✍ନିର୍ମଳ ନାୟକ
ବେଳେବେଳେ ମତିଭ୍ରମ ହୁଏ..
ମୁଁ ଯାହା ଭାବୁଛି ଠିକ...
ମୁଁ ଯାହା କରୁଛି ଠିକ...
ମୁଁ ଯାହା ଦେଖୁଛି ଠିକ..
ବାସ୍ତବତା ସେମିତି ନୁହେଁ ସଠିକ !!
କିଛି ଶବଦ ର ଜାଲରେ ବନ୍ଦି...
କିଛି ମୋହର ସଭିଏଁ ଛନ୍ଦି...
କିଛି ଅନାଗତ ସ୍ୱର ର ମୋହରା..
କିଛି ଅଦୃଶ୍ୟ ଶକ୍ତିର ଇସାରା...
ପରିଚାଳିତ ଏ ଦୁନିଆ ପରା !!
ଯାହା ମୁଁ ଭାବଇ.. ଯାହା ମୁଁ ଚିନ୍ତଇ..
ମୋ ବିବେକ ଟି ମୋତେ ବୁଝାଇ ..
ବେନି ନୟନ ଟି ବାଟ କଢାଇ..
ସୃତି ଯୁଗଳ ଟି ଶବ୍ଦ ଗୋଟାଇ..
ସକଳ ମୂଳେ ସେହି ଗୋସାଇଁ !!
ମନର ଭ୍ରମ ସବୁ ମୁଁ କରୁଛି...
ସତ ମିଛ କଥା ସେହି ବୁଝୁଛି...
ଶୂନ୍ୟ ରୁ ଶବଦ ସେହି କରୁଛି..
ସାରା ଦୁନିଆ କୁ ସିଏ ଚାଳୁଚି..
ମୂଢ଼ ମତି ମିଛେ ଗୁମାନ କରୁଛି !!
ମିଛ ମାୟାରେ ଘାଣ୍ଟି ହେଉଛି..
ଶୁଣି ବି ଅଶୁଣା ମନ ହେଉଛି..
ଶୂନ୍ୟ ଶବଦ ରୁ ମୁହଁ ଫେରୁଛି..
ଧର୍ମ ଅଧର୍ମ ର ଖେଳ ଖେଳୁଛି...
ସବୁ ଜାଣି ସିଏ ଅଜଣା ସାଜୁଛି !!
151, ନାଗାର୍ଜୁନ କଲୋନୀ
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର
440014
No comments:
Post a Comment