Monday, September 21, 2020

ଅତୀତ ଦିନର ସ୍ମୃତି

ଅତୀତ ଦିନର

   ହଜିଲା ସ୍ମୃତିକୁ

      ସାଉଁଟୁଛି ବସି ଆଜି,

ପିଲାଦିନ ଖେଳ

   ସାଙ୍ଗସାଥି ମେଳ

      ସବୁ ତ ଯାଇଛି ହଜି।


ଫେରିବ ସେ ଦିନ !

   ଭାବିବାକୁ ସ୍ୱପ୍ନ

      ଯୁଗ ତ ବଦଳି ଗଲା,

ଅତୀତର କଥା

   ନୂତନ ଭିତରେ

      ସ୍ମୃତି ପ୍ରିତୀ ହୋଇଗଲା।


ନିରୋଳାରେ ବସି

   ଭାବୁଥାଏ ଯେବେ

      ତୁମ ଆଗମନ କଥା,

ପ୍ରୀୟା ମୋର ସାଥି

   ଭାବେ ବନ୍ଧା ସ୍ମୃତି

      ଅତୀତ କହୁଛି କଥା ।


ହାତଧରି ତୁମ

   କୋଳାଇ ନେଇଛି

      ହାତ ଦେଇଥିଲି ଛନ୍ଦି,

ତୁମେ ମଧୁଛନ୍ଦା

   ପିରତୀରେ ବନ୍ଧା

      ଅତୀତ ଦେଇଛି ବାନ୍ଧି ।


ଅମୂଲ୍ୟ କୁମାର ଦାଶ
ଆସିକା,ଗଞ୍ଜାମ



No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy