ଶ୍ରୀ ସୁଦାମ ଦଳବରା
ହେ ଜଗନ୍ନାଥ.. ହେ ଜଗନ୍ନାଥ....
କେବେ ବୁଝିବ ହେ ଭକତର ଦୁଃଖ ।
ଭକ୍ତ ତୁମ ଏଠି ଲୁହ ଝରାଉଛି ,
କି ସୁଖ ପାଉଛ ଭକ୍ତ ପଚାରୁଛି...।।
ହେ ଜଗନ୍ନାଥ... ହେ ଜଗନ୍ନାଥ ..(୧)
ଅଭିମାନେ ଭକ୍ତ ଗାଳି ଯେ କଲେଣି,
ଶୁବୁଛି କି ନାହିଁ ହେ କଳା କହ୍ନେଇ ।
କେତେ ଦିନ ତୁମେ ଏମିତି ରହିବ,
ଭକତଙ୍କୁ କେବେ ପାଖକୁ ଡାକିବି ।।
ହେ..ଜଗନ୍ନାଥ ହେ.. ଜଗନ୍ନାଥ..( ୨)
ଭକ୍ତ ତୁମ ଏଠି ହେଲେଣି ଆତୁର,
ଶୀଘ୍ର ଦ୍ବାର ଖୋଲ ହେ କଳା ଠାକୁର ।
ଦେଖିବାକୁ ତୁମ ଚତୃର୍ଦ୍ଧl ମୂରତି,
ତୁମଠୁ ଦୂରେଇ କଷ୍ଟ ପାଉଛନ୍ତି ।।
ହେ ..ଜଗନ୍ନାଥ ହେ..ଜଗନ୍ନାଥ.. (୩)
ସବୁତ ଜାଣୁଛ ସବୁତ ଦେଖୁଛ,
ଭକତଠୁ କାହିଁ ଦୂରେଇ ରହିଛ।
କେତେ ଦିନ ତୁମେ ଏମିତି ରହିବ,
ଦୁଃଖୀରଙ୍କିକୁ ଅଭଡ଼ା କିଏ ଖାଇବାକୁ ଦେବ ।।
ହେ..ଜଗନ୍ନାଥ ହେ ..ଜଗନ୍ନାଥ ..(୪)
ତୁମେ ଚାହିଁଦେଲେ ଭକତ ହସିବେ,
ତାଙ୍କ ଦୁଃଖ ସୁଖ ତୁମକୁ କହିବେ ।
ଦୁଃଖ ଭାର ପ୍ରଭୁ ଅଥୟ ହେଲାଣି,
ସହି ହେଉନାହିଁ ବଳିତ ଗଲାଣି ।।
ହେ..ଜଗନ୍ନାଥ ହେ.. ଜଗନ୍ନାଥ..(୫)
କର ହେ କରୁଣା କରନି ହେ ମନା,
ଖୋଲି ଦିଅ ପ୍ରଭୁ ତୁମ ଶ୍ରୀମନ୍ଦିର ..।
ଭକ୍ତ ଚାହୁଁଛନ୍ତି ଦର୍ଶନ ତୁମର...,
ଭକ୍ତ ଲୁହ ପୋଛି ଦୁଃଖରୁ ଉଦ୍ଧାର ।।
ହେ..ଜଗନ୍ନାଥ ହେ ..ଜଗନ୍ନାଥ..(୬)
ଦିଅ ହେ ଦର୍ଶନ ଭକ୍ତ ଡାକ ଶୁଣ,
କେତେ ତୁମେ ଦେବ ଭକ୍ତଙ୍କୁ କଷଣ ।
ସବୁ ଦୁଃଖ ହର ହେ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର,
ତୁମେ ଚାହିଁଦେଲେ ଭକ୍ତ ହେବ ହେ ଉଦ୍ଧାର।।
ହେ..ଜଗନ୍ନାଥ ହେ..ଜଗନ୍ନାଥ ..(୭)
ଭକ୍ତ ଦୁଃଖ ବୁଝ ହେ ରାଧାମାଧବ,
ଲଗାଅ ହେ ତୁମର ଡୋରୀ... ।
ଭକତ ଗୁହାରୀ ଶୁଣିବା ହେଉ ହେ,
ଭକ୍ତ ଆସିଯାନ୍ତୁ ହେ... ପୁରୀ ।।
ହେ..ଜଗନ୍ନାଥ ହେ..ଜଗନ୍ନାଥ..(୮)
ସୁନ୍ଦର ଭଜନ, ଜୟ ଜଗନ୍ନାଥ
ReplyDeleteDhanyabad
Deleteif you are a poet or wtiter, please join the group using below link.
https://chat.whatsapp.com/FVD58zbSXBgD84NGIc3xUg
Thanks
ReplyDelete