ ହବ ପୁଣି

 ସ୍ଵସ୍ଥାନ୍ ଦାଦନ। 


ଅଧୁରା ବାଟରେ

ଅଲୋଡା ଛକରେ

ବିଧି ବାଟ ଓଗାଲି ଲା

ପରିବାର ଛାଡି 

ସବୁଦିନ ପାଇଁ

ଅଫେର l ରାଇଜେ

ଶୁଭ ମନାସେ ଭଲା ।


ପାଠ ପଢ଼ି ଦାଦନ

ନ ପ ଢ଼ି ଦାଦନ

ସମସ୍ୟା ଉଭେଇ ଯାଉ,

ଯୋଜନା ମାଳ ମାଳ

କଥା ପ୍ରବଳ

ବସ୍ତବେ କଥା କାମ

 ରେ ଥ ୟ ହେଉ।

କୋଳେ ବଢୁ ଥିବା

ନୂଆଁ ପିଣ୍ଡ ଆମ

ଆଗାମୀ ଅଲୋଡା

ଦାଦନ ନ ହେଉ।


ବୁଦ୍ଧି ଯିବି ଗଣ

ସଚେତନ ହେଲେ

ରହିବନି ଆଉ ଦୁଃଖ

ସନ୍ତାପ ଆମର 

ଦୂରେଇ ଜୀବଟି

ପରାଧୀନ ହୋଇ

ପର ଦେଶେ ଖୋଜିବା

ନାହିଁ ଅଶେଷ ସୁଖ।


ପ୍ରତାପ ଚନ୍ଦ୍ର ମିଶ୍ର,
ଆସ୍କା,ଗଞ୍ଜାମ
🙏

 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy