Saturday, September 12, 2020

କୋଣାର୍କ ଏକ ବ୍ୟାକୁଳତା

 କୋଣାର୍କ ନୁହଁଇ ଏକ କିମ୍ବଦନ୍ତୀ 
ବାରଶହ ବଢ଼େଇଙ୍କ ଯଶ କୀର୍ତ୍ତି ।।
ପ୍ରସ୍ତର ମଧ୍ୟେ ନିଖୁଣ ଚିତ୍ର ଶିଳ୍ପୀ 
ଜୀବନ୍ତ ହୋଇ ତା ମଧ୍ୟେ ରହିଛନ୍ତି ।।
ପରିବାର ଠାରୁ ସେ ଦୂରରେ ଥାଇ 
ଖୋଦିଛନ୍ତି ଚିତ୍ର ତାଙ୍କୁ ମନେପକାଇ ।।
ପ୍ରିୟାକୁ ମନେପକାଇ ସେ ବସଇ 
ଭଲ ପାଇବାର ଚିତ୍ରକୁ ଖୋଦଇ ।।
ତା’ମଧ୍ୟେ କାମସୂତ୍ର ଚିତ୍ର ଦିଶଇ 
ତାକୁ ମନେ ପକେଇ ଦିନ ଗଡଇ ।।
ରହିଥାଏ ସେ ରାଜଦଣ୍ଡ ଭୟରେ 
ଚାପି ରଖିଥାଏ କୋହ ତା ମନରେ ।।
ମନର ଭାବକୁ ସେ ଖୋଦନ କରେ 
ଅବଶାଦ ମିଳିଲେ ସେ ରୋଦନ କରେ ।।
ଆଜି ଯଦି ଜୀବିତ ସେ ଚିତ୍ରକଳା 
ସେ ପଥର ଥିଲା ଜୀବନ୍ତ ପିତ୍ତୁଳା ।।
ସେଥିରେ ମନଦେଇ ପ୍ରାଣ ଭରିଲେ 
ଯୁଗ ଯୁଗକୁ ସେମାନେ ଅମର ହେଲେ ।।
ଧର୍ମପଦ ମରି ଇତିହାସ ରଚିଲା 
ବଢ଼େଇ ମାନଙ୍କର ସେ ମାନ ରଖିଲା ।।
ସେମାନେ ଥିଲେ ଜଣେ ଜଣେ ବିଶ୍ବକର୍ମା 
କଳା ଥିଲା ସେମାନଙ୍କ ବଡ ଗାରିମା ।।
ସେ କଳାକୁ ଭଲପାଇ ତରିଗଲେ 
ବିଶ୍ବ ଦରବାରରେ ଜୀବନ୍ତ ରହିଲେ ।।
ସୂର୍ଯ୍ୟ ମନ୍ଦିର ନାମେ ବିଶ୍ବରେ ପ୍ରଖ୍ୟାତ 
ଶାମ୍ବ ଦଶମୀ ଅଟେ ତାଙ୍କରି ଯାତ ।।
ବାରଶହ ବଢ଼େଇଙ୍କ ଯଶ କୀର୍ତ୍ତି ।।
ପ୍ରସ୍ତର ମଧ୍ୟେ ନିଖୁଣ ଚିତ୍ର ଶିଳ୍ପୀ 
ଜୀବନ୍ତ ହୋଇ ତା ମଧ୍ୟେ ରହିଛନ୍ତି ।।
ପରିବାର ଠାରୁ ସେ ଦୂରରେ ଥାଇ 
ଖୋଦିଛନ୍ତି ଚିତ୍ର ତାଙ୍କୁ ମନେପକାଇ ।।
ପ୍ରିୟାକୁ ମନେପକାଇ ସେ ବସଇ 
ଭଲ ପାଇବାର ଚିତ୍ରକୁ ଖୋଦଇ ।।
ତା’ମଧ୍ୟେ କାମସୂତ୍ର ଚିତ୍ର ଦିଶଇ 
ତାକୁ ମନେ ପକେଇ ଦିନ ଗଡଇ ।।
ରହିଥାଏ ସେ ରାଜଦଣ୍ଡ ଭୟରେ 
ଚାପି ରଖିଥାଏ କୋହ ତା ମନରେ ।।
ମନର ଭାବକୁ ସେ ଖୋଦନ କରେ 
ଅବଶାଦ ମିଳିଲେ ସେ ରୋଦନ କରେ ।।
ଆଜି ଯଦି ଜୀବିତ ସେ ଚିତ୍ରକଳା 
ସେ ପଥର ଥିଲା ଜୀବନ୍ତ ପିତ୍ତୁଳା ।।
ସେଥିରେ ମନଦେଇ ପ୍ରାଣ ଭରିଲେ 
ଯୁଗ ଯୁଗକୁ ସେମାନେ ଅମର ହେଲେ ।।
ଧର୍ମପଦ ମରି ଇତିହାସ ରଚିଲା 
ବଢ଼େଇ ମାନଙ୍କର ସେ ମାନ ରଖିଲା ।।
ସେମାନେ ଥିଲେ ଜଣେ ଜଣେ ବିଶ୍ବକର୍ମା 
କଳା ଥିଲା ସେମାନଙ୍କ ବଡ ଗାରିମା ।।
ସେ କଳାକୁ ଭଲପାଇ ତରିଗଲେ 
ବିଶ୍ବ ଦରବାରରେ ଜୀବନ୍ତ ରହିଲେ ।।
ସୂର୍ଯ୍ୟ ମନ୍ଦିର ନାମେ ବିଶ୍ବରେ ପ୍ରଖ୍ୟାତ 
ଶାମ୍ବ ଦଶମୀ ଅଟେ ତାଙ୍କରି ଯାତ ।।



 ଜ୍ୟୋତିର୍ବିଦ୍ ମନୋଜ କୁମାର ପଟ୍ଟନାୟକ 
 ହିଞ୍ଜିଳିକାଟୁ,ଗଞ୍ଜାମ 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy