✍ସୂର୍ଯ୍ୟ ନାରାୟଣ ସାବତ
ମୋ ଲେଖା ମୋ ଦୁନିଆର
ମୁଁ ଏକ ସୈନିକ,
ମୁଁ ଯୁଦ୍ଧ କରେ ଏକୁଟିଆ
ଅସ୍ତ୍ର ମୋର କଲମ ।
ମୋ ଯୁଦ୍ଧ କାହାରି ବିରୁଦ୍ଧରେ ନୁହେଁ
ମୁଁ ନୁହେଁ କାହା ଅଇରୀ,
ସାମାଜିକ ନ୍ୟାୟ ଉଦ୍ଧେଶ୍ୟରେ ଲଢ଼େ ଏ ମୋର କଲମ ଖାଲି ।
ଲେଖିବା ପାଇଁ କି ଲେଖୁନି ମୁଁ କିଛି
ଲେଖିବାକୁ ବାଧ୍ୟ ହୁଏ,
ନଲେଖିଲେ ପରା ମନଟା କାହିଁକି
ବିଚଳିତ ହୋଇଯାଏ ।
କଲମ ଦେଇଛି ମୋ ହାତରେ ସିଏ
ଜନମ ଦେଇଛି ଯିଏ,
ତାଙ୍କ ନିର୍ଦ୍ଧେଶରେ ଲେଖୁଛି ଲେଖିବି
ଜୀବନ ମୋ ଥିବାଯାଏ ।
ଭଲ ଅବା ମନ୍ଦ ସବୁ ଆପେକ୍ଷିକ,
ବିଚାର ନିଜସ୍ୱ ଖାଲି,
ଯାହା ଘଟୁଅଛି ଘଟିବାର ଥିଲା
ବିଧାତା ଲିଖନ କାଲି ।
ମଣିଷ ନିମିତ୍ତ ବିହି ନିର୍ଦ୍ଦେଶକ
ସମୟଟି ମୂଲ୍ୟବାନ,
ଦଇବ ଦଉଡି ନର ବରଜୀବ
ଏକଥା ରଖିଥା ମନ ।
ଆଜି ଯାହା ଅଛି କାଲିକି ଯେ ଥିବ
ଏକଥା ନିଶ୍ଚିତ ନୁହେଁ,
କାରିଯାଅ କର୍ମ ଯାହା ଯେତେ ଆଜି
କାଲିକି ଦେଖିଛି କିଏ ?
ସହକାରୀ ଶିକ୍ଷକ,
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆଗାଁ
ବୋରିଗୁମ୍ମା ବ୍ଲକ, କୋରାପୁଟ ଜିଲ୍ଲା
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆଗାଁ
ବୋରିଗୁମ୍ମା ବ୍ଲକ, କୋରାପୁଟ ଜିଲ୍ଲା
No comments:
Post a Comment