Saturday, September 19, 2020

ସନ୍ଧ୍ୟା ଗୋ ତୁମେ

ସନ୍ଧ୍ୟା ଗୋ ତୁମେ ନିରାଶା ନିଦାଘେ

ବସନ୍ତର ବଂଶୀ ସ୍ଵନ... 

ସନ୍ଧ୍ୟା ପୁଣି ତୁମେ ଦିବସ ସାଥିରେ 

ରାତ୍ରିର ମହାମିଳନ... 

ଭିନ୍ନ ଏକ ସମ୍ମୋହନ... 

ସନ୍ଧ୍ୟା ଗୋ ତୁମେ ଚହଲା ପାଣିରେ 

କେବେ ଅସରା ସପନ... 


ସନ୍ଧ୍ୟା ଗୋ ତୁମେ ସରଗ ସୁଷମା 

ମର୍ତ୍ତ୍ୟପୁରେ ଦିଅ ବୁଣି... 

ସନ୍ଧ୍ୟା ପୁଣି ତୁମେ କୁହୁକ ଦେଖାଅ 

ସାଜି ବୁଢ଼ୀ ଅସୁରୁଣୀ... 

ତୁମରି ଗୁଣ ବଖାଣି... 

ସନ୍ଧ୍ୟା ଗୋ ତୁମେ ଚଞ୍ଚଳ କଲମେ 

ଅଚଳର ସ୍ପର୍ଶି ପୁଣି... 


ସନ୍ଧ୍ୟା ଗୋ ତୁମେ ଉଆଁସ ରାତିରେ 

କେବେ ଯେ ଉଆଁସୀ କନ୍ୟା... 

ସନ୍ଧ୍ୟା ପୁଣି ତୁମେ ପ୍ରୀତିର ପୂର୍ଣ୍ଣମୀ 

ମିଳନର ମୃଦୁ ବନ୍ୟା...

ତୁମେ ତ୍ରିଭୁବନେ ଧନ୍ୟା... 

ସନ୍ଧ୍ୟା ଗୋ ତୁମେ ସର୍ବଦା ସୁନ୍ଦରୀ 

ସବୁ ରୂପରେ ଅନନ୍ୟା... 



ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy