ମା ଟି ମୋର ଅତି ନିଜର
ତା ପରି କିଏ ଅଛି
ସୁନା ପିଲା ମୁଁ ହେବି ତା ପାଇଁ
ତା କଥାରେ ହୋଇ ରାଜି ାା
ପିଲା ଦିନୁ ସେ ସେବା ଯତନ
କରିଛି କେତେ ମୋର
ବଡ ହେଲେ ମୁଁ କଦାପି ଜମା
କରିବିନି ତାକୁ ପର ାା
ସଅଳ ଉଠି ସକାଳୁ ନିତି
ସାରିଛି କାମ ତାର
ନିଦରୁ ମତେ ଉଠାଇ ସିଏ
କରିଛି ଯତନ ମୋର ାା
ମୁଁହ ମୋ ଧୋଇ , ଦାନ୍ତ ଘଷାଇ
ଦେଇଛି ନିତି ଗାଧୋଇ
ଆନନ୍ଦ ମନେ ଖାଦ୍ୟ ପରସି
ଦେଇଛି ମତେ ଖୁଆଇ ାା
ଭଳି କି ଭଳି କାହାଣୀ କହି
ଦେଇଛି ମତେ ଶୁଆଇ
ସେଇ ମୋ ମା ଦେବୀ ସମାନ
ତାକୁ ଭୁଲିବି ନାହଁ ାା
ପାଠ ପଢାରେ ହୋଇଲେ କଷ୍ଟ
ସବୁ ଦିଏ ବତାଇ
ଜୀବନ ମୋର ଧନ୍ୟ ହୋଇଛି
ମା ରୂପେ ତାକୁ ପାଇ ାା
@ ତ୍ରିନାଥ ବେହେରା, ବଡକୋଦଣ୍ଡା ଭଞ୍ଜନଗର
No comments:
Post a Comment