ମାନପତ୍ର ଯେ କବିର
ପ୍ରକୃତ ପରିଚୟ ତାହା ନୁହେଁ l
ମାନପତ୍ର ଏକ ଫିକା ରଙ୍ଗ ର କାଲି l
ଆଉ ଧୂସର କାଗଜ ପରି ମନେ ହୁଏ l
ପ୍ରକୃତ କବି ପାଇଁ ମାନପତ୍ର ଏକ
ଅଦରକାରୀ ରିଫିଲ ପରି ମନେ ହୁଏ l
କବି ପାଇଁ କେବେ ହେଲେ
ମାନ ପତ୍ର ଲୋଡ଼ା ନଥାଏ l
କବି ତା ଲେଖନୀ ମୁନରେ
କେତେ ଯେ କଣ
ଅକୁହା କଥା ଲେଖି ପକାଏ l
ସେହି ଅକୁଆ କଥା
ସମାଜ କୁ ଗୋଟିଏ ଡୋର ରେ ବନ୍ଦୀଦିଏ l
ତା ଲାଗି ସମାଜ ରେ
ଲୋକ ମଥା ଟେକି ବାଟ ଚାଳନ୍ତି l
ତାର ପ୍ରତ୍ୟକ ପଦ କୁ ଅନୁସରଣ କରନ୍ତି
ନିଜ ଜୀବନ ଓ ସମାଜ ରେ
ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରନ୍ତି l.
ଆଜିର ସମାଜରେ
ମାନପତ୍ର ପାଇଁ
କବି ଲେଖେ କବିତା l
ନା ଥାଏ ସେ କବିତା ରେ ଭାବନା
ନା ଥାଏ ଲୋକ ଶିକ୍ଷଣ କିଛି ଉକ୍ତି l
ତଥାପି କବିତା ଲେଖେ କବି
ସଂସ୍କୃତି କୁ ନିଏ ଅପସଂସ୍କୃତି ଆଡକୁ.
ଅନ୍ୟ କୁ ଆକ୍ଷପ କରିବା
ନିଜେ ସବୁ ଠିକି ଲେଖୁଛି ବୋଲି
ଡେଙ୍ଗୁରା ଦେଇ ଦାବି କରିବା
ମାନପତ୍ର ନ ମିଳିଲେ
ଅନୁଷ୍ଠାନ କୁ ନିନ୍ଦିବା
ଅନୁଷ୍ଠାନ ର ବିଚାରକ ଙ୍କୁ କଟାକ୍ଷ କରିବା
ମାନପତ୍ର ଲାଳସା ଥିବା
କବିଙ୍କ ଏସବୁ ଲକ୍ଷଣ l
ସବୁ କବି ଯେ
ମାନପତ୍ର ପାଇଁ ଧାଁ ଦୌଡ କରନ୍ତି
ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ l
ଆଜି ବି କବି ଅଛନ୍ତି
ବିନା ସ୍ୱାର୍ଥ ବିନା ମାନପତ୍ର ରେ
ମଧ୍ୟ ସମାଜ ର ଅବଗତି
ନିମନ୍ତେ କବିତା ଅହ ରହ ଲେଖନ୍ତି l
ସମାଜ ର ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରନ୍ତି
ଏବଂ ସମାଜ ରେ ପରିବର୍ତ୍ତନ ଆଣନ୍ତି
କବିର ମୃତ୍ୟୁ ପରେ ମଧ୍ୟ
ମଣିଷ ର ମୁଖ ରେ ସାରା ଜୀବନ
ଅମର ପାଲଟି ଯାଆନ୍ତି l
ମଣିଷ ମନରେ ଦେବତା ହୋଇ
ଜୀବନ ତମାମ ପୂଜା ପାଆନ୍ତି
ପାଠକ ତାଙ୍କ ଜୀବନ ଶୈଳୀ କୁ ପାଠ କରନ୍ତି
ସେହି ମାର୍ଗ ରେ ଯିବା ପାଇଁ ଚେଷ୍ଟା କରନ୍ତି l
ଆଜି ର ସାହିତ୍ୟ ଅନୁଷ୍ଠାନ ରେ
ରାଜନୀତି ର ପଶାପାଲି ଲୋଡ଼ା ରହିଛି l
ଅପାଠୁଆ ରାଜନେତା
ବିଚାରକ ଭାବେ ବସୁଛନ୍ତି
ମନ ମୁଖି ବିଚାର ଦେଉଛନ୍ତି l
ତାଙ୍କୁ ଅବା କବିତା ର କଣ ମହତ୍ୱ ଜଣା ଅଛି l
ସୁଦର୍ଶନ ଗିଲି
( +3 ଓଡ଼ିଆ ବିଭାଗ ର ଶେଷ ବର୍ଷ ର ଛାତ୍ର )
(ଇ:-ପତ୍ରିକା ଅଳଙ୍କରଣ କରିବା ମୋ ସଉକ )
ନିଆଳୀ, କଳାପାଞ୍ଚଣ, ପୁରୀ
No comments:
Post a Comment