✍ଅମୂଲ୍ୟ କୁମାର ଦାଶ
(ଶିକ୍ଷକ)
ଭକ୍ତ ଭଗବାନ ଯେଉଁ ଭାବେ ବନ୍ଧା
ନାଆଁଟି ତାହାର ପ୍ରେମ
ଆତ୍ମା ପରମାତ୍ମା ମିଳନ ସେଇଠି
ସ୍ରଷ୍ଟାଙ୍କ ଏହି ନିୟମ ।
**
ଅଢେଇ ଅକ୍ଷର ଗୋଟିଏ ଶବଦ
ଦୁଇ ଆତ୍ମାର ମିଳନ
ହୃଦୟରେ ଭରେ ଭାବର ଆବେଗ
ପ୍ରେମ କରି ଆକଳନ ।
**
ବଡ଼ ଅଭିମାନୀ ମନ ମୋହିନୀ
ପ୍ରେମରେ ବାନ୍ଧିଲ ମତେ,
ରାଧା ବିନା କାହ୍ନା ହୁଏ ଆନମନା
ଯେସନେ ମୋହିଲା ପ୍ରୀତେ ।
**
ପ୍ରେମ ତ ତୁମର ଶାଶ୍ଵତ ଅମର
ବନ୍ଧା ପଡ଼ିବନି କେବେ,
ସେହି ପ୍ରେମବଳେ ଲଙ୍ଘିବାକୁ ହେବ
ବାଧା ବିଘ୍ନ ଆସେ ଯେବେ ।
**
ତୁମେ ମୋ ନାୟିକା ରହିବ ବୋଲି ତ
ସିନ୍ଦୁର ଦେଲି ପିନ୍ଧାଇ,
ଦୁଇ ପଟ ଶଙ୍ଖା ପ୍ରେମରେ ଭରିଲି
ଜୀବନରେ ତୁମ ପାଇଁ।
**********
ଦାଶରଥି ନଗର, ଆସିକା, ଗଞ୍ଜାମ
No comments:
Post a Comment