✍ସନ୍ତୋଷ କୁମାର ସାହୁ
ମୁଁ ଅଟେ ଏକ ପ୍ରହେଳିକା
ଖୁସିହୁଏ ଏକା ଏକା
ଲୁହ ପୋଛେ ଏକା ଆଉ
ଗୀତ ଗାଏ ଏକା ଏକା l
ସେଥିରେ ତ କିଛି
ନ ଥାଏ କାହାର
ଆପଣା ଜଞ୍ଜାଳେ ବ୍ୟସ୍ତ
ତେଲ ଲୁଣ ର ସଂସାର l
କିଏ କିଆଁ ଭାଗୀ ହେବ
ମୋ ସୁଖ ଦୁଃଖରେ
ମୁଁ ସିନା ଅଟକି ଯାଉଛି
କୋଇଲି ର ସ୍ୱର ଶୁଣି
ବକୁଳ ବନରେ l
ସେ କିଆଁ ପଚାରିବ
ସେ ଜାଣେ
ମୁଁ ନୁହେଁ ମୁକ୍ତା
ସାରୁପତ୍ରେ ଢଳଢଳ
ଶେଷ ବିନ୍ଦୁ
ବରଷା ଟୋପାଏ l
ଚି଼ର୍ମl,
ନବରଙ୍ଗପୁର
ନବରଙ୍ଗପୁର
ସାରୁ ପତରେ ଢଳ ଢଳ ଜଳ
ReplyDeleteସୃଷ୍ଟି କରେ ଭ୍ରମ ମୁକ୍ତାର
ପ୍ରହେଳିକା ଜାଣି ବି ମଣିଷ
ମରିଚିକା ପଛେ ଗୋଟାଏ ସମ୍ବର।।
ଏଇତ ଜୀବନ ବହୁତ ସୁନ୍ଦର ।
ସତ୍ୱର ପଢିବାକୁ ଅନୁରୋଧ।ସମ୍ବର ହୋଇଯାଇଛି।
Delete