Monday, September 14, 2020

ବିଶ୍ବ ଇଂଜିନିୟର ଦିବସ

✍ସୁକାନ୍ତ ଖଣ୍ଡା 

ଇଂଜିନିୟର ଏ ଦିବସ ପାଳନ

ସାରା ବିଶ୍ବେ ଆଜି ହୁଏ 

ଆନନ୍ଦର ମନେ ବାରତା ଦେବାକୁ

ଯେମିତି ଓହ୍ଲାଏ ଥାଏ।୧

ଦେବୀ ଦଶଭୁଜା ଆସିବା ଆଗରୁ

ଏହି ଦିବସ ପଠାଇ

ସଚେତନ ପାଇଁ ବାରତା ଦିଅନ୍ତି

ଜ୍ଞାନୀ ଗୁଣୀଙ୍କର ପାଇଁ।୨

ହୀନ ଚିନ୍ତାଧାରା ମନରୁ ବାହାର

ସବୁ ଦିନକୁ କରିବା

ବିଶ୍ବ କଲ୍ଯାଣରେ ସଅଁପିବା ସହ

ସୁକର୍ମ ତ୍ଯାଗ ଓ ସେବା।୩

ଏହି ଲକ୍ଷ୍ୟ ନେଇ ମାଆ ଦଶଭୁଜା

ମରତେ ଓହ୍ଲାଉଛନ୍ତି

ତାଙ୍କ ଇଚ୍ଛା ଆଶା ବିଫଳ ହୋଇଲେ

ସଂହାର କରି ପାରନ୍ତି।୪

ଦେଖ ଚାରିଆଡ଼େ ଭଙ୍ଗାଭଙ୍ଗା ସ୍ବପ୍ନ 

ଗାଆଁଠୁ ସହର ଯାଏ 

କାହିଁକି କେଜାଣି ରାସ୍ତା ନଦୀବନ୍ଧ

ଭାଙ୍ଗି ଚୁରମାର ହୁଏ।୫

ବରଷେ ପୂରୁନି ବ୍ଯବହାର ପାଇଁ

ଅଯୋଗ୍ୟ ହେଉଛି କିଆଁ

ଅଥଚ ସଭିଏଁ ଏହି ଦିବସକୁ

ପାଳୁଥାଉଁ ଛାଆଁ ଛାଆଁ?୬

ପାଳନ ନ ହେଉ ଏ ସ୍ମୃତି ଦିବସ

ସଚେତନ ହେବା ଆଜି

ବିଶ୍ବ କଲ୍ଯାଣରେ ନ ଲଗାଇବା ତ

ସବୁ ଯାଇପାରେ ଭାଜି।୭

କି ଲାଭ କୁହତ ପାଳିବାର ମାନେ

ଯଦି ନୀଚତା କରମ

ଦେଖେଇ ହୋଇବା ଅହଂକାର ଅଟେ

ଶେଷେ ଧରିପାରେ ଯମ।୮

କାଳର କରାଳେ ଛନ୍ଦି ହେବା ଆଗୁ

ଆସରେ ଶପଥ ନେବା 

ଦଶଭୁଜା ପାଖେ ମନ ମଇଳାକୁ

ଯଥାଶୀଘ୍ର ଧୋଇଦେବା।୯

ଏ ପବିତ୍ର ଦିନ ଆମ ସଭିଙ୍କର 

ହୋଇଗଲେ ଶୁଭଙ୍କର 

ମାଆ ଦଶଭୁଜା ଆଶୀର୍ବାଦ ପାଇ

ମରି କି ହେବା ଅମର।୧୦

                   *

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy