Sunday, September 20, 2020

" ଟୋପାଏ ସିନ୍ଦୁର "

ମନ୍ଦିର ମାଳିନୀ ସହର ଭାରତ ପ୍ରସିଦ୍ଧ ଉତ୍କଳ ର ରାଜଧାନୀ ଭୁବନେଶ୍ୱର, ଅନେକ ଦେବଦେବୀ ମଣ୍ଡିତ, ସୁ ସଜ୍ଜିତ ଭବ୍ୟ 

ଅଟାଳିକା ସମୂହ ନୀଳ ନଭ ସହ ଗୁପଚୁପ ମନ୍ତ୍ରଣା ରତ !!

ସହରର ଏକ ଆଭିଜ୍ୟାତ ସମ୍ପର୍ଣ୍ଣ ତ୍ରିତଳ ପ୍ରାସାଦ ଫାଟକ ସାମ୍ନାରେ  ନାମପଟି  ରେ  ଲେଖା ଥିଲା " ଶିଳ୍ପପତି  ଅମିତ ଚୌଧୁରୀ " !! ଟୁଲ ରେ  ବସିଥିବା  ଚୌକିଦାର  ରାମଲାଲ ଚତୁଃର୍ଦିଗ କୁ  ବିହଙ୍ଗବଲୋକନ  କରୁଥିବା ସମୟରେ ହଠାତ  କାର ର  ପୁଙ୍ଗାଧ୍ୱନି ଶୁଣି ଉଠିପଡ଼ି ଦେଖିଥିଲା ବାବୁ ଓ ବାବୁଆଣୀ ଫାଟକ ସାମ୍ନାରେ ପହଞ୍ଚିଯାଇଥିଲେ !ଏ ଅବେଳା ଏମାନେ କୁଆଡେ  ଯାଉଛନ୍ତି, ଆଶ୍ଚର୍ଯ୍ୟ ବି ହେଲା 


ବାବୁ  ଗାଡି ଚଳାଉ ଥିଲେ, ଓ  ମା ସାଆନ୍ତାଣି ପଛରେ ବସି ରାମମାଳି  ଗଡା଼ଉଥିଲେ, ବାବୁଆଣୀ ବାବୁଙ୍କ ବଗଲରେ ସାମନା  ସିଟ ରେ ବସିଥିଲେ !! ବିଲଡିଂ ପଛରେ ଥିବା ସେବକକୁଟୀର ରେ ସପରିବାରେ ରହୁଥିଲା ଓ ଦିନରାତି ପ୍ରାସାଦ ର  ଚୌକିଦାରୀ କରୁଥିଲା, କାର ର  ଯିବାରାସ୍ତା କୁ  ନିର୍ଣ୍ଣମେସ ନୟନରେ ଚାହିଁ ରହିଥିଲା !! ରାସ୍ତାର କିଛି ଦୂରରେ ଥିବା ଏକ ବୃଦ୍ଧାଶ୍ରମ ପାଖରେ ଗାଡିଟି ରହିଲା, ଯାହା ସେ  ଦେଖିପାରୁଥିଲା !! ଭାବୁଥିଲା  ଏତେ ରାତିରେ ଅଚାନକ ବୃଦ୍ଧାଶ୍ରମ ରେ ଛାଡ଼ ସେ ବିଷୟରେ ମୁଣ୍ଡପୁରେଇ ଲାଭ କଣ  ଭାବି ଫାଟକ ଆଉଯେଇ ଆଣିଥିଲା, ନିଜ ଟୁଲରେ ବସି ସେମାନଙ୍କ ଲେଉଟା ବାଟକୁ ଚାହିଁ ବସିଥିଲା !

ଅମିତ ଧର୍ମପତ୍ନୀଙ୍କ ସହ  ବୃଦ୍ଧାଶ୍ରମ କୁ ପ୍ରବେଶକରିଥିଲେ, ସତୁରିବର୍ଷ ର ବୃଦ୍ଧମାତା ଗାଡି ରେ ଛାଡି ! ସିଧା ସଳଖ ମୁଖ୍ୟପରିଚାଳକ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି  ଗୋଟେ ମୋଟା ରକମ ର ଧନାଦେଶ (ଚେକ ) ବଢ଼େଇ ଦେଇଥିଲା ତାଙ୍କ  ହାତକୁ !! କିଛିସମୟ ଚୁପଚାପ ବାର୍ତାଳାପ ପରେ, କାର  ନିକଟକୁ ଆସି ମା ଙ୍କୁ ନେଇ ଧୀରେ ଧୀରେ  ପୁନଃ  ବୃଦ୍ଧାଶ୍ରମ କୁ  ପ୍ରବେଶ କରିଥିଲେ !!

ହଠାତ ପ୍ରବେଶ ହୁଏ  ମୁଖ୍ୟପରିଚାଳିକା ସବିତା ମ୍ୟାଡ଼ାମ ଙ୍କ, ସେ  ନିଜ ଆଖିକୁ  ବିଶ୍ୱାସ କରି ପାରୁନଥିଲେ, ଦୀର୍ଘ ପନ୍ଦର ବର୍ଷ ର ପୁରୁଣା ସ୍ମୃତି ଭିତରେ ଅଚାନକ ଏମିତି,  ଅଲକ୍ଷରେ ରହି ସେ ସବୁ ଦେଖୁଥିଲେ, ଅମିତ ମା ଙ୍କ ହାତ ଧରି ଧୀରେ ଧୀରେ  ଭିତରକୁ  ଆଣୁଥିଲେ !! ତାଙ୍କ ସାଥିରେ ଥିଲେ  ଏକ ଉଗ୍ର ଆଧୁନିକା ମହିଳା, ବବ୍ କଟ ବାଳ, ଜିନ୍ସ ଓ ଟି ଶାର୍ଟ, ହାତରେ ଶଙ୍ଖା କି  ମଥା ରେ ସିନ୍ଦୁର ନାହିଁ, ଅତ୍ୟାଧୁନିକତା ଶୈଳୀ  ଏସବୁ  ଭୁଲେଇ ଦେଇଥିଲା ଯେଉଁ ସିନ୍ଦୁର ନାରୀତ୍ୱ ର ଅଭିମାନ, ଯେଉଁ ଶଙ୍ଖା ସଧବା ର ସ୍ୱୀକୃତି, ଆଜିର ଅତ୍ୟାଧୁନିକା ସେ ସବୁ ପାସୋରିଲେଣି !!ଧନ୍ୟରେ  ଆଜିର ଆଧୁନିକ ନାରୀ ସବିତା ଦୁଃଖ ପ୍ରକାଶ କରୁଥିଲା !! ସ୍ୱଳ୍ପ ସମୟ ବ୍ୟବଧାନ ମଧ୍ୟରେ ଉକ୍ତ ନାରୀ ଟି ହାଇହିଲ ସ୍ୟାଣ୍ଡଲର  ମଚମଚ ଶବ୍ଦରେ ପ୍ରତ୍ୟାବର୍ତନ କରି ଗାଡ଼ିର ସାମ୍ନାରେ  ପ୍ରତୀକ୍ଷାରତ  ଅମିତ ଙ୍କ ପାଇଁ !! ଓହୋ 

ଏହି ନାରୀ ଅମିତ ଙ୍କ ପତ୍ନୀ ମିତା ଚୌଧୁରୀ, ଅବସରପ୍ରାପ୍ତ  ପୋଲିସ ଆଇ.ଜି.ଅମରେଶ ଚୌଧୁରୀଙ୍କ ଏକ ମାତ୍ର ଝିଅ !! ସବିତା ପୁରୁଣା  ସ୍ମୃତି ଗୁଡିକୁ ସାଉଁଟିବାକୁ ଲାଗିଥିଲା ଦୀର୍ଘ ପନ୍ଦର ବର୍ଷ  କାହାଣୀ ଗୁଡିକ ତା ମାନସ ପଟରେ ଉଙ୍କି ମାରୁଥିଲା !!ବାଣୀବିହାର ର  ପୋଷ୍ଟ ଗ୍ରାଜୁଏଟ ଛାତ୍ରା ଥିଲା ସବିତା ମୁଖାର୍ଜୀ, ଲାଇବ୍ରେରୀ ରେ ସାକ୍ଷାତ ହୁଏ ଅମିତ ଙ୍କ ସହ, ଅଜାଣତରେ  ଭଲପାଇବସିଥିଲେ ଦୁହେଁ, ସେ ରେଭେନ୍ସା ମହାବିଦ୍ୟାଳୟ ରେ ଅଧ୍ୟାପିକା ରୂପେ ଯୋଗ ଦେଇଥିଲେ,, ଅମିତ ନିଜ ପିତାଙ୍କ ବ୍ୟବସାୟ ସମ୍ଭାଳିଥିଲେ ! ସମୟର  ଚକ ଗଡିଚାଲେ ଆଗକୁ ଆଗକୁ.... !! ବାପା ଙ୍କ ଜିଦ ନିଜ ମନୋନୀତ ପାତ୍ରୀ ସହ ବିବାହ କରିବୁ, କୌଣସି ମତେ ସେବଙ୍ଗାଳି ଝିଅ ମୋ ଘରକୁ ବୋହୂହୋଇ ଆସିବନି, ନଚେତ ମୁଁ  ଆତ୍ମହତ୍ୟା କରିବାକୁ ବାଧ୍ୟ୍ୟ ହେବି !! କାନ୍ଦି କାନ୍ଦି ଜଣେଇ ଥିଲେ ଅମିତ ସବିତା ଙ୍କୁ ଓ ଚିରବିଦାୟ ନେଇଥିଲେ !!ଟୋପାଏ ସିନ୍ଦୁର ଓ ଦି ପଟ ଶଙ୍ଖା ର ସପନ ସପନରେ  ମିଳେଇ ଗଲା, ମନକୁ ଦୃଢ଼ କଲା ସବିତା !! ସାବିତ୍ରୀ ସତ୍ୟବାନଙ୍କୁ ଅଳ୍ପଆୟୁ ଜାଣି ମଧ୍ୟ ଶାନ୍ତ ରହିଥିଲେ ତେବେ ମନ ପ୍ରାଣ ହୃଦୟ ଯାହାକୁ ଅର୍ପଣ କରିଛି, ସେ ଯଦି ଏ ଜୀବନରେ ତାଙ୍କର ହୋଇ ନ ପାରିଲେ, ତାଙ୍କ ମଥାରେ ଟୋପାଏ ସିନ୍ଦୁର ଦେଇ ନ ପାରିଲେ,ଆସନ୍ତା ଜନ୍ମ ପ୍ରତୀକ୍ଷାରେ ଚିରକୁମାରୀ ରହିବାକୁ ଦୃଢ଼ ପ୍ରତିଜ୍ଞା ନେଇଥିଲେ ସବିତା !! ପିତା ମାତା ଙ୍କ କଥା କୁ ଆଡେଇଦେଇ, ଅଧ୍ୟାପିକା ଚାକିରୀ ଛାଡି, ସେବା ମନୋବୃତି ନେଇ ଯୋଗ ଦେଇ ଥିଲେ ଏହି ବୃଦ୍ଧାଶ୍ରମ  ରେ !!

   ଅମିତ ଙ୍କ ମାଙ୍କୁ  ଦେଖି  ଚକିତ ହୋଇ ଯାଇଥିଲେ, ଆପେ ଆପେ  ପଦଦ୍ବୟ  ବୃଦ୍ଧାଙ୍କ ପ୍ରକୋଷ୍ଟ  ଆଡକୁ ଗତି କରୁ ଥିଲା !! ଜୀବନର ଶେଷ ନିଶ୍ୱାସ ଯାଏ  ଏହି ଅସହାୟ ବୃଦ୍ଧାଶ୍ରମ ର ଆଶ୍ରିତ ମାନଙ୍କ ସେବାରେନିୟୋଜିତକରିବାର ଶେଷ ନିଷ୍ପତି ନେଇ ସାରିଥିଲା ସବିତା !! 

ଟୋପାଏ ସିନ୍ଦୁର ତା ଜୀବନ କାହାଣୀ କୁ ଓଲଟାଇ  ଦେଲା, ଯାହାକୁ ନେଇ ଗୋଟିଏ ଛୋଟ ସଂସାର ଗଢିଥାନ୍ତେ, ପରନ୍ତୁ, ଅମିତ ଙ୍କ ଫମ୍ପା ସଂସାର ର ଛବି ତା ଆଖି ଆଗରେ ଭାସିଗଲା !! ନିକଟସ୍ଥ  ଗୀର୍ଜା ଘରର  ଘଣ୍ଟି ଶବ୍ଦ ରେ  ପ୍ରକୃତିସ୍ଥ ହୁଏ  ସବିତା  !! ଧୀରେ ଧୀରେ ସେ ଅମିତଙ୍କ ମା'ର ପ୍ରକୋଷ୍ଟ ମଧ୍ୟରେ ପ୍ରବେଶ କରି ସାରିଥିଲା, ମା ଙ୍କ ଚରଣ ସ୍ପର୍ଶ କରି ଆଶ୍ରିବାଦର ପ୍ରାଥୀନି ଆଖିରେ ଲୁହ ଭରିଯାଇଥିଲା !! ସେ  ଭାବୁଥିଲା  ଜୀବନରେ  ବାକି ରହିଗଲା  "ଟୋପାଏ ସିନ୍ଦୁର "

ଶୀର୍ଷକ : ଟୋପାଏ  ସିନ୍ଦୁର 
ନାଗାର୍ଜୁନ କଲୋନୀ, ନାରା ରୋଡ 
ଜରିପଟକା, ନାଗପୁର, ମହାରାଷ୍ଟ୍ର 
440014,
ଗାଳ୍ପିକ: ନିର୍ମଳ ନାୟକ 


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy