ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ
ବି˚ଶ ଶତାବ୍ଦୀର ପ୍ରସିଦ୍ଧ ବଙ୍ଗୀୟ ସାହିତ୍ୟିକଙ୍କ ମଧ୍ୟରେ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ (ଜନ୍ମ: ୧୫ ସେପ୍ଟେମ୍ବର୍ ୧୮୭୬; ମୃତ୍ୟୁ: ୧୬ ଜାନୁଆରି ୧୯୩୮) ଅନ୍ୟତମ। ସେ ମୋଟ ଅଣଚାଳିଶଟି ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପ ଲେଖିଥିଲେ। ତନ୍ମଧ୍ୟରୁ ଅଠତିରିଶଟି ତାଙ୍କର ଜୀବନ କାଳରେ ପ୍ରକାଶିତ ହୋଇଥିଲା। ତାଙ୍କର ସମସ୍ତ କୃତି(‘ବିରାଜ ବୋହୂ’, ‘ଚରିତ୍ରହୀନ’, ‘ଶ୍ରୀକାନ୍ତ’, ‘ବିପ୍ରଦାସ’, ‘ନିଷ୍କୃତି’, ‘ଦର୍ପଚୂର୍ଣ୍ଣ’, ‘ଗୃହଦାହ’, ‘ଦେଣା ପାଉଣା’, ‘ଶେଷ ପ୍ରଶ୍ନ’ ଆଦି) ଅଶେଷ ପାଠକପ୍ରିୟତା ହାସଲ କରିବାରେ ସଫଳ ହୋଇଥିଲା। ଓଡ଼ିଆ ସମେତ ଅଧିକା˚ଶ ଭାରତୀୟ ଭାଷାରେ ତାଙ୍କର ସମସ୍ତ ଲେଖା ଅନୂଦିତ ହୋଇଥିବା ଜଣାଯାଏ। ବିଭିନ୍ନ ଭାରତୀୟ ଭାଷାରେ ନିର୍ମିତ ଅନ୍ୟୂନ ପଚାଶଟି ଫିଲ୍ମ ତାଙ୍କ ରଚନା ଉପରେ ଆଧାରିତ। ‘ଦେବଦାସ’, ‘ପରିଣୀତା’, ‘ମଝଲୀ ଦିଦୀ’, ‘ସ୍ବାମୀ’, ‘ଛୋଟୀ ବୋହୂ’, ‘ଦତ୍ତା’, ‘ଆଲୋ ଛାୟା’, ‘ଅପନେ ପରାୟେ’, ‘ଖୁଶବୂ’ ଆଦିର ଦୃଷ୍ଟାନ୍ତ ଦିଆଯାଇପାରେ। ହୁଗଲୀ ଜିଲ୍ଲାର ଦେବାନନ୍ଦପୁର ଗ୍ରାମରେ ଏକ ଦରିଦ୍ର ବ୍ରାହ୍ମଣ ପରିବାରରେ ଶରତ ଚନ୍ଦ୍ର ଜନ୍ମ ହୋଇଥିଲେ। ‘ପ୍ୟାରୀ ପଣ୍ତିତ’ଙ୍କ ପାଠଶାଳାରୁ ତାଙ୍କର ବାଲ୍ୟ ଶିକ୍ଷା ଆରମ୍ଭ ହୋଇଥିଲା। ପରେ ସେ ହୁଗଲୀ ଉଚ୍ଚ ବିଦ୍ୟାଳୟରେ ଭର୍ତ୍ତିହୋଇଥିଲେ। ଅର୍ଥାଭାବ ଯୋଗୁଁ ସେ ଅଧିକ ପଢ଼ିପାରି ନ ଥିଲେ। ଭାଗଲପୁରସ୍ଥିତ ମାତୁଳାଳୟରେ ରହିବାକୁ ବାଧ୍ୟ ହୋଇଥିଲେ। ସେଠାରେ ଜୀବନର କୋଡ଼ିଏ ବର୍ଷ କଟିଥିଲା। ତାହା ପରେ ବର୍ମାରେ କିରାଣି ଚାକିରି କରିଥିଲେ। ଭାଗଲପୁରରେ ଶରତ ଚନ୍ଦ୍ରଙ୍କର ଲେଖକ ଜୀବନ ଆରମ୍ଭ ହୋଇଥିଲା। ତାଙ୍କର ଅଧିକା˚ଶ ଲେଖା ଗ୍ରାମୀଣ ବଙ୍ଗୀୟ ସମାଜର ଅବସ୍ଥା ଉପରେ ଆଧାରିତ। ବର୍ମାରେ ଥିବା ବେଳେ ତାଙ୍କର ପ୍ରଥମ ପତ୍ନୀ ଶାନ୍ତି ଦେବୀ ଓ ଏକମାତ୍ର ସନ୍ତାନଙ୍କର ପ୍ଲେଗ୍ରେ ମୃତ୍ୟୁ ହୋଇଥିଲା। ପରେ ସେ ହିରଣ୍ମୟୀ ଦେବୀଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଦ୍ବିତୀୟ ପତ୍ନୀ ତାଙ୍କୁ ସନ୍ତାନ-ସୁଖ ଦେଇପାରି ନ ଥିଲେ। ବର୍ମାରୁ ଫେରିବା ପରେ ଶରତ ଚନ୍ଦ୍ର, ହାୱଡ଼ା ଜିଲ୍ଲା ଅନ୍ତର୍ଗତ ସମତାବେରରେ ଘର କରି ରହିଥିଲେ। ଘରଟି ଆଜି ପର୍ଯ୍ୟନ୍ତ ଦଣ୍ତାୟମାନ ଏବ˚ ‘ଶରତ ଚନ୍ଦ୍ର କୋଠି’ ଭାବେ ଜଣାଶୁଣା। ପଶ୍ଚିମ ବଙ୍ଗ ସରକାର ସେଇଟିକୁ ପ୍ରାଦେଶିକ ଐତିହ୍ୟର ମାନ୍ୟତା ଦେଇଛନ୍ତି। ସେଠାରେ ଶରତ ଚନ୍ଦ୍ର ଲଗାଇଥିବା ବାଉଁଶ ଓ ପିଜୁଳି ଗଛ ଏବ˚ ସେ ବ୍ୟବହାର କରୁଥିବା ସାମଗ୍ରୀମାନ ରହିଛି। ସମତାବେରରେ ପ୍ରତି ବର୍ଷ ଜାନୁଆରି ଶେଷ ସପ୍ତାହରେ ସାତ ଦିନ ଧରି ‘ଶରତ ମେଳା’ ଅନୁଷ୍ଠିତ ହୁଏ।
No comments:
Post a Comment