ସାୟକାଳେ ଯେବେ ପଶ୍ଚିମ ଦିଗ ରେ
ସୁରୁଜ ଅସ୍ତ ହୁଅନ୍ତି
ନିଶି ଆଗମନେ ଆଲୋକ ମଉଳେ
ଅନ୍ଧାର ଆସଇ ମାଡି ।।୧
ପିନ୍ଧି କଳା ପାଟ ରଜନୀ ରାଣୀଟି
ଦିଏ ଘୋଟି ଭିତ ଭୟ
ଅମା ଅନ୍ଧକାର ନିର୍ଜନ ସମ୍ଭାର
ସୁପ୍ତ ଭରେ କର୍ମ ମଧ୍ୟ ।।୨
କର୍ମ ମୟ ସାରି ନିଜ ବାସେ ଫେରି
ରଜନୀ କୋଳେ ବିଶ୍ରାମ
ଦିବସରେ ଶ୍ରମ ରାତ୍ରୀରେ ବିଶ୍ରାମ
ଶରୀରର ଉପସମ ।।୩
ବୃକ୍ଷ ଲତା ପଶୁ ପକ୍ଷୀ ଜୀବ ଗଣ
ବିଶ୍ରାମନ୍ତି ରଜନୀରେ
ଦିବାପରେ ରାତ୍ରି ସୁଖ ପରେ ଦୁଃଖ
ବିହି ଖଞ୍ଜିଛି ଧରାରେ ।।୪
ନିଶିର ପରଶେ ନଭ ଚନ୍ଦ୍ର ଯୋତ୍ସ୍ନା
ପଲ୍ଲବୀତ ପୁଷ୍ପ କଇଁ
ଶୁକ୍ଳ ପକ୍ଷେ ଚନ୍ଦ୍ର ଉଇଁ ଶୋଭା ପାଏ
ଆଲୋକ ଶୀତଳ ପାଇଁ ।।୫
ପୁଞ୍ଜି ପୁଞ୍ଜି ତାରା ଗଣ ଝିଲି ମିଲି ଗଗନରେ ଶୋଭା ପାଏ
ଶରଗର ଶଶୀ ସରାଗରେ ଦେଖି
ଶିଶୁ ଖାଦ୍ୟ ଖାଇ ଦିଏ ।।୬
ରାତ୍ରି ରେ ଫୁଟଇ ମଲି ହେନା ଜାଇ
ରଜନୀଗନ୍ଧା ଶେଫାଳି
ପ୍ରେମି ଯୁଗଳଙ୍କ ହୃଦେ ପୁଲକିତ
ପ୍ରେମ ର ପ୍ରୀତି ବୋଳି ।।୭
ପାପାଚାରି ଙ୍କର ପାପ କର୍ମେ ଲିପ୍ତ
ଅମା ରାତ୍ରି ଟି ଆୟୁଧ
ଲୁଣ୍ଠନ ରେ ମତି କାଳ ଅର୍ଦ୍ଧ ରାତ୍ରି
ପାପାଚାରି ଙ୍କର ହିତ ।।୮
ଶକ୍ତିଦା ବିଷୋୟୀ
ସୋରଡ଼ା, ଗଞ୍ଜାମ୍
ସୋରଡ଼ା, ଗଞ୍ଜାମ୍
No comments:
Post a Comment