Wednesday, September 16, 2020

ବିଶ୍ଵାସରେ ବିଶ୍ୱକର୍ମା

ବିଶ୍ଵାସରେ ମାନବ କରେ ଆରାଧନା 

ସୁନ୍ଦର ସର୍ଜନା ପାଇଁ ନିଜ ଘର 

ଦୁଆର ପୂରଣ ବର୍ଣ୍ଣିତ ଲାଗେ ଜୀବନ୍ତ 

ଲକ୍ଷ୍ମୀ ସନ୍ତାଣୀଙ୍କ ଘର ଭାଙ୍ଗିଗଲା ପରେ ,

ହୋଇଥିଲେ ବାର ଦୁଆର 

ବିଶ୍ଵାସରେ ବିଶ୍ଵକର୍ମା ତାଙ୍କ 

ପାଇଁ ଗଢିଲେ ନଅର 

ସେବେଠାରୁ ବିଶ୍ଵକର୍ମା ଲାଗନ୍ତି ନିଜର ।।


ନିହଣ ମୁଗୁର ଶବ୍ଦରେ ଅନ୍ଧାରରେ 

ଗଢିଥିଲେ ଜଗତରନାଥ 

ଜଗନ୍ନାଥ ଙ୍କ ପ୍ରତିମୃତି 

ପୂର୍ଣ୍ଣ ଆକୃତି ପୂର୍ବରୁ ଦ୍ଵାର ଖୋଲିଥିଲା, 

ବିଚାର ଭିତରେ ଥିଲା ସହମତି 

ଦରଗଢା ମୂର୍ତ୍ତିକୁ ଆଜି ପୂଜିଛୁ ନୀତି 

ବିଶ୍ଵକର୍ମା ଙ୍କ କଳା ଦେଖି ଦେଖି 

ବିଶ୍ଵ ଳଭିଛି ପ୍ରଶାନ୍ତି ।।


କଳା ସଂସ୍କୃତିର ଟେକ ରଖିବାକୁ 

ଆଦର୍ଶ ଭାବର କଲ ଉଚ୍ଚାରଣ 

ଭଙ୍ଗା ଯୋଡ଼ା କାରିଗରୀ କାମେ 

ତୁମେ ହେଲ ନିପୁଣ 

ସ୍ବର୍ଗ ମର୍ତ୍ତ୍ୟ ପାତାଳରେ ତୁମ 

କାରିଗରୀ ଦିଶୁଥିଲା ଜୀବନ୍ତ ନିଖୁଣ 

ସେତିକି ପଥରରେ ଫୁଟାଇଛ 

ମୃତିବନ୍ତ ପ୍ରାଣ ।।


କନ୍ୟା ସଂକ୍ରାନ୍ତିରେ ବିଶ୍ଵାସର ବିଶ୍ଵକର୍ମାଙ୍କ 

ଜନ୍ମତିଥି କୁ ପାଲୁଛୁ ବିଦ୍ଧି ବଧାନେ 

ବିପଣନ ସ୍ଥଳେ ବିଶ୍ଵାସର ବିଶ୍ଵକର୍ମା 

ଦିଶୁଥାନ୍ତି ଆସ୍ଥାନ ଉପରେ 

ବିଶ୍ଵାସର ବିଶ୍ଵକର୍ମା ଙ୍କ ଶୁଭ ଦୃଷ୍ଟି 

ମିଳିଯିବ କାଳେ 

ସହଜରେ ଅର୍ଥ ବୃଦ୍ଧି ସିଦ୍ଧି 

ମିଳିଥାଏ ନିଜ ବିଚାରରେ ।।


ବିଶ୍ଵ ଗତିଶୀଳ ଭୟର 

ପୃଷ୍ଟ ଭୂମି ଉପରେ 

ନିୟନ୍ତ୍ରିତ ପୂଜା 

ଚାଲେ ଘରେ ଘରେ 

କଳା ସ୍ଥାପତ୍ୟ ସଂସ୍କୃତି ହଜିବକୁ 

ବସିଲାଣି ଏହାରି ଭିତରେ 

ବିଶ୍ଵାସର ବିଶ୍ଵକର୍ମା ସାଇତା 

ହୋଇଛି ଓଡ଼ିଆ ଜାତିର ହୃଦ କନ୍ଦରରେ ।।


ଭକ୍ତି ଭାବେ ଆଜି ପ୍ରଭୁ 

ଆସୁଥିଲେ ଢଳି ଢଳି

କଳା ସ୍ଥାପତ୍ୟ ର ନିଦର୍ଶନ 

ସାଜି ଦୁରକରୁଥିବେ ଭିତ୍ତି 

ମନ ବୁଝିବା ଯାଏ 

ଚାଲିଥିଲା ପୂଜାର ବିଦ୍ଧି 

ଓଡ଼ିଆ ଜାତିର କଳା ସ୍ଥାପତ୍ୟ କୁ 

ମିଳିଯିବ ନୂଆ ସିଦ୍ଧି ।।


ଧନି ଗରିବର ଏକାକାର ଭାବ 

ଦିଶୁଥିଲା ହୋଇ ଜଳ ଜଳ 

ଭାବର ବିକାଶ କଳାର ବିକାଶ 

ହୋଇବ ପୂଜାର ଫଳ 

ବିଶ୍ଵାସର ଦିଗ ପୂର୍ଣ୍ଣ ଉଜ୍ଜୀବିତ 

ଆଶା ହେବନି ବିଫଳ 

କମନୀୟ ରୁପକାନ୍ତି ଭାବରେ 

ଅଧାହସି ବିଶ୍ବାସକୁ କରିଥିଲେ ସଫଳ ।।


ପରିକଳ୍ପନା - ସଂଗ୍ରାମ କେଶରୀ ସାମନ୍ତରାୟ ।
ଓଡ଼ିଶା ଅର୍ଥ ସେବା ,ଭୁବନେଶ୍ୱର ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy