ଶିଶୁର ଭବିଷ୍ୟତ ଗଠନରେ ମାଆର ଭୂମିକା ନିହାତି ଆବଶ୍ୟକ କାରଣ ମାଆ ହେଉଛି ଶିଶୁର ପ୍ରଥମ ଶିକ୍ଷୟତ୍ରୀ। ଶିଶୁର ଶାରୀରିକ, ମାନସିକ ,ଆବେଗିକ ତଥା ସାମାଜିକ ବିକାଶ ଦିଗରେ ମାଆର ଭୂମିକା ଅତ୍ୟଧିକ ଗୁରୁତ୍ବପୂର୍ଣ୍ଣ ଅଟେ ।ଶିଶୁଙ୍କର ଆବେଗ ବାସ୍ତବ ଏବଂ ଶକ୍ତିଶାଳୀ ହୋଇଥାଏ । ଶିଶୁ ତାର ମନୋବଳ ପ୍ରକାଶ କରିବାବେଳେ ମାଆ ସବୁବେଳେ ଧ୍ୟୈଯ୍ୟ ଓ ସହାନୁଭୂତି ଦେଖାଇଲେ ଶିଶୁ ଖୁସି ଓ ସୁରକ୍ଷିତ ଅନୁଭବ କରି ପାରିବ ଯଦ୍ବାରା ତାର ବିକାଶର ସନ୍ତୁଳନ ଠିକ ଭାବରେ ହୋଇ ପାରିବ ।ଶିଶୁର ଶାରୀରିକ ,ମାନସିକ ,ପ୍ରାଣୀକ, ଚୈତ୍ୟ ଓ ଆଧ୍ୟାତ୍ମିକ ଦିଗପ୍ରତି ମାଆ ସଜାଗ ରହି ଶିଶୁ ର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କରି ପାରିବ। କାରଣ ଶିଶୁ ଛୋଟରୁ ବଡ ହେବାଯାଏ ମାଆ ତା' ପାଖେ ପାଖେ ରହି ତାର ସୁରକ୍ଷା କବଚ ସଦୃଶ୍ୟ ରହିଥାଏ ।
ମାଆ ଶୃଙ୍ଖଳା ଓ ସଂଯମ ଆଚରଣ ଶିଖାଇ ଶିଶୁର ଚିନ୍ତାଧାରାର ପ୍ରବାହକୁ ଗତିଶୀଳ କରିପାରିବ ।ଶିଶୁର ଅନ୍ତର୍ନିହିତ ଶକ୍ତି ମାନଙ୍କୁ ଅବଲୋକନ କରି ଉତ୍ତମ ବିକାଶ ଦିଗରେ ତାର ରୁଚି ଅନୁଯାୟୀ ପୂର୍ଣ୍ଣତା ଆଡକୁ ଟାଣି ଆଣିଲେ ଶିଶୁ ର ସର୍ବାଙ୍ଗୀନ ବିକାଶ ସହିତ ତାର ମନୋବଳର ବିକାଶ ମଧ୍ୟ ପରିଲକ୍ଷିତ ହୋଇପାରିବ ।
ମାଆର ଏକ ମାତ୍ର ଲକ୍ଷ ହେବା ଦରକାର ଯେ ଶିଶୁ ର ଅନ୍ତର୍ନିହିତ ଶକ୍ତି ଓ ସମ୍ଭାବନାରାଜିର ବିକାଶ। ତାର ମାନସିକତାର ପ୍ରାଣଶକ୍ତି, ଊର୍ଦ୍ଧ୍ବଗାମୀ ମନ ଓ ଆଧ୍ୟାତ୍ମିକ ସତ୍ତାର ଜାଗରଣ ଏବଂ ଉତ୍ତମ ଚରିତ୍ର ଗଠନ ।ଶିଶୁର ଭବିଷ୍ୟତ ସର୍ବୋଦ ଭାବେ ମାଆ ହାତରେ ।ମାଆ ହିଁ ଶିଶୁ ର ଭବିଷ୍ୟତ ଦିଗରେ ସଜାଗ ରହି ନିଜର ସମସ୍ତ ବୁଦ୍ଧି, ସାମର୍ଥ୍ୟ, ସତଭାବନା, ସମୟକୁ ବିନିଯୋଗ କରି ଉଚ୍ଚଶିକ୍ଷା ଦେଇ ଆଗକୁ ବଢିବା ପାଇଁ ପ୍ରେରଣା ଓ ଉତ୍ସାହ ଯୋଗାଇ ଦେଇଥାଏ। ସର୍ବୋପରି କହିବାକୁ ଗଲେ ମାଆର ଚେଷ୍ଟା ଓ ସଦିଚ୍ଛା ଓ ପ୍ରେରଣା ଯୋଗୁଁ ଶିଶୁ ର ଭବିଷ୍ୟତ ଉଜ୍ଜଳମୟ ଏବଂ ଯୋଜୁଲ୍ୟମାନ ହୋଇ ପାରିଥାଏ।
https://chat.whatsapp.com/FVD58zbSXBgD84NGIc3xUg
No comments:
Post a Comment