✍ ଅରୁଣ କୁମାର ମହାପାତ୍ର
ପୃଥିବୀର ଶ୍ରେଷ୍ଠ ଜୀବ
ମଣିଷର ସାମାଜୀକ ଚଳଣୀରେ
ପରସ୍ପର ଭିଡାଭିଡି
ଦୁଇ ପ୍ରାଣୀ
ଗଢିଥାନ୍ତି ଦାମ୍ପତ୍ୟ ଜୀବନ ।
ସହିଥାନ୍ତି କେତେ ଝଡଝଞ୍ଜା
ରହିଥାନ୍ତି ପରସ୍ପର
ମୁଦ୍ରାର ଦୁଇ ପାର୍ଶ୍ୱପରି
ହେଲେ ମଧ୍ୟ ମତାନ୍ତର ଉଭୟଙ୍କ ମଧ୍ୟେ
ପଶାଇ ଦିଅନ୍ତି ନାହିଁ
ମଧ୍ୟସ୍ଥି ଭିତରେ ।
ଏକା ମନ ଏକ ଲକ୍ଷ୍ୟ
ଦୁଇଟି ଶରୀର
ଗଢି ତୋଳିଥାନ୍ତି
ସୁନାର ସଂସାର
ମନର ମନ୍ଦିରେ
ରହିଥାନ୍ତି ବାନ୍ଧି ହୋଇ
ତାଙ୍କ ସୁଖମୟ ଦାମ୍ପତ୍ୟ ଜୀବନେ ।
ମଣିଷର ସାମାଜୀକ ଚଳଣୀରେ
ପରସ୍ପର ଭିଡାଭିଡି
ଦୁଇ ପ୍ରାଣୀ
ଗଢିଥାନ୍ତି ଦାମ୍ପତ୍ୟ ଜୀବନ ।
ସହିଥାନ୍ତି କେତେ ଝଡଝଞ୍ଜା
ରହିଥାନ୍ତି ପରସ୍ପର
ମୁଦ୍ରାର ଦୁଇ ପାର୍ଶ୍ୱପରି
ହେଲେ ମଧ୍ୟ ମତାନ୍ତର ଉଭୟଙ୍କ ମଧ୍ୟେ
ପଶାଇ ଦିଅନ୍ତି ନାହିଁ
ମଧ୍ୟସ୍ଥି ଭିତରେ ।
ଏକା ମନ ଏକ ଲକ୍ଷ୍ୟ
ଦୁଇଟି ଶରୀର
ଗଢି ତୋଳିଥାନ୍ତି
ସୁନାର ସଂସାର
ମନର ମନ୍ଦିରେ
ରହିଥାନ୍ତି ବାନ୍ଧି ହୋଇ
ତାଙ୍କ ସୁଖମୟ ଦାମ୍ପତ୍ୟ ଜୀବନେ ।
ଅଶ୍ୱପୁରମ, ତେଲେଙ୍ଗାନା
No comments:
Post a Comment