✍ଦୀପ୍ତି ଦେବଦର୍ଶିନୀ ସୁତାର
ଇଛା ହୁଏ ହଜିଯିବା ପାଇଁ
ଏଇ ନୀଳ ଆକାଶର କୋଳେ
ପକ୍ଷୀ ହୋଇ ଡେଣା ମୋର ଝାଡ଼ି ଝାଡ଼ି
ଆଉ ବାଣ୍ଟି ଚାଲିଥାନ୍ତି ଏ ପୃଥିବୀର
ଯେତେ ସବୁ ଦୁଃଖ କୁ ସୀମାହୀନ
ଆକାଶ ବୁକୁରେ ।
କେମିତି ନ କହିବି ଯେ ଏ ଗଛ ରେ
ଏ ପାଣିରେ... ଏ ଫୁଲରେ... ଏ ମନରେ..
ଏ ଫଳରେ... ଏ ସମାଜରେ... ଖାଲି ତ ଗୁଡ଼ାଏ
ମିଛ ପ୍ରବଞ୍ଚନା କୁ ଘୋରି ଘୋରି ଲେପ ଦେଇ
କହୁଛି ଏ ମଣିଷ ସବୁ କିଛି ତା'ର ଆଉ
ହିଂସା କପଟ ରେ ବୁଡିଯାଇ
ଭାଙ୍ଗିଦେଉଛି ସୁରକ୍ଷାର ପାଚେରୀ ।
ଦେଖୁଛି ମୁଁ ଯେବେ ଏ ଖଣ୍ଡ ଖଣ୍ଡ ବାଦଲର
ଛାଇ ତଳେ ଉଡିଯିବା ବେଳେ
ସୁନ୍ଦର ଏ ଚଢ଼େଇଟି ମୋର ବି ମନ ହୁଏ
ମୁଁ ବି ଉଡ଼ି ଉଡ଼ି ଗାଉଥାନ୍ତି ସେଇ
ମନ ମତାଣିଆ ସୁରରେ ବେଦନା ହୀନ ଗୀତ
ହୋଇ ଯାଆନ୍ତିକି ସତେ ମୁଁ
ପକ୍ଷୀଟିଏ ସରଗ ରାଇଜ ସହ
ବସୁଥାନ୍ତି ମିତ୍ର ।।
ଓରାଳି ,ହାଟଡିହୀ , କେନ୍ଦୁଝର .758083
Very good poem mam
ReplyDelete