Saturday, September 12, 2020

-ରାଷ୍ଟ୍ରଭାଷା-

✍ସୁକାନ୍ତ ଖଣ୍ଡା

ରାଷ୍ଟ୍ରଭାଷା ବୋଲି ଉଚ୍ଛୁଳି ପଡୁଛି

କୋଣେ ଅନୁକୋଣେ ଆଜି 

ଜ୍ଞାନୀ ଗୁଣି ମିଶି ଆଣି ଦେଇଛନ୍ତି

କରି ଜୀବନକୁ ବାଜି।୧

ପ୍ରତି ଅନୁଷ୍ଠାନ ପାଳନ କରୁଛି

ରାଷ୍ଟ୍ରଭାଷା ଦିବସକୁ

ଜଗତ କଲ୍ଯାଣ ହେବାକୁ ଚାହାଁନ୍ତି

ଧରି ଭାଷା ମାଧ୍ୟମକୁ।୨

ଜାଗି ଉଠୁଛନ୍ତି ଭାରତୀୟବାସୀ

ଆପଣେଇ ଏ ଭାଷାକୁ 

ବିଶ୍ବରେ ବସାଇ ଉଚ୍ଚାସନ ଦେବେ

ଭୁଲିବେ ଭେଦଭାବକୁ।୩

କରମ କରିକି ଦେଶ ହିତ ପାଇଁ

ଆନନ୍ଦେ ଆଖିରୁ ଝରେ

ବରଷକେ ଥରେ ପାଳିବାରୁ ଦେଖ

ଶାନ୍ତି ମୈତ୍ରୀ ଘରେଘରେ।୪

ଗଗନ ପବନ ଖେଳୁଛି ଚୌଦିଗେ

ମହମହ ଧୂପଗନ୍ଧ 

ଏ ଗନ୍ଧକୁ ପାଇ ଉଦ୍ଭିଦ ଜଗତ

ନାଚୁଛନ୍ତି ହୋଇ ଅନ୍ଧ।୫

ପଶୁ ପକ୍ଷୀ ଆଉ ସରୀସୃପ ଆଦି

ବୁଝିକି ଭାଷା ମହତ୍ତ୍ୱ 

ଆନନ୍ଦେ ଶୁଣନ୍ତି ଭାଷାତତ୍ତ୍ଵ ଜ୍ଞାନ

ଯେମିତି ସଭିଏଁ ପ୍ରୀତ।୬

ଏ ଭାରତ ଆଜି ଉତଫୁଲିତ ହୁଏ

ତାର ସନ୍ତାନଙ୍କ ପାଇଁ 

ଭାଷାଜ୍ଞାନ ବୁଝି ସୁରକ୍ଷା ଦେବାରୁ

ଜୀବନକୁ ବଳିଦେଇ।୭

ଭାଷା ନ ରହିଲେ ବୁଝିବା ଚାଲିବା

ସଂସାରେ ହୁଅନ୍ତା ନାହିଁ 

ଆଞ୍ଚଳିକ ଭାଷା ହେଲେ ହେଉପଛେ

ଭାଷା ବିନା ଯିବା କାହିଁ?୮

ଚାରିଆଡ଼େ ଆଜି କେତେକେତେ ଭାଷା 

ରାଷ୍ଟ୍ରୀୟ ମାନ୍ଯତା ହିନ୍ଦୀ 

ସନମାନ ଦେବା ଆସ ସବୁମିଶି

ଏକତା ମନରେ ଛନ୍ଦି।୯

ସଭିଏଁ ଗାଇବା ମଙ୍ଗଳ ସଙ୍ଗୀତ

ଭୁଲି ଭେଦଭାବ ନିତି

ଆମେରେ ମଣିଷ ଅମୃତ ସନ୍ତାନ

ବାନ୍ଧି ହୃଦୟରେ ପ୍ରୀତି।୧୦

ଧନ୍ଯ ଆମ ଦେଶ ଆମର ଏ ଭାଷା

ଧନ୍ଯ ଆମେ ଦେଶବାସୀ

ନାଚି ଗାଇ ଆସ ସ୍ବାଗତ ସମ୍ମାନ

ସଭିଏଁ ହୋଇବା ଖୁସି।୧୧

                     *

ଶିକ୍ଷକ ମକାଶୂଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy