✍ରଂଜିତା ପତି
ଆତଙ୍କିତ ବିଶ୍ବକରୋନା ଦାଉରେ
ଜୀବନ ଯେ ଅସ୍ତବ୍ୟସ୍ତ
ଲକ୍ ଡାଉନ୍ ଓ ସଟ୍ ଡାଉନ୍
ରେ ମିଶିଲା ସଙ୍ଗରୋଧ
ବଜାରଘାଟ ତ ଶୂନ୍ ଶାନ୍ ହେଲା
ପଇଁତରା ମାରେ ପୋଲିସ୍
ଜୀବନ ସଂଗ୍ରାମ ବ୍ୟାହତ ଆଜି
କରିବା କା ଆଗେ ନାଲିସ୍
ବେପାରବଣିଜ ଠପ୍ ହୋଇଲା
ଗୃହବନ୍ଦୀ ହେଲା ମଣିଷ
ଗୃହେଗୃହେ ହାହାକାର ଆଜି
କ୍ଷୁଧାତୃଷାର ଅବଶୋଷ
ଆହେ ଦୟାମୟ ବିଶ୍ବବିହାରୀ
ଶୂନ୍ୟ ବିଦ୍ୟାଳୟ ପ୍ରାଙ୍ଗଣେ
ଶୁଭ ଶଙ୍ଖନାଦ ଉଛୁଳି ଉଠେନା
ପୂଣ୍ୟ ଦେବାଳୟ ଅଙ୍ଗନେ
ଥିଲା ମଧୁମୟ ଜୀବନ ସଉଦା
କି ହେଲା ଏ ଲକ୍ ଡାଉନ୍
ମଣିଷର ଗର୍ବ ହେଲା କାଳ ଆଜି
ଅସହାୟ ହେଲା ଜୀବନ
ଆସିଛି ସମୟ ସୁଧୁରିବା ପାଇଁ
କରି ପ୍ରକୃତିର ଜୟଗାନ
ମଣିଷ ପଣିଆକର ଉଦ୍ରେକ
ଜୀବେ ଦୟାପରମ ଧର୍ମ
ଆସିଛି କରୋନା ସାଥେନେଇ
ଜୀବନର ବାସ୍ତବତା
ଦୟା,ସ୍ନେହ,ସୌହାର୍ଦ୍ୟ ବିକାଶି
ଦେବା ଶାନ୍ତିର ବାରତା,,,।
ଜଗନ୍ନାଥ ପ୍ରସାଦ
ଗଂଜାମ
ଗଂଜାମ
No comments:
Post a Comment